ମିଡିଆ ଟ୍ରାଏଲକୁ ସୁପ୍ରିମକୋର୍ଟଙ୍କ ନା, କେନ୍ଦ୍ରକୁ ମାର୍ଗଦର୍ଶିକା ପ୍ରସ୍ତୁତ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ,୧୩ା୯(ଏଜେନ୍ସି): ‘ମିଡିଆ ଟ୍ରାଏଲ’କୁ ସୁପ୍ରିମକୋର୍ଟ ନା କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ମିଥ୍ୟା ଖବର ପ୍ରସାରଣ ଦ୍ବାରା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି। ଅପରାଧୀକୁ ନେଇ ସଂଶୟ ରହୁଛି। ମିଡିଆ ଟ୍ରାଏଲ ଦ୍ବାରା ନ୍ୟାୟ ପ୍ରଭାବିତ ହେଉଛି। ଏଭଳି ମାମଲାରେ ପୁଲିସ ସମ୍ବେଦନଶୀଳ ହେବା ଉଚିତ। କେଉଁ ମାମଲାରେ କେତେ ଖୁଲାସା ହେବ ତାହା ଧାର୍ଯ୍ୟ କରାଯିବା ଆବଶ୍ୟକ। ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ। […]

ନୂଆଦିଲ୍ଲୀ,୧୩ା୯(ଏଜେନ୍ସି): ‘ମିଡିଆ ଟ୍ରାଏଲ’କୁ ସୁପ୍ରିମକୋର୍ଟ ନା କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ମିଥ୍ୟା ଖବର ପ୍ରସାରଣ ଦ୍ବାରା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି। ଅପରାଧୀକୁ ନେଇ ସଂଶୟ ରହୁଛି। ମିଡିଆ ଟ୍ରାଏଲ ଦ୍ବାରା ନ୍ୟାୟ ପ୍ରଭାବିତ ହେଉଛି। ଏଭଳି ମାମଲାରେ ପୁଲିସ ସମ୍ବେଦନଶୀଳ ହେବା ଉଚିତ। କେଉଁ ମାମଲାରେ କେତେ ଖୁଲାସା ହେବ ତାହା ଧାର୍ଯ୍ୟ କରାଯିବା ଆବଶ୍ୟକ। ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ। କାରଣ ଏଥିରେ ଉଭୟ ପୀଡ଼ିତ ଏବଂ ଅଭିଯୁକ୍ତଙ୍କ ସ୍ବାର୍ଥ ସାମିଲ ରହିଛି। ଅପରାଧିକ ମାମଲାରେ ‘ମିଡିଆ ରିପୋର୍ଟ’ ଅନେକ ଲୋକଙ୍କ ସ୍ବାର୍ଥ ସହ ଜଡ଼ିତ। ଗଣମାଧ୍ୟମର ଖବର ପ୍ରସାରଣରେ ଉଭୟଙ୍କ ମତ ପ୍ରକାଶ କରିବାର ଅଧିକାର ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ଉତ୍ତର ପ୍ରଦେଶର ସମ୍ଭଲରେ 'ସ୍ପେଶାଲ ୨୬' ଷ୍ଟାଇଲ୍ ଠକେଇ: ନକଲି ଆୟକର ଅଧିକାରୀ ସାଜି ଚାଷୀଙ୍କଠାରୁ ୨୪ ଲକ୍ଷ ଟଙ୍କା ମାଗୁଥିବା LLB ଛାତ୍ର ଗିରଫ

ତେଣୁ ମିଡିଆ ଟ୍ରାଏଲକୁ ଅନୁମତି ଦିଆଯାଇପାରିବ ନାହିଁ। ତଦନ୍ତ ଚାଲିଥିବାବେଳେ ଯଦି ଗୁରୁତ୍ବପୂର୍ଣ୍ଣ ପ୍ରମାଣର ପ୍ରଘଟ ହେଲେ ଯାଞ୍ଚ ପ୍ରଭାବିତ ହୋଇଥାଏ। ଏହି ସମୟରେ ଅଭିଯୁକ୍ତର ଅଧିକାରର ମଧ୍ୟ ଧ୍ୟାନ ରଖିବା ଜରୁରୀ। କାରଣ ସେ ମଧ୍ୟ ନିରପେକ୍ଷ ଏବଂ ସ୍ବାଧୀନ ଯାଞ୍ଚ ଆଶା କରିଥାଏ। ଏଭଳି ସ୍ଥିତିରେ ମିଡିଆ ଟ୍ରାଏଲ ହେଲେ ତଦନ୍ତ ପ୍ରଭାବିତ ହୋଇଥାଏ। ଏହା ସହିତ ମିଡିଆ ଟ୍ରାଏଲ ଦ୍ବାରା ପୀଡ଼ିତ ଏବଂ ଅଭିଯୋଗକାରୀଙ୍କ ଗୋପନୀୟତାର ମଧ୍ୟ ଉଲ୍ଲଙ୍ଘନ ହୋଇଥାଏ। ବେଳେ ବେଳେ ମାମଲାରେ ନାବାଳକଙ୍କ ମଧ୍ୟ ସମ୍ବନ୍ଧ ରହିଥାଏ। ଏପରି ସ୍ଥିତିରେ ପୀଡ଼ିତଙ୍କ ଗୋପନୀୟତାକୁ ପ୍ରଭାବିତ କରାଯାଇପାରିବ ନାହିଁ।

ଆହୁରି ପଢ଼ନ୍ତୁ: ୯ ମହଲାରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା: ଡାଏରୀରୁ ମିଳିଲା ‘କୋରିଆନ୍ ଗେମ୍’ ଲିଙ୍କ୍, ଲେଖିଥିଲେ- ‘I Am Really Sorry Papa’

ଉଭୟଙ୍କ ଅଧିକାରର ଧ୍ୟାନ ରଖିବା ଜରୁରୀ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ତିନି ମାସ ମଧ୍ୟରେ ମିଡିଆ ଟ୍ରାଏଲକୁ ନେଇ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମାସେ ଭିତରେ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ପରାମର୍ଶ ଦେବା ପାଇଁ ସବୁ ରାଜ୍ୟର ଡିଜିପି ଏବଂ ଜାତୀୟ ମାନବାଧିକାର କମିଶନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ରେ ଦାଏର ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ଦ୍ବିତୀୟ ସପ୍ତାହରେ ହେବ। ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଏ ନେଇ ମାର୍ଗଦର୍ଶିକା ଜାରି କରିବେ ବୋଲି ଆଡିସନାଲ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟ୍ଟୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ନର୍ଦ୍ଧମା ଢାଙ୍କୁଣୀ ଚୋରି କଲେ ୫୦ ଲକ୍ଷ ଜରିମାନା! ପାକିସ୍ତାନ ସରକାର ଆଣିଲେ କଡ଼ା ଆଇନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp