NEET ବିବାଦ: ପରୀକ୍ଷା ରଦ୍ଦ ଓ କାଉନସେଲିଂ ପ୍ରକ୍ରିୟାରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: NEET ପରୀକ୍ଷା ମାମଲାରେ NTAକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ  । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହାଦ୍ବାରା ପରୀକ୍ଷାର ପବିତ୍ରତା ନଷ୍ଟ ହୋଇଛି  । ଏଭଳି କ୍ଷେତ୍ରରେ ଏନଟିଏକୁ ଜବାବ ଦେବା ଉଚିତ । କାଉନ୍ସେଲିଂରେ ରହିତାଦେଶ ଲଗାଇବା ପାଇଁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ  । ନିଟ୍‌ ପରୀକ୍ଷାରେ ପୂର୍ବରୁ ଅନିୟମିତତା ହୋଇଥିବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ଆବେଦନକାରୀ […]

ନୂଆଦିଲ୍ଲୀ: NEET ପରୀକ୍ଷା ମାମଲାରେ NTAକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ  । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହାଦ୍ବାରା ପରୀକ୍ଷାର ପବିତ୍ରତା ନଷ୍ଟ ହୋଇଛି  । ଏଭଳି କ୍ଷେତ୍ରରେ ଏନଟିଏକୁ ଜବାବ ଦେବା ଉଚିତ । କାଉନ୍ସେଲିଂରେ ରହିତାଦେଶ ଲଗାଇବା ପାଇଁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ  ।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

ନିଟ୍‌ ପରୀକ୍ଷାରେ ପୂର୍ବରୁ ଅନିୟମିତତା ହୋଇଥିବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ଆବେଦନକାରୀ । ପରୀକ୍ଷାକୁ ରଦ୍ଦ କରିବା ପାଇଁ ଯାଚିକାରେ ଆବେଦନ କରାଯାଇଥିଲା । ଏହି ପରୀକ୍ଷାରେ ଅନିୟମିତତାକୁ ନେଇ ସୋମବାର ଦିନ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିଥିଲେ  ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ପୂର୍ବରୁ ନିଟ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି କହିଥିଲେ ଏନଟିଏ ଡିଜି ସୁବୋଧ କୁମାର ସିଂହ। ଗତ ମେ ୫ ରେ ନିଟ୍ ହୋଇଥିଲା। ଏଥିରେ ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ୬ଟି ସେଣ୍ଟରରେ ୧୬୦୦ ପିଲାଙ୍କ ମାର୍କକୁ ନେଇ ଦେଖାଦେଇଥିଲା ବିବାଦ। କାରଣ ଗ୍ରେସ୍ ମାର୍କ ଦିଆଯିବାରୁ ଏହି ପିଲାଙ୍କୁ ଅଧିକ ମାର୍କ ମିଳିଛି। ବିଶେଷ କରି ଗୋଟିଏ ସେଣ୍ଟରର ପିଲା ବହୁତ ମାର୍କ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ସହ ସୀମା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କଲା ନେପାଳ: ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱ

ଏପରିକି ୬୭ ଜଣ ଛାତ୍ରଛାତ୍ରୀ ସର୍ବାଧିକ ୭୨୦ ଲେଖାଏଁ ମାର୍କ ରଖିଥିଲେ। ହରିଆଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣଙ୍କୁ ମିଳିଥିଲା ୧ ନମ୍ବର ରାଙ୍କ୍ । ତେଣୁ ଜାଲିଆତି ହୋଇଥିବା ଅଭିଯୋଗ କରି ଆଉ ଥରେ ନିଟ୍ ପରୀକ୍ଷା କରାଇବାକୁ କେତେକ ଦାବି କରିଥିଲେ। କିନ୍ତୁ ପରୀକ୍ଷାରେ କୌଣସି ଜାଲିଆତି ହୋଇନାହିଁ କିମ୍ବା ପ୍ରଶ୍ନପତ୍ର ଲିକ୍ ହୋଇନାହିଁ ବୋଲି ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

11 Jun 2024 By The Sakala

NEET ବିବାଦ: ପରୀକ୍ଷା ରଦ୍ଦ ଓ କାଉନସେଲିଂ ପ୍ରକ୍ରିୟାରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: NEET ପରୀକ୍ଷା ମାମଲାରେ NTAକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ  । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହାଦ୍ବାରା ପରୀକ୍ଷାର ପବିତ୍ରତା ନଷ୍ଟ ହୋଇଛି  । ଏଭଳି କ୍ଷେତ୍ରରେ ଏନଟିଏକୁ ଜବାବ ଦେବା ଉଚିତ । କାଉନ୍ସେଲିଂରେ ରହିତାଦେଶ ଲଗାଇବା ପାଇଁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ  ।

ନିଟ୍‌ ପରୀକ୍ଷାରେ ପୂର୍ବରୁ ଅନିୟମିତତା ହୋଇଥିବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ଆବେଦନକାରୀ । ପରୀକ୍ଷାକୁ ରଦ୍ଦ କରିବା ପାଇଁ ଯାଚିକାରେ ଆବେଦନ କରାଯାଇଥିଲା । ଏହି ପରୀକ୍ଷାରେ ଅନିୟମିତତାକୁ ନେଇ ସୋମବାର ଦିନ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିଥିଲେ  ।

ପୂର୍ବରୁ ନିଟ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି କହିଥିଲେ ଏନଟିଏ ଡିଜି ସୁବୋଧ କୁମାର ସିଂହ। ଗତ ମେ ୫ ରେ ନିଟ୍ ହୋଇଥିଲା। ଏଥିରେ ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ୬ଟି ସେଣ୍ଟରରେ ୧୬୦୦ ପିଲାଙ୍କ ମାର୍କକୁ ନେଇ ଦେଖାଦେଇଥିଲା ବିବାଦ। କାରଣ ଗ୍ରେସ୍ ମାର୍କ ଦିଆଯିବାରୁ ଏହି ପିଲାଙ୍କୁ ଅଧିକ ମାର୍କ ମିଳିଛି। ବିଶେଷ କରି ଗୋଟିଏ ସେଣ୍ଟରର ପିଲା ବହୁତ ମାର୍କ ପାଇଛନ୍ତି।

ଏପରିକି ୬୭ ଜଣ ଛାତ୍ରଛାତ୍ରୀ ସର୍ବାଧିକ ୭୨୦ ଲେଖାଏଁ ମାର୍କ ରଖିଥିଲେ। ହରିଆଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣଙ୍କୁ ମିଳିଥିଲା ୧ ନମ୍ବର ରାଙ୍କ୍ । ତେଣୁ ଜାଲିଆତି ହୋଇଥିବା ଅଭିଯୋଗ କରି ଆଉ ଥରେ ନିଟ୍ ପରୀକ୍ଷା କରାଇବାକୁ କେତେକ ଦାବି କରିଥିଲେ। କିନ୍ତୁ ପରୀକ୍ଷାରେ କୌଣସି ଜାଲିଆତି ହୋଇନାହିଁ କିମ୍ବା ପ୍ରଶ୍ନପତ୍ର ଲିକ୍ ହୋଇନାହିଁ ବୋଲି ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର