ନେତାଙ୍କ ନାଁରେ ଥିବା ମାମଲାର ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାର ତଦାରଖ ପାଇଁ ହାଇକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରନ୍ତୁ। ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ମାମଲାକୁ ପ୍ରାଥମିକତା ଦିଆଯିବା ଉଚିତ । […]

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ସୁପ୍ରିମକୋର୍ଟ କହିଛନ୍ତି, ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାର ତଦାରଖ ପାଇଁ ହାଇକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରନ୍ତୁ। ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ମାମଲାକୁ ପ୍ରାଥମିକତା ଦିଆଯିବା ଉଚିତ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାକୁ ଶୀଘ୍ର ସମାଧାନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି, ୟୁନିଫର୍ମ ଗାଇଡଲାଇନ ଦେବା କଷ୍ଟସାଧ୍ୟ ହେବ । ମାମଲାଗୁଡ଼ିକର ମନିଟରିଂ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ଉପରେ ଛାଡିଛନ୍ତି ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ହାଇକୋର୍ଟର ମୁଖ୍ୟ ବିଚାରପତି ଏବେ ଏହି ମାମଲା ଉପରେ ନଜର ରଖିବେ । ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରଧୀନ ଅପରାଧିକ ମାମଲାର ଶୀଘ୍ର ସମାଧାନ ଉପରେ ନଜର ରଖିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିଜ ଆଡୁ ମାମଲା ରୁଜୁ କରିବାକୁ ପଡ଼ିବ । ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ଉପରେ ନଜର ରଖିବା ପାଇଁ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଆବଶ୍ୟକତା ଅନୁସାରେ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କରିପାରିବେ ସ୍ବତନ୍ତ୍ର ଖଣ୍ଡପୀଠ । ମାମଲାଗୁଡ଼ିକର ତ୍ୱରିତ ଓ ପ୍ରଭାବୀ ସମାଧାନ ପାଇଁ ହାଇକୋର୍ଟ ଆବଶ୍ୟକ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରିପାରିବେ ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍‌, CJP ଏବଂ ଦେଶର ଜେନ୍‌ Zଙ୍କୁ ଅଭିନନ୍ଦନ ଜଣାଇଲେ

09 Nov 2023 By The Sakala

ନେତାଙ୍କ ନାଁରେ ଥିବା ମାମଲାର ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାର ତଦାରଖ ପାଇଁ ହାଇକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରନ୍ତୁ। ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ମାମଲାକୁ ପ୍ରାଥମିକତା ଦିଆଯିବା ଉଚିତ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାକୁ ଶୀଘ୍ର ସମାଧାନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି, ୟୁନିଫର୍ମ ଗାଇଡଲାଇନ ଦେବା କଷ୍ଟସାଧ୍ୟ ହେବ । ମାମଲାଗୁଡ଼ିକର ମନିଟରିଂ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ଉପରେ ଛାଡିଛନ୍ତି ।

ହାଇକୋର୍ଟର ମୁଖ୍ୟ ବିଚାରପତି ଏବେ ଏହି ମାମଲା ଉପରେ ନଜର ରଖିବେ । ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରଧୀନ ଅପରାଧିକ ମାମଲାର ଶୀଘ୍ର ସମାଧାନ ଉପରେ ନଜର ରଖିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିଜ ଆଡୁ ମାମଲା ରୁଜୁ କରିବାକୁ ପଡ଼ିବ । ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ଉପରେ ନଜର ରଖିବା ପାଇଁ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଆବଶ୍ୟକତା ଅନୁସାରେ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କରିପାରିବେ ସ୍ବତନ୍ତ୍ର ଖଣ୍ଡପୀଠ । ମାମଲାଗୁଡ଼ିକର ତ୍ୱରିତ ଓ ପ୍ରଭାବୀ ସମାଧାନ ପାଇଁ ହାଇକୋର୍ଟ ଆବଶ୍ୟକ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର