ଭାଙ୍ଗୁଛି ଆଫଗାନିସ୍ତାନ: କାନ୍ଦାହାର ପରେ ଆଉ ଏକ ଅଞ୍ଚଳ କବଜା କଲା ତାଲିବାନ

The Sakala Picture
Published On

କାବୁଲ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନ ପରିସ୍ଥିତି। ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରମୁଖ ସହର କବ୍‌ଜା କରିବାରେ ଲାଗିଛି ତାଲିବାନ୍ । ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରକୁ ନିଜ କବ୍‌ଜାକୁ ନେବା ସହ ତାଲିବାନ ଏବେ ଲଶ୍କର ଗାକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେହିପରି ହେରାଟ ଏୟାରପୋର୍ଟକୁ ମଧ୍ୟ କବଜା କରିବାରେ ସଫଳ ହୋଇଛି ତାଲିବାନ। ସେଠାରୁ ସାଧାରଣ ଜନତା ଓ ସରକାରୀ ଅଧିକାରୀଙ୍କୁ ସ୍ଥାନାନ୍ତର କରିିବାକୁ ଅନୁମତି ଦେଇଛି ତାଲିବାନ୍ ।କାନ୍ଦାହାର ସମେତ […]

କାବୁଲ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନ ପରିସ୍ଥିତି। ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରମୁଖ ସହର କବ୍‌ଜା କରିବାରେ ଲାଗିଛି ତାଲିବାନ୍ । ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରକୁ ନିଜ କବ୍‌ଜାକୁ ନେବା ସହ ତାଲିବାନ ଏବେ ଲଶ୍କର ଗାକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେହିପରି ହେରାଟ ଏୟାରପୋର୍ଟକୁ ମଧ୍ୟ କବଜା କରିବାରେ ସଫଳ ହୋଇଛି ତାଲିବାନ। ସେଠାରୁ ସାଧାରଣ ଜନତା ଓ ସରକାରୀ ଅଧିକାରୀଙ୍କୁ ସ୍ଥାନାନ୍ତର କରିିବାକୁ ଅନୁମତି ଦେଇଛି ତାଲିବାନ୍ ।କାନ୍ଦାହାର ସମେତ ପ୍ରାୟ ଅଧିକାଂଶ ପ୍ରମୁଖ ସହର ଏବେ ତାଲିବାନ୍ କବ୍‌ଜାକୁ ଆସିଥିବା ବେଳେ କେବଳ ରାଜଧାନୀ କାବୁଲ ଏବଂ ଅନ୍ୟ କିଛି ଉପାନ୍ତ ଅଞ୍ଚଳ ହିଁ ବାକି ରହିଛି ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଦେଶର ପ୍ରାୟ ସବୁ ଅଞ୍ଚଳରେ ନିୟନ୍ତ୍ରଣ ହରାଇଛନ୍ତି ଆଫଗାନିସ୍ତାନ ସରକାର । ତାଲିବାନ ଗତ ୮ ଦିନରେ ଯେଉଁଭଳି ଗୋଟିଏ ପରେ ଗୋଟିଏ ସହର ଓ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଛି ତାହା ଆଫଗାନ୍ ସରକାର ଏବଂ ଏହାର ଆମେରିକୀୟ ସମର୍ଥକଙ୍କୁ ସ୍ତବ୍ଧ କରିଦେଇଛି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ନିର୍ବାଚିତ ସରକାର ଦେଶ ଉପରୁ ନିଜର ଅସ୍ତିତ୍ୱ ହରାଇ ଚାଲିଛନ୍ତି। ଆଫଗାନିସ୍ତାନର ସୈନ୍ୟମାନେ ଆଉ ତାଲିବାନ ସହ ଯୁଦ୍ଧ କରିବାକୁ ସମର୍ଥ ହେଉ ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ତାଲିବାନର ସଂଗଠିତ ଆକ୍ରମଣକୁ ଦେଖି ଆଫଗାନ ସେନା ଛତ୍ରଭଙ୍ଗ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଅନେକ ସ୍ଥାନରେ ସୈନିକମାନେ ତାଲିବାନ ସହ ହାତ ମିଳାଇ ଆତଙ୍କବାଦୀ ହୋଇଯାଉଥିବା ନଜରକୁ ଆସିଛି। ଏପରି ମୁହୂର୍ତ୍ତରେ ଆଉ କାବୁଲ୍ ସୁରକ୍ଷିତ ନୁହେଁ ବୋଲି ସ୍ପଷ୍ଟ କରିସାରିଲାଣି ଯୁକ୍ତରାଷ୍ଟ୍ର ଆମେରିକା। ଏପରି କ୍ଷେତ୍ରରେ ଆଫଗାନିସ୍ତାନରେ ଥିବା ଆମେରିକାର ସୈନିକ ଏବଂ ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିବା ଆମେରିକା ପାଇଁ ଏକ ଆହ୍ୱାନ ପାଲଟିଛି। ଏହି ମାସ ଶେଷ ସୁଦ୍ଧା ସୈନିକ ପ୍ରତ୍ୟାହାର ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ଆଫଗାନିସ୍ଥାନରେ ଥିବା ନିଜର ଦୂତାବାସରୁ କର୍ମଚାରୀ ଓ ସୈନିକଙ୍କୁ ପ୍ରତ୍ୟାହାର କରିବା ପାଇଁ ଆଜି ୪ ହଜାର ସୈନିକଙ୍କ ସମେତ ୩ ହଜାର ଜଳ ଜାହାଜ ପ୍ରେରଣ କରିଛି।

ସେନା ଦୁର୍ବଳ ହେବାରୁ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ MI-24 କୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ। ତାଲିବାନ ଆତଙ୍କୀ MI-24 ଆଗରେ ଠିଆ ହୋଇ ଫଟୋ ସେୟାର କରିଛନ୍ତି । ୨୦୧୯ ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକାପ୍ଟର ଗିଫ୍ଟ ଦେଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର