NEET ବିବାଦ: ପରୀକ୍ଷା ରଦ୍ଦ ଓ କାଉନସେଲିଂ ପ୍ରକ୍ରିୟାରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: NEET ପରୀକ୍ଷା ମାମଲାରେ NTAକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ  । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହାଦ୍ବାରା ପରୀକ୍ଷାର ପବିତ୍ରତା ନଷ୍ଟ ହୋଇଛି  । ଏଭଳି କ୍ଷେତ୍ରରେ ଏନଟିଏକୁ ଜବାବ ଦେବା ଉଚିତ । କାଉନ୍ସେଲିଂରେ ରହିତାଦେଶ ଲଗାଇବା ପାଇଁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ  । ନିଟ୍‌ ପରୀକ୍ଷାରେ ପୂର୍ବରୁ ଅନିୟମିତତା ହୋଇଥିବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ଆବେଦନକାରୀ […]

ନୂଆଦିଲ୍ଲୀ: NEET ପରୀକ୍ଷା ମାମଲାରେ NTAକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ  । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହାଦ୍ବାରା ପରୀକ୍ଷାର ପବିତ୍ରତା ନଷ୍ଟ ହୋଇଛି  । ଏଭଳି କ୍ଷେତ୍ରରେ ଏନଟିଏକୁ ଜବାବ ଦେବା ଉଚିତ । କାଉନ୍ସେଲିଂରେ ରହିତାଦେଶ ଲଗାଇବା ପାଇଁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ  ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ନିଟ୍‌ ପରୀକ୍ଷାରେ ପୂର୍ବରୁ ଅନିୟମିତତା ହୋଇଥିବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ଆବେଦନକାରୀ । ପରୀକ୍ଷାକୁ ରଦ୍ଦ କରିବା ପାଇଁ ଯାଚିକାରେ ଆବେଦନ କରାଯାଇଥିଲା । ଏହି ପରୀକ୍ଷାରେ ଅନିୟମିତତାକୁ ନେଇ ସୋମବାର ଦିନ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିଥିଲେ  ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

ପୂର୍ବରୁ ନିଟ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି କହିଥିଲେ ଏନଟିଏ ଡିଜି ସୁବୋଧ କୁମାର ସିଂହ। ଗତ ମେ ୫ ରେ ନିଟ୍ ହୋଇଥିଲା। ଏଥିରେ ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ୬ଟି ସେଣ୍ଟରରେ ୧୬୦୦ ପିଲାଙ୍କ ମାର୍କକୁ ନେଇ ଦେଖାଦେଇଥିଲା ବିବାଦ। କାରଣ ଗ୍ରେସ୍ ମାର୍କ ଦିଆଯିବାରୁ ଏହି ପିଲାଙ୍କୁ ଅଧିକ ମାର୍କ ମିଳିଛି। ବିଶେଷ କରି ଗୋଟିଏ ସେଣ୍ଟରର ପିଲା ବହୁତ ମାର୍କ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଏପରିକି ୬୭ ଜଣ ଛାତ୍ରଛାତ୍ରୀ ସର୍ବାଧିକ ୭୨୦ ଲେଖାଏଁ ମାର୍କ ରଖିଥିଲେ। ହରିଆଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣଙ୍କୁ ମିଳିଥିଲା ୧ ନମ୍ବର ରାଙ୍କ୍ । ତେଣୁ ଜାଲିଆତି ହୋଇଥିବା ଅଭିଯୋଗ କରି ଆଉ ଥରେ ନିଟ୍ ପରୀକ୍ଷା କରାଇବାକୁ କେତେକ ଦାବି କରିଥିଲେ। କିନ୍ତୁ ପରୀକ୍ଷାରେ କୌଣସି ଜାଲିଆତି ହୋଇନାହିଁ କିମ୍ବା ପ୍ରଶ୍ନପତ୍ର ଲିକ୍ ହୋଇନାହିଁ ବୋଲି ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର