ଶେଷରେ ବିଧିବଦ୍ଧ ଭାବେ ଏୟାର ଇଣ୍ଡିଆର ମାଲିକାନା ହାତେଇଲା ଟାଟା ଗ୍ରୁପ୍

The Sakala Picture
Published On

ନୂଆଦିଲ୍ଲୀ: ଶେଷରେ ଆଜି ବିଧିବଦ୍ଧ ଭାବେ ଟାଟା ଗ୍ରୁପ୍ ପାଖକୁ ଫେରିଛି ଏୟାର ଇଣ୍ଡିଆ। ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଏବଂ ସରକାରଙ୍କୁ ପୂର୍ଣ୍ଣ ରାଶି ପୈଠ କଲାପରେ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି ଟାଟା ଗ୍ରୁପ୍ । ଏବେ ଏୟାର ଇଣ୍ଡିଆର ସମସ୍ତ ପରିଚାଳନା ଦାୟିତ୍ୱ ତା’ର ନୂଆ ମହାରାଜା ଟାଟା ଗ୍ରୁପ ଅଧିନକୁ ଆସିଛି। ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ କହିଛନ୍ତି ଯେ ଏୟାର ଇଣ୍ଡିଆକୁ ଫେରି ପାଇ ଆମେ […]

ନୂଆଦିଲ୍ଲୀ: ଶେଷରେ ଆଜି ବିଧିବଦ୍ଧ ଭାବେ ଟାଟା ଗ୍ରୁପ୍ ପାଖକୁ ଫେରିଛି ଏୟାର ଇଣ୍ଡିଆ। ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଏବଂ ସରକାରଙ୍କୁ ପୂର୍ଣ୍ଣ ରାଶି ପୈଠ କଲାପରେ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି ଟାଟା ଗ୍ରୁପ୍ । ଏବେ ଏୟାର ଇଣ୍ଡିଆର ସମସ୍ତ ପରିଚାଳନା ଦାୟିତ୍ୱ ତା’ର ନୂଆ ମହାରାଜା ଟାଟା ଗ୍ରୁପ ଅଧିନକୁ ଆସିଛି। ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ କହିଛନ୍ତି ଯେ ଏୟାର ଇଣ୍ଡିଆକୁ ଫେରି ପାଇ ଆମେ ବହୁତ ଖୁସି। ଏହାକୁ ଏକ ବିଶ୍ୱ ସ୍ତରୀୟ ଏୟାରଲାଇନରେ ପରିଣତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଔପଚାରିକ ହସ୍ତାନ୍ତର ପୂର୍ବରୁ ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ୧୮,୦୦୦ କୋଟି ଟଙ୍କାରେ ଏୟାର ଇଣ୍ଡିଆର ବିକ୍ରି ପାଇଁ ଟାଟା ସନ୍ସ ସହ ରାଜିନାମା କରିଥିଲେ। କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ପରେ ଏୟାର ଇଣ୍ଡିଆର ମାଲିକାନା ଟାଟା ଗ୍ରୁପ୍‌ ହାତକୁ ଫେରିଛି। ସରକାରଙ୍କୁ ୨୭୦୦ କୋଟି ଟଙ୍କା ନଗଦ ଦେବ ଏବଂ ଏୟାର ଲାଇନ୍ ଉପରେ ଥିବା ୧୫,୩୦୦ କୋଟି ଟଙ୍କା ବକେୟା ପରିଶୋଧ କରିବା ନେଇ ଚୁକ୍ତି ହୋଇଥିଲା।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର