ବିମୁଦ୍ରୀକରଣ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ଶୁଣାଣି; ୫ ଜଣିଆ ଖଣ୍ଡପୀଠ ଶୁଣାଇବେ ରାୟ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଆସିବ ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ । କେନ୍ଦ୍ର ସରକାର ୨୦୧୬ ମସିହାରେ କରିଥିବା ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ଜଷ୍ଟିସ୍ ଏସ୍ ଏ ନାଜିରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇବା ସମ୍ଭାବନା ରହିଛି। ୬ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୫୦୦ […]

ନୂଆଦିଲ୍ଲୀ: ଆଜି ଆସିବ ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ । କେନ୍ଦ୍ର ସରକାର ୨୦୧୬ ମସିହାରେ କରିଥିବା ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ଜଷ୍ଟିସ୍ ଏସ୍ ଏ ନାଜିରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇବା ସମ୍ଭାବନା ରହିଛି। ୬ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୫୦୦ ଓ ୧ହଜାର ଟଙ୍କିଆ ନୋଟ୍ ଅଚଳ କରିବାକୁ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ସରକାରଙ୍କ ୨୦୧୬ ନୋଟବନ୍ଦୀ ନିଷ୍ପତ୍ତି ସମ୍ବନ୍ଧୀୟ ସବୁ ରେକର୍ଡ ସଂରକ୍ଷିତ ରଖିବାକୁ ଡିସେମ୍ବର ୭ରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟାରମଣି, ଆରବିଆଇର ଓକିଲ ତଥା ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ୍ ଏବଂ ଆବେଦନକାରୀଙ୍କ ଓକିଲ ଶ୍ୟାମ ଦିଓ୍ବାନଙ୍କ ଯୁକ୍ତି ଶୁଣିଥିଲେ । ଚିଦାମ୍ବରମ୍ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବିମୁଦ୍ରୀକରଣକୁ ଗୁରୁତର ତ୍ରୁଟି ବୋଲି କହିଥିଲେ । ଚିଦାମ୍ବରମ୍ ଯୁକ୍ତି କରିଥିଲେ ଯେ ସରକାର ଦେଶର ଲିଗାଲ ଟେଣ୍ଡର ବା ମୁଦ୍ରା ସମ୍ବନ୍ଧୀୟ କୌଣସି ପ୍ରସ୍ତାବ ନିଜଆଡୁ ଆରମ୍ଭ କରିପାରିବେ ନାହିଁ । ଏହା କେବଳ ଆରବିଆଇ କେନ୍ଦ୍ରୀୟ ବୋର୍ଡର ସୁପାରିସ ଅନୁଯାୟୀ ହିଁ କରାଯିବା ଉଚିତ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର