ମନୋରଞ୍ଜନ
ଓଡ଼ିଶା
ମାଲେସିଆ: ମଝି ଆକାଶରେ ଧକ୍କା ହେଲା ନୌସେନାର ୨ଟି ହେଲିକପ୍ଟର, ୧୦ ମୃତ
ପେରାକ: ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରୟାଲ ମାଲେସିଆନ୍ ନାଭାଲ ପରେଡ୍ ପାଇଁ ପେରାକର ଲୁମୁଟ୍ ନୌସେନା ଘାଟିରେ ସାମରିକ ଅଭ୍ୟାସ ଚାଲିଥିବାବେଳେ ମଙ୍ଗଳବାର ସକାଳ ଏହି ଦୁର୍ଘଟଣା ଘଟିଛି ବୋଲି ନୌସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍ରେ ଖସିପଡ଼ିଥିଲା। ଦୁଇଟି ଯାକ ହେଲିକପ୍ଟରରେ ମୋଟ […]
ପେରାକ: ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରୟାଲ ମାଲେସିଆନ୍ ନାଭାଲ ପରେଡ୍ ପାଇଁ ପେରାକର ଲୁମୁଟ୍ ନୌସେନା ଘାଟିରେ ସାମରିକ ଅଭ୍ୟାସ ଚାଲିଥିବାବେଳେ ମଙ୍ଗଳବାର ସକାଳ ଏହି ଦୁର୍ଘଟଣା ଘଟିଛି ବୋଲି ନୌସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍ରେ ଖସିପଡ଼ିଥିଲା। ଦୁଇଟି ଯାକ ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
BREAKING!🚨 SHOCK VIDEO! ⚠️
ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀTwo Malaysian Navy helicopters collide in mid-air over Royal Malaysian Navy Base during an exercise and come crashing to the ground.
There were NO SURVIVORS. ALL 10 occupants sadly perished.
Incompetence, or a terrible accident?… pic.twitter.com/u1y24kdh9b
— The Patriot Voice (@TPV_John) April 23, 2024






