ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ: ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ କିଣିଲା ଟାଟା

The Sakala Picture
Published On

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲି ଆସୁଥିବା  ରାଷ୍ଟ୍ରାୟତ୍ତ ଉଦ୍ଯୋଗ ଏୟାର ଇଣ୍ଡିଆ ବିକ୍ରି ହୋଇଯାଇଛି। ସବୁଠୁ ଅଧିକ ନିଲାମ ଲଗାଇ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାରଙ୍କ ପାଖରୁ କିଣି ନେଇଛି ଟାଟା ସନ୍ସ ।  ସର୍ବାଧିକ ୧୮ହଜାର କୋଟି ବିଡିଂ ଡାକି ମାଲିକାନା ପାଇଛି ଟାଟା । ଏୟାର ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିଡ ଲଗାଇଥିଲା ଟାଟା । ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଛି ଟାଟା । […]

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲି ଆସୁଥିବା  ରାଷ୍ଟ୍ରାୟତ୍ତ ଉଦ୍ଯୋଗ ଏୟାର ଇଣ୍ଡିଆ ବିକ୍ରି ହୋଇଯାଇଛି। ସବୁଠୁ ଅଧିକ ନିଲାମ ଲଗାଇ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାରଙ୍କ ପାଖରୁ କିଣି ନେଇଛି ଟାଟା ସନ୍ସ ।  ସର୍ବାଧିକ ୧୮ହଜାର କୋଟି ବିଡିଂ ଡାକି ମାଲିକାନା ପାଇଛି ଟାଟା । ଏୟାର ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିଡ ଲଗାଇଥିଲା ଟାଟା । ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଛି ଟାଟା । ଡିସେମ୍ବର ସୁଦ୍ଧା ସମସ୍ତ ଅଧିଗ୍ରହଣ କାମ ସାରିବାକୁ ଧାର୍ଯ୍ଯ କରାଯାଇଛି ବୋଲି ଦେଲେ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ପ୍ରାୟ ୨୩ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା। ତେଣୁ ଏହାକୁ ନିଲାମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍‌ ଓ ସ୍ପାଇସ୍‌ ଜେଟ୍‌ ମଧ୍ୟରେ ଲାଗିଥିଲା ଜୋରଦାର ଟକ୍କର। ଏଥିନିମନ୍ତେ ଉଭୟ ସଂସ୍ଥା ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା । ହେଲେ କରୋନା କଟକଣା ପାଇଁ ଏଥିରେ ସାମାନ୍ୟ ବିଳମ୍ବ ହୋଇଥଇଲା।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଅପରପକ୍ଷେ, ଯେଉଁ ଏୟାରଲାଇନସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୭ ବର୍ଷ ପରେ ପୁଣି ସେହି ସଂସ୍ଥାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ । ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା । ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ଜେ.ଆର.ଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ମାତ୍ର ଦୀର୍ଘ ୬୭ ବର୍ଷ ପରେ ପୁଣି ଥରେ ଟାଟା ସନ୍ସ ବାଜି ମାରି ନେଇଛି

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର