ଆଫଗାନିସ୍ତାନରେ ପାକିସ୍ତାନ ବିରୋଧୀ ସ୍ଲୋଗାନ, ନିଜ ନାଗରିକଙ୍କୁ ଗୁଳିମାଡ କଲା ତାଲିବାନ
କାବୁଲ: ଦିନକୁ ଦିନ ସୀମା ଟପୁଛି ତାଲିବାନୀର ବର୍ବରତା। ନିଜ ଦେଶର ନାଗରିକଙ୍କ ଉପରେ ମଧ୍ଯ ଗୁଳିଚାଳନା କରିବାକୁ ପଛାଉ ନାହିଁ। କାବୁଲରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନକୁ ଦମନ କରିବା ପାଇଁ ତାଲିବାନ ଗୁଳି ଚଳାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ପାକିସ୍ତାନକୁ ବିରୋଧ କରୁଥିବା ଶହଶହ ମହିଳା ଓ ପୁରୁଷ ରାଷ୍ଟ୍ରପତି ଭବନ ଆଡକୁ ଯାଉଥିବା ବେଳେ ତାଲିବାନୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲା। ଏହି ଗୁଳିଚାଳନା ପରେ ଉତ୍ତେଜନା ଦେଖାଦେଇଛି। Footage posted on social media […]
କାବୁଲ: ଦିନକୁ ଦିନ ସୀମା ଟପୁଛି ତାଲିବାନୀର ବର୍ବରତା। ନିଜ ଦେଶର ନାଗରିକଙ୍କ ଉପରେ ମଧ୍ଯ ଗୁଳିଚାଳନା କରିବାକୁ ପଛାଉ ନାହିଁ। କାବୁଲରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନକୁ ଦମନ କରିବା ପାଇଁ ତାଲିବାନ ଗୁଳି ଚଳାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ପାକିସ୍ତାନକୁ ବିରୋଧ କରୁଥିବା ଶହଶହ ମହିଳା ଓ ପୁରୁଷ ରାଷ୍ଟ୍ରପତି ଭବନ ଆଡକୁ ଯାଉଥିବା ବେଳେ ତାଲିବାନୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲା। ଏହି ଗୁଳିଚାଳନା ପରେ ଉତ୍ତେଜନା ଦେଖାଦେଇଛି।
Footage posted on social media shows the Taliban firing into the air to disperse protesters.#TOLOnews pic.twitter.com/lj9I4yqr9r
— TOLOnews (@TOLOnews) September 7, 2021
ସୂଚନାଅନୁଯାୟୀ, ମଙ୍ଗଳବାର ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରାଯାଉଥିଲା । ରାଲିରେ ବହୁସଂଖ୍ୟକ ମହିଳା ସାମିଲ ହୋଇଥିଲେ । କାବୁଲ ରାଷ୍ଟ୍ରପତିଙ୍କ ବାସଭବନର ପାଖରେ ଥିବା ସେରେନା ହୋଟେଲ ନିକଟରେ ଚାଲିଥିଲା ଏହି ବିକ୍ଷୋଭ ରାଲି ।
ଆସୱାକା ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, କାବୁଲର ରାଷ୍ଟ୍ରପତି ଭବନ ନିକଟରେ ସେରେନା ହୋଟେଲ ଅଛି। ଏହି ହୋଟଲରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିର ମୁଖ୍ୟ ଫୈଜ ହାମିଦ ଏକ ସପ୍ତାହ ହେଲା ରହୁଛନ୍ତି। ଏଥିପାଇଁ ବିକ୍ଷୋଭକାରୀମାନେ ଏହି ହୋଟେଲ ଆଡକୁ ଯାଉଥିଲେ।
ପଞ୍ଜଶୀରରେ ପାକିସ୍ତାନର ଆକ୍ରମଣକୁ ବିରୋଧ କରୁଥିବା ଆଫଗାନିସ୍ତାନ ନାଗରିକମାନେ ଏହି ବିକ୍ଷୋଭ କରୁଛନ୍ତି । ସେହି ବିକ୍ଷୋଭ ରାଲିକୁ ଟାର୍ଗେଟ କରି ଏହି ଗୁଳିମାଡ କରାଯାଇଛି ।