ସାଗର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାର

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ପହିଲମାନ ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୁଲିସ ସୋମବାର ଚାର୍ଜସିଟ୍ ଦାଖଲ କରିଛି। ୧୭୦ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି। କ୍ରାଇମ ବ୍ରାଞ୍ଚର ଏହି ଚାର୍ଜସିଟ୍‌ରେ ପହିଲମାନ ସୁଶୀଲ କୁମାରଙ୍କ ସମେତ ଅନ୍ୟ ୨୦ ଅଭିଯୁକ୍ତଙ୍କ ନାମ ସାମିଲ ରହିଥିବା ଜଣାପଡ଼ିଛି। ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ ସତବୀର ସିଂହ ଲାମ୍ବାଙ୍କ ଅଦାଲତରେ ଚାର୍ଜସିଟ୍‌ ଦାଖଲ […]

ନୂଆଦିଲ୍ଲୀ : ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ପହିଲମାନ ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୁଲିସ ସୋମବାର ଚାର୍ଜସିଟ୍ ଦାଖଲ କରିଛି। ୧୭୦ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି। କ୍ରାଇମ ବ୍ରାଞ୍ଚର ଏହି ଚାର୍ଜସିଟ୍‌ରେ ପହିଲମାନ ସୁଶୀଲ କୁମାରଙ୍କ ସମେତ ଅନ୍ୟ ୨୦ ଅଭିଯୁକ୍ତଙ୍କ ନାମ ସାମିଲ ରହିଥିବା ଜଣାପଡ଼ିଛି। ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ ସତବୀର ସିଂହ ଲାମ୍ବାଙ୍କ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରି ପୁଲିସ ସୁଶୀଲ କୁମାରଙ୍କୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଥିବା ବେଳେ ଆଉ ୫ ଅଭିଯୁକ୍ତ ଫେରାର ଅଛନ୍ତି। ସୁଶୀଲଙ୍କୁ ଗତ ମେ ୨୩ ତାରିଖରେ ମୁଣ୍ଡକା ଅଞ୍ଚଳରୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମେ ୪ ରାତିରେ ମଡେଲ ଥାନା ଅଞ୍ଚଳରେ ପହିଲମାନ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଏକ ଫ୍ଲାଟରୁ ସାଗର ରାଣା ଏବଂ ତାଙ୍କ ବନ୍ଧୁ ସୋନୁ ମହାଲ , ଅମିତ୍ କୁମାରଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଛତ୍ରସାଲ ଷ୍ଟାଡିୟମ ଆଣି ପାର୍କିଂରେ ନିର୍ମମ ମାଡ ମାରିଥିଲେ। ଏଥିରେ ସାଗର ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର