ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିବାକୁ ଦାବି; କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

The Sakala Picture
Published On

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସ୍ୱତନ୍ତ୍ର ବିବାହ ଆଇନ ଅଧୀନରେ ଆଇନସମ୍ମତ କରିବାକୁ ସୁପ୍ରିମକୋର୍ଟରେ ଏକାଧିକ ଯାଚିକା ଦାଏର ହୋଇଛି। ତେବେ ଏଥିମଧ୍ୟରୁ ଦୁଇ ଯାଚିକାକୁ ନେଇ ବରିଷ୍ଠ ଆଇନଜୀବୀ ମୁକୁଲ ରେହତୋଗୀ ଯୁକ୍ତି ବାଢିଥିଲା ବେଳେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ରାଜି ହେବା ସହ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନୋଟିସ କରିଛନ୍ତି। ଏଥିସହିତ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି। ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ […]

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସ୍ୱତନ୍ତ୍ର ବିବାହ ଆଇନ ଅଧୀନରେ ଆଇନସମ୍ମତ କରିବାକୁ ସୁପ୍ରିମକୋର୍ଟରେ ଏକାଧିକ ଯାଚିକା ଦାଏର ହୋଇଛି। ତେବେ ଏଥିମଧ୍ୟରୁ ଦୁଇ ଯାଚିକାକୁ ନେଇ ବରିଷ୍ଠ ଆଇନଜୀବୀ ମୁକୁଲ ରେହତୋଗୀ ଯୁକ୍ତି ବାଢିଥିଲା ବେଳେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ରାଜି ହେବା ସହ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନୋଟିସ କରିଛନ୍ତି। ଏଥିସହିତ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି। ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଶୁଣାଣି କରିବା ପରେ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି। ଏହାପରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ତା’ର ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି। ଶୁକ୍ରବାର ଉପରୋକ୍ତ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଉଲ୍ଲେଖଯୋଗ୍ୟ ଯେ, ହାଇଦ୍ରାବାଦରେ ରହୁଥିବା ଏକ ସମଲିଙ୍ଗୀ ଦମ୍ପତି ସେମାନଙ୍କ ବିବାହକୁ ଆଇନସମ୍ମତ କରିବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ସୁପ୍ରିଓ ଚକ୍ରବର୍ତ୍ତୀ ଓ ଅଭୟ ଡାଙ୍ଗ ପ୍ରାୟ ୧୦ ବର୍ଷ ଧରି ଏକାଠି ରହି ଆସୁଥିଲା ବେଳେ ସମଲିଙ୍ଗୀ ସମ୍ପର୍କକୁ ସେମାନଙ୍କ ବାପା ମା’, ପରିବାର ଓ ସାଙ୍ଗସାଥି ସମର୍ଥନ କରିଛନ୍ତି। କିନ୍ତୁ ସେମାନଙ୍କ ବିବାହକୁ ଆଇନଗତ ସ୍ବୀକୃତି ମିଳିନାହିଁ। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ନ ମିଳିବା ସମ୍ବିଧାନର ଧାରା ୧୪ ଏବଂ ୨୧ର ବିରୋଧୀ ବୋଲି ସେମାନେ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଏହା ସମଲିଙ୍ଗୀ ଦମ୍ପତିମାନଙ୍କୁ ଆଇନଗତ ଅଧିକାରରୁ ବଞ୍ଚିତ କରିବା ସହିତ ସାମାଜିକ ସ୍ୱୀକୃତିରୁ ବଞ୍ଚିତ କରୁଛି ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସେହିପରି ଆଉ ଏକ ସମଲିଙ୍ଗୀ ଦମ୍ପତି ପାର୍ଥ ଫିରୋଜ ମେହେରୋତ୍ରା ଓ ଉଦୟ ରାଜ ଆନନ୍ଦ ଗତ ୧୭ ବର୍ଷ ହେଲା ଏକାଠି ରହୁଛନ୍ତି। ସେମାନେ ଏବେ ଦୁଇ ପିଲାଙ୍କୁ ଏକାଠି ଲାଳନପାଳନ କରୁଛନ୍ତି। ହେଲେ ଆଇନଗତ ମାନ୍ୟତା ନଥିବାରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅନ୍ୟ ଏକ ଆବେଦନରେ ଦର୍ଶାଇଥିଲେ। ଏଗୁଡିକର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ,ଏହି ପ୍ରସଙ୍ଗ ସହ ଜଡ଼ିତ ଏକାଧିକ ଆବେଦନ ବିଭିନ୍ନ ହାଇକୋର୍ଟରେ ପଡ଼ି ରହିଛି। ତେଣୁ ଏହି ପ୍ରସଙ୍ଗରେ ଶୁଣାଣି କରାଯିବା ଦରକାର। ତେବେ ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ମତାମତ ଗ୍ରହଣ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଏନ୍‌ଆଇଏର ଆବଦେନ ଖାରଜ

ସାମାଜିକ କର୍ମୀ ଆନନ୍ଦ ତେଲତୁମ୍ବଡେଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ଏଲଗାର ପରିଷଦ-ମାଓ ଲିଙ୍କ୍‌ରେ ଆନନ୍ଦଙ୍କୁ ଗିରଫ କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ହେଲେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏନଆଇଏ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବେଳେ ହାଇକୋର୍ଟ ଦେଇଥିବା ରାୟକୁ ନେଇ କୌଣସି ହସ୍ତକ୍ଷେପ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ତେବେ ଏହି ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ରାୟକୁ ଚୂଡାନ୍ତ ବୋଲି ବିବେଚନା କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏଲଗାର ପରିଷଦ ମାମଲାରେ ୭୩ ବର୍ଷୀୟ ଆନନ୍ଦଙ୍କୁ ବରବରା ରାଓ ଏବଂ ସୁଧା ଭରଦ୍ବାଜଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଥିଲା। ସୁଧାଙ୍କୁ ନିୟମିତ ଜାମିନ ମିଳିସାରିଥିଲା ବେଳେ ସ୍ବାସ୍ଥ୍ୟଗତ କାରଣକୁ ନେଇ ବରବରା ରାଓଙ୍କୁ ନିକଟରେ ଜାମିନ ମିଳିଥିଲା। ଏହି ଘଟଣାରେ ଜାମିନ ପାଇବାରେ ଆନନ୍ଦ ହେଉଛନ୍ତି ତୃତୀୟ ବ୍ୟକ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର