ତାଲିବାନ୍‌ର ଅଜବ ନୀତି: ରେସ୍ତୋରାଁରେ ପରିବାର ସଦସ୍ୟଙ୍କ ସହ ଖାଇପାରିବେନି ପୁରୁଷ

The Sakala Picture
Published On

କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ପରଠାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଇଛି। ଲୋକେ ଭୟଭୀତ ହୋଇ କାଳତିପାତ କରୁଛନ୍ତି। ତାଲିବାନ ସରକାର ପ୍ରତିଦିନ ନୂଆ ନୂଆ ନିର୍ଦ୍ଦେଶ ଜାରି କରି ଲୋକଙ୍କୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛନ୍ତି। ଏବେ ରେସ୍ତୋରାଁରେ ପତିପତ୍ନୀଙ୍କ ଏକାଠି ଭୋଜନ ଉପରେ କଟକଣା ଲଗାଇ ଦିଆଯାଇଛି। ଆଫଗାନିସ୍ତାନର ପଶ୍ଚିମ ହେରାତ ପ୍ରଦେଶରେ ଏହି କଟକଣା ଲଗାଯାଇଛି। ପୁରୁଷମାନେ ଫ୍ୟାମିଲି ରେସ୍ତୋରାଁରେ ପରିବାର ସଦସ୍ୟଙ୍କ ସହ ବସି ଭୋଜନ କରିପାରିବେ ନାହିଁ। ପୁରୁଷ ଏବଂ […]

କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ପରଠାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଇଛି। ଲୋକେ ଭୟଭୀତ ହୋଇ କାଳତିପାତ କରୁଛନ୍ତି। ତାଲିବାନ ସରକାର ପ୍ରତିଦିନ ନୂଆ ନୂଆ ନିର୍ଦ୍ଦେଶ ଜାରି କରି ଲୋକଙ୍କୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛନ୍ତି। ଏବେ ରେସ୍ତୋରାଁରେ ପତିପତ୍ନୀଙ୍କ ଏକାଠି ଭୋଜନ ଉପରେ କଟକଣା ଲଗାଇ ଦିଆଯାଇଛି। ଆଫଗାନିସ୍ତାନର ପଶ୍ଚିମ ହେରାତ ପ୍ରଦେଶରେ ଏହି କଟକଣା ଲଗାଯାଇଛି। ପୁରୁଷମାନେ ଫ୍ୟାମିଲି ରେସ୍ତୋରାଁରେ ପରିବାର ସଦସ୍ୟଙ୍କ ସହ ବସି ଭୋଜନ କରିପାରିବେ ନାହିଁ। ପୁରୁଷ ଏବଂ ମହିଳା ଏକାଠି ହୋଇ ପାର୍କ ମଧ୍ୟ ଯାଇପାରିବେ ନାହିଁ। ସଦାଚାର ପ୍ରଚାରପ୍ରସାର ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ମନ୍ତ୍ରାଳୟ ଅଧିକାରୀ ରିଆଜୁଲାହ ସିରତ କହିଛନ୍ତି ଯେ ପୁରୁଷ ଏବଂ ମହିଳାଙ୍କୁ ଅଲଗା ଅଲଗା ଦିନ ପାର୍କ ଯିବାକୁ କୁହାଯାଇଛି। ଗୁରୁବାର, ଶୁକ୍ରବାର, ଶନିବାର ମହିଳା ଏବଂ ରବିବାର, ସୋମବାର, ମଙ୍ଗଳବାର, ବୁଧବାର ପୁରୁଷମାନେ ପାର୍କକୁ ଯାଇପାରିବେ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଏଭଳି ନିର୍ଦ୍ଦେଶ ଜାରି କରାଯାଇଥିଲା। ଏଥିରେ ଦିନକରେ ପୁରୁଷ ଏବଂ ମହିଳା ଏକାଠି ହୋଇ ମନୋରଞ୍ଜନ ପାର୍କ ଯିବାରେ କଟକଣା ଲଗାଯାଇଥିଲା। ତାଲିବାନ ଶାସନରେ ମହିଳାଙ୍କ ଉପରେ ସର୍ବାଧିକ କଟକଣା ଲଗା ଗଲାଣି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର