ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଜୈସ୍‌ ଆତଙ୍କୀ ସଂଗଠନର ଧମକ

The Sakala Picture
Published On

ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହି ଧମକ ମିଳିଛି । ଏକ ଅଡିଓ ମାଧ୍ୟମରେ ଏହି ଚେତାବନୀ ମିଳିଛି ।ଅଡିଓରେ କୁହାଯାଇଛି ଯେ, ଯେଉଁ ଠାରେ ବାବ୍ରି ମସଜିଦ ଭଙ୍ଗାଯାଇ ରାମ ମନ୍ଦିର ନିର୍ମାଣ କରାଯାଇଛି ସେଠାର ଆମର ତିନି ଜଣ ଲୋକ ମଧ୍ୟ ସହିଦ ହୋଇଛନ୍ତି । ତେଣୁ ରାମ ମନ୍ଦିର ଭାଙ୍ଗିବା ଆମର ଦାୟିତ୍ବ […]

ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହି ଧମକ ମିଳିଛି । ଏକ ଅଡିଓ ମାଧ୍ୟମରେ ଏହି ଚେତାବନୀ ମିଳିଛି ।ଅଡିଓରେ କୁହାଯାଇଛି ଯେ, ଯେଉଁ ଠାରେ ବାବ୍ରି ମସଜିଦ ଭଙ୍ଗାଯାଇ ରାମ ମନ୍ଦିର ନିର୍ମାଣ କରାଯାଇଛି ସେଠାର ଆମର ତିନି ଜଣ ଲୋକ ମଧ୍ୟ ସହିଦ ହୋଇଛନ୍ତି । ତେଣୁ ରାମ ମନ୍ଦିର ଭାଙ୍ଗିବା ଆମର ଦାୟିତ୍ବ ।ଏହି ଧମକ ଦେବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିଦିଆଯାଇଛି। ରାମ ମନ୍ଦିର ସମେତ ଅଯୋଧ୍ୟାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି। ଏହା ସହ ମହର୍ଷି ବାଲ୍ମିକି ବିମାନବନ୍ଦରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ଅଯୋଧ୍ୟା ସହରକୁ ବିଭିନ୍ନ କ୍ଷେତ୍ରରେ ବିଭକ୍ତ କରାଯାଇ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଏସଏସପି ରାଜ କରଣ ନୈୟର କହିଛନ୍ତି। ଜିଲ୍ଲା ପୁଲିସ ବ୍ୟତୀତ ପିଏସି କମ୍ପାନୀ ଗୁଡିକୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଉଛି । ଏହାବ୍ୟତୀତ ଖୁବଶୀଘ୍ର ଏଠାରେ ଏନଏସଜି କମାଣ୍ଡୋଙ୍କ ମୁତୟନ କରିବାକୁ ମଧ୍ୟ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର