ତାଲିବାନର ଘୋଷଣା : ରାଷ୍ଟ୍ରପତି କ୍ଷମତା ନ ଛାଡ଼ିବା ଯାଏଁ ଶାନ୍ତି ପ୍ରତିଷ୍ଠା ଅସମ୍ଭବ

The Sakala Picture
Published On

କାବୁଲ : ଆମେରିକା ସୈନ୍ୟ ଅପସାରଣ ପରଠାରୁ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନ ତାଲିବାନର ଶକ୍ତି ଦିନକୁ ଦିନ ବୃଦ୍ଧି ପାଉଛି। ଏ ପର୍ଯ୍ୟନ୍ତ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ କବ୍ଜା କରିଥିବା ତାଲିବାନ ଦାବି କରୁଛି। ଏହା ସହିତ ଲୋକଙ୍କ ଉପରେ ଏହି ଆତଙ୍କବାଦୀ ସଂଗଠନର ଅତ୍ୟାଚାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ମହିଳଙ୍କୁ ଏକାକୀ ଘରୁ ନ ବାହାରିବା ପାଇଁ କହୁଛି ତ ଆଉ କେବେ ଆତଙ୍କବାଦୀଙ୍କୁ ବିବାହ କରିବା ପାଇଁ ମୌଲାନଙ୍କୁ ୧୫ର […]

କାବୁଲ : ଆମେରିକା ସୈନ୍ୟ ଅପସାରଣ ପରଠାରୁ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନ ତାଲିବାନର ଶକ୍ତି ଦିନକୁ ଦିନ ବୃଦ୍ଧି ପାଉଛି। ଏ ପର୍ଯ୍ୟନ୍ତ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ କବ୍ଜା କରିଥିବା ତାଲିବାନ ଦାବି କରୁଛି। ଏହା ସହିତ ଲୋକଙ୍କ ଉପରେ ଏହି ଆତଙ୍କବାଦୀ ସଂଗଠନର ଅତ୍ୟାଚାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ମହିଳଙ୍କୁ ଏକାକୀ ଘରୁ ନ ବାହାରିବା ପାଇଁ କହୁଛି ତ ଆଉ କେବେ ଆତଙ୍କବାଦୀଙ୍କୁ ବିବାହ କରିବା ପାଇଁ ମୌଲାନଙ୍କୁ ୧୫ର ବର୍ଷରୁ ଊର୍ଦ୍ଧ୍ବ ଯୁବତୀ ଏବଂ ବିଧବାଙ୍କ ତାଲିକା ମାଗିଛି। ଏବେ ରାଷ୍ଟ୍ରପତି ଅସରଫ ଘନି କ୍ଷମତା ନ ଛାଡିବା ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ତାଲିବାନ ଘୋଷଣା କରିଛି। ତେବେ ଆତଙ୍କବାଦୀ ସଂଗଠନ ନିରଙ୍କୁଶ କ୍ଷମତା ଚାହୁଁନାହିଁ ବୋଲି କହିଛି। ଘନି ହଟିବା ପରେ ଆଲୋଚନା ମାଧ୍ୟମରେ ନୂଆ ସରକାର ଗଠନ ହେବ। ଘନି ସରକାର କ୍ଷମତା ଛାଡିବା ପରେ ତାଲିବାନ ଅସ୍ତ୍ରଶସ୍ତ୍ର ଛାଡିଦେବ। ଏହା ପରେ ସଂଘର୍ଷରେ ସାମିଲ ଥିବା ସମସ୍ତ ପକ୍ଷର ସ୍ବୀକୃତି ପ୍ରାପ୍ତ ସରକାର ଶାସନ କରିବେ। ତାଲିବାନ ମୁଖପାତ୍ର ସୁହେଲ ଶାହିନ ଏକ ସାକ୍ଷାତକାରରେ ଏହା କହିଛନ୍ତି। ଘନି ଯୁଦ୍ଧକୁ ଉସକାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ୧୩ ବର୍ଷର କୋମା ପରେ 'ଇଚ୍ଛା ମୃତ୍ୟୁ' ଅନୁମତି: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

24 Jul 2021 By The Sakala

ତାଲିବାନର ଘୋଷଣା : ରାଷ୍ଟ୍ରପତି କ୍ଷମତା ନ ଛାଡ଼ିବା ଯାଏଁ ଶାନ୍ତି ପ୍ରତିଷ୍ଠା ଅସମ୍ଭବ

କାବୁଲ : ଆମେରିକା ସୈନ୍ୟ ଅପସାରଣ ପରଠାରୁ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନ ତାଲିବାନର ଶକ୍ତି ଦିନକୁ ଦିନ ବୃଦ୍ଧି ପାଉଛି। ଏ ପର୍ଯ୍ୟନ୍ତ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ କବ୍ଜା କରିଥିବା ତାଲିବାନ ଦାବି କରୁଛି। ଏହା ସହିତ ଲୋକଙ୍କ ଉପରେ ଏହି ଆତଙ୍କବାଦୀ ସଂଗଠନର ଅତ୍ୟାଚାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ମହିଳଙ୍କୁ ଏକାକୀ ଘରୁ ନ ବାହାରିବା ପାଇଁ କହୁଛି ତ ଆଉ କେବେ ଆତଙ୍କବାଦୀଙ୍କୁ ବିବାହ କରିବା ପାଇଁ ମୌଲାନଙ୍କୁ ୧୫ର ବର୍ଷରୁ ଊର୍ଦ୍ଧ୍ବ ଯୁବତୀ ଏବଂ ବିଧବାଙ୍କ ତାଲିକା ମାଗିଛି। ଏବେ ରାଷ୍ଟ୍ରପତି ଅସରଫ ଘନି କ୍ଷମତା ନ ଛାଡିବା ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ତାଲିବାନ ଘୋଷଣା କରିଛି। ତେବେ ଆତଙ୍କବାଦୀ ସଂଗଠନ ନିରଙ୍କୁଶ କ୍ଷମତା ଚାହୁଁନାହିଁ ବୋଲି କହିଛି। ଘନି ହଟିବା ପରେ ଆଲୋଚନା ମାଧ୍ୟମରେ ନୂଆ ସରକାର ଗଠନ ହେବ। ଘନି ସରକାର କ୍ଷମତା ଛାଡିବା ପରେ ତାଲିବାନ ଅସ୍ତ୍ରଶସ୍ତ୍ର ଛାଡିଦେବ। ଏହା ପରେ ସଂଘର୍ଷରେ ସାମିଲ ଥିବା ସମସ୍ତ ପକ୍ଷର ସ୍ବୀକୃତି ପ୍ରାପ୍ତ ସରକାର ଶାସନ କରିବେ। ତାଲିବାନ ମୁଖପାତ୍ର ସୁହେଲ ଶାହିନ ଏକ ସାକ୍ଷାତକାରରେ ଏହା କହିଛନ୍ତି। ଘନି ଯୁଦ୍ଧକୁ ଉସକାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

https://www.thesakala.in/national-international/taliban-declaration-peace-is-impossible-until-the-president-relinquishes-power/article-4055
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର