SBIକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଇଲେକ୍ଟୋରାଲ୍‌ ବଣ୍ଡ ସହ ଜଡିତ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କର

The Sakala Picture
Published On

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI)କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ବ୍ଯକ୍ତିବିଶେଷ ଓ କମ୍ପାନିଙ୍କ ସମ୍ପର୍କରେ ତଥ୍ଯ ଦେବାକୁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ଯକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠର ନିର୍ଦ୍ଦେଶ। ଏହାସହ ଇଲେକ୍ଟୋରାଲ ବଣ୍ଡଗୁଡିକର ସିରିୟଲ ନମ୍ବର ବି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଥ୍ୟ ସହ ସତ୍ୟପାଠ […]

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI)କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ବ୍ଯକ୍ତିବିଶେଷ ଓ କମ୍ପାନିଙ୍କ ସମ୍ପର୍କରେ ତଥ୍ଯ ଦେବାକୁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ଯକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠର ନିର୍ଦ୍ଦେଶ। ଏହାସହ ଇଲେକ୍ଟୋରାଲ ବଣ୍ଡଗୁଡିକର ସିରିୟଲ ନମ୍ବର ବି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ଏସବିଆଇ ଜମା କରିଥିବା ନିର୍ବାଚନୀ ବଣ୍ଡ ବିବରଣୀ ଅସମ୍ପୂର୍ଣ୍ଣ ବୋଲି ଦର୍ଶାଇ ପାଞ୍ଚଜଣିଆ ଖଣ୍ଡପୀଠ ପୂର୍ବରୁ ବ୍ୟାଙ୍କକୁ ନୋଟିସ ଜାରି କରି ମାର୍ଚ୍ଚ ୧୮ ତାରିଖରେ ଶୁଣାଣି ପାଇଁ କହିଥିଲେ। ଅଦାଲତ କହିଛନ୍ତି ଯେ ମାର୍ଚ୍ଚ ୧୧ର ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ ଓ ବଣ୍ଡ୍‌ ନମ୍ବର ଓ ଅର୍ଥ ଗ୍ରହଣ କରିଥିବା ଦଳ ସଂପର୍କରେ ସୂଚନା ଦିଆଯିବା ଉଚିତ। କିନ୍ତୁ ଏସ୍‌ବିଆଇ ଏହାକୁ ଉଲ୍ଲଂଘନ କରି ପୂର୍ଣ୍ଣାଙ୍ଗ ସୂଚନା ଦେଇନାହିଁ। ସେମାନଙ୍କୁ ବଣ୍ଡ୍‌ ନମ୍ବର ଦେବାକୁ ହିଁ ହେବ ବୋଲି ପ୍ରଧାନ ବିଚାରପତି ପୂର୍ବରୁ କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

18 Mar 2024 By The Sakala

SBIକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଇଲେକ୍ଟୋରାଲ୍‌ ବଣ୍ଡ ସହ ଜଡିତ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କର

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI)କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ବ୍ଯକ୍ତିବିଶେଷ ଓ କମ୍ପାନିଙ୍କ ସମ୍ପର୍କରେ ତଥ୍ଯ ଦେବାକୁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ଯକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠର ନିର୍ଦ୍ଦେଶ। ଏହାସହ ଇଲେକ୍ଟୋରାଲ ବଣ୍ଡଗୁଡିକର ସିରିୟଲ ନମ୍ବର ବି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଏସବିଆଇ ଜମା କରିଥିବା ନିର୍ବାଚନୀ ବଣ୍ଡ ବିବରଣୀ ଅସମ୍ପୂର୍ଣ୍ଣ ବୋଲି ଦର୍ଶାଇ ପାଞ୍ଚଜଣିଆ ଖଣ୍ଡପୀଠ ପୂର୍ବରୁ ବ୍ୟାଙ୍କକୁ ନୋଟିସ ଜାରି କରି ମାର୍ଚ୍ଚ ୧୮ ତାରିଖରେ ଶୁଣାଣି ପାଇଁ କହିଥିଲେ। ଅଦାଲତ କହିଛନ୍ତି ଯେ ମାର୍ଚ୍ଚ ୧୧ର ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ ଓ ବଣ୍ଡ୍‌ ନମ୍ବର ଓ ଅର୍ଥ ଗ୍ରହଣ କରିଥିବା ଦଳ ସଂପର୍କରେ ସୂଚନା ଦିଆଯିବା ଉଚିତ। କିନ୍ତୁ ଏସ୍‌ବିଆଇ ଏହାକୁ ଉଲ୍ଲଂଘନ କରି ପୂର୍ଣ୍ଣାଙ୍ଗ ସୂଚନା ଦେଇନାହିଁ। ସେମାନଙ୍କୁ ବଣ୍ଡ୍‌ ନମ୍ବର ଦେବାକୁ ହିଁ ହେବ ବୋଲି ପ୍ରଧାନ ବିଚାରପତି ପୂର୍ବରୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର