ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ: ଜାତୀୟ ସଙ୍ଗୀତକୁ ଅପମାନ ଓ ମାଇକ୍ ବନ୍ଦ ଅଭିଯୋଗ ଆଣିଲେ

Madhusudan Das Picture
Published On

ତାମିଲନାଡୁ: ତାମିଲନାଡ଼ୁ ବିଧାନସଭା ଅଧିବେସନରେ ହାଇଡ୍ରାମା । ବଜେଟ ଅଧିବେଶନର ଶୁଭାରମ୍ଭ ସମୟରେ ରାଜ୍ୟପାଳ ଆର.ଏନ. ରବି (RN Ravi) ନିଜର ପାରମ୍ପରିକ ଅଭିଭାଷଣ ରଖିବା ପୂର୍ବରୁ ଗୃହ ତ୍ୟାଗ କରି ଚାଲିଯାଇଛନ୍ତି। ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିବା ଏବଂ ଅଭିଭାଷଣ ସମୟରେ ତାଙ୍କ ମାଇକ୍ ବନ୍ଦ କରିଦିଆଯାଇଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହି ଘଟଣା ପରେ ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟପାଳଙ୍କ ମାଇକକୁ ବାରମ୍ବାର ବନ୍ଦ କରାଯାଇଥିଲା ଏବଂ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନଥିଲା। ରାଜ୍ୟରେ ଦଳିତ ଓ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପ୍ରସଙ୍ଗକୁ ସରକାରଙ୍କ ପ୍ରସ୍ତୁତ ଅଭିଭାଷଣରେ ସମ୍ପୂର୍ଣ୍ଣ ଏଡାଇ ଦିଆଯାଇଥିବାରୁ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, 'ଜାତୀୟ ସଙ୍ଗୀତକୁ ଅପମାନିତ କରାଯାଇଛି ଏବଂ ମୌଳିକ ସାମ୍ବିଧାନିକ କର୍ତ୍ତବ୍ୟକୁ ଅଣଦେଖା କରାଯାଇଛି।'

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ବିଧାନସଭା ଆରମ୍ଭରୁ ଗୃହ ଭିତରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଚସ୍ପତି ଏମ. ଆପାଭୁ ରାଜ୍ୟପାଳଙ୍କୁ ଗୃହର ନିୟମ ଓ ପରମ୍ପରା ପାଳନ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳ ନେତା ଇଡାପ୍ପାଡି ପାଲାନିସ୍ୱାମୀ ଏବଂ ଏଆଇଏଡିଏମକେ ବିଧାୟକମାନେ ମଧ୍ୟ ଗୃହ ତ୍ୟାଗ କରିବା ସହ ବିଧାନସଭା ପ୍ରବେଶ ପଥରେ ସ୍ଲୋଗାନ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମଧ୍ୟ ରାଜ୍ୟପାଳ ରବି ସମାନ ଢଙ୍ଗରେ ଗଭୀର ମର୍ମାହତ ହୋଇ ଗୃହ ତ୍ୟାଗ କରିଥିଲେ ଏବଂ ଭାରତର ସମ୍ବିଧାନ ତଥା ଜାତୀୟ ସଙ୍ଗୀତର ଅପମାନ ହୋଇଥିବା ଦର୍ଶାଇଥିଲେ। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏବଂ ତାଙ୍କ ସରକାର ପାଇଁ ଏହି ଅଧିବେଶନ ରାଜନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର