ଭାରତରେ ହେଲା ପ୍ରଥମ TESLA କାର୍ ଡେଲିଭରି…

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଟେସଲା କାର୍ ନିର୍ମାଣ କମ୍ପାନୀ ଆଜି ଭାରତରେ ତା’ର ପ୍ରଥମ କାର  ‘Tesla Model Y’ର ପ୍ରଥମ ୟୁନିଟ୍ ଡେଲିଭରି କରିଛି । ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ନିକଟରେ ଖୋଲିଥିବା ଟେସଲା ଏକ୍ସପ୍ରିଏନ୍ସ ସେଣ୍ଟରରୁ ଏହି ଡେଲିଭରି କରାଯାଇଛି। ଭାରତରେ ଟେସଲାର ଅଫିସିଆଲ ଏଣ୍ଟ୍ରି ପରେ ପ୍ରଥମ କାର ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ କିଣିଛନ୍ତି। ଜୁଲାଇରେ କମ୍ପାନୀର ପ୍ରଥମ ଶୋ ରୁମ୍ ଖୋଲିବାର ପରେ […]

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଟେସଲା କାର୍ ନିର୍ମାଣ କମ୍ପାନୀ ଆଜି ଭାରତରେ ତା’ର ପ୍ରଥମ କାର  ‘Tesla Model Y’ର ପ୍ରଥମ ୟୁନିଟ୍ ଡେଲିଭରି କରିଛି । ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ନିକଟରେ ଖୋଲିଥିବା ଟେସଲା ଏକ୍ସପ୍ରିଏନ୍ସ ସେଣ୍ଟରରୁ ଏହି ଡେଲିଭରି କରାଯାଇଛି। ଭାରତରେ ଟେସଲାର ଅଫିସିଆଲ ଏଣ୍ଟ୍ରି ପରେ ପ୍ରଥମ କାର ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ କିଣିଛନ୍ତି। ଜୁଲାଇରେ କମ୍ପାନୀର ପ୍ରଥମ ଶୋ ରୁମ୍ ଖୋଲିବାର ପରେ ପରେ ହିଁ ସରନାଇକ Model Y ମଡେଲ ବୁକ କରିଥିଲେ । ସୂଚନାଯୋଗ୍ୟ, ଜୁଲାଇ ୧୫ ତାରିଖରେ ଟେସଲା ଭାରତରେ ଅଫିସିଆଲ ଏଣ୍ଟିର ଘୋଷଣା କରିଥିଲା । ଏହାସହ ପ୍ରଥମ ଶୋ ରୁମ୍ ଖୋଲିଥିଲା । ଏଠାରେ ନା କେବଳ କାର୍ କିଣି ପାରିବେ, ଗ୍ରାହକ କାରକୁ ପାଖରୁ ଦେଖିବା ଓ ଏହାକୁ ବୁଝିବାକୁ ମଧ୍ୟ ସୁଯୋଗ ପାଇଥାନ୍ତି।

ଆହୁରି ପଢ଼ନ୍ତୁ: Viral Video: ବନ୍ଦେ ଭାରତରେ ମହିଳାଙ୍କ ‘ଚପଲ’ ରିଲ୍ କୁ ନେଇ ଚର୍ଚ୍ଚା, ୧୫୦୦ ଟଙ୍କିଆ ସିଟରେ ୧୦୦ ଟଙ୍କାର ଚପଲ!

ଡେଲିଭରି ନେବା ବେଳେ ସରନାଇକ କହିଛନ୍ତି, ଏହି କାର କିଣିବାର କୌଣସି ବ୍ୟକ୍ତିଗତ କାରଣ ନାହିଁ। ଏହା ମହାରାଷ୍ଟ୍ରର ମହତ୍ବକାଂକ୍ଷାର ପ୍ରତୀକ । ସେ କହିଛନ୍ତି, ମୁଁ ଟେସଲା କାର ଏଥିପାଇଁ କିଣିଲି କାରଣ ସାଧାରଣ ଲୋକେ ବିଶେଷ କରି ଯୁବବର୍ଗ ଇ-ଭେଇକିଲକୁ ନେଇ ସଚେତନ ହେବେ। ଏହି କାରକୁ ମୁଁ ମୋ ନାତିକୁ ଉପହାରରେ ଦେବାକୁ ଯାଉଛି । ଏହାଦ୍ବାରା ପିଲାଦିନୁ ସେ ଇ-ଭେଇକିଲକୁ ନେଇ ସଚେତନ ହୋଇପାରିବ।

ଆହୁରି ପଢ଼ନ୍ତୁ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp