ମୋଦୀ ସରନେମ୍ ମାମଲାରେ ଅଭିଯୋଗକାରୀ ଓ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

The Sakala Picture
Published On

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ଗୁଜରାଟ ସରକାରଙ୍କୁ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି। ନୋଟିଶର ଜବାବ ଦାଖଲ କରିବା ପାଇଁ ପୂର୍ଣ୍ଣେଶ କୋର୍ଟକୁ ୨୧ ଦିନ ମାଗିଥିଲେ, କିନ୍ତୁ କୋର୍ଟ ତାଙ୍କୁ ୧୦ ଦିନ ଅନୁମତି ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ […]

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ଗୁଜରାଟ ସରକାରଙ୍କୁ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି। ନୋଟିଶର ଜବାବ ଦାଖଲ କରିବା ପାଇଁ ପୂର୍ଣ୍ଣେଶ କୋର୍ଟକୁ ୨୧ ଦିନ ମାଗିଥିଲେ, କିନ୍ତୁ କୋର୍ଟ ତାଙ୍କୁ ୧୦ ଦିନ ଅନୁମତି ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ ରେ ହେବ।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଗୁଜରାଟ ହାଇକୋର୍ଟରେ ବି ସଜା କାଏମ ରହିଥିଲା । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିବା ବେଳେ ତତ୍କାଳ ଶୁଣାଣି ପାଇଁ ରାଜି ହୋଇଥିଲେ କୋର୍ଟ। ମୋଦୀ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

ସୂଚନା ଥାଉକି, ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳିନଥିଲା। ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ। ମାର୍ଚ୍ଚ ୨୩ ରେ, ନିମ୍ନ ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରଦିନ ରାହୁଲ ଲୋକସଭା ସଦସ୍ୟତା ହରାଇଲେ। ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ମଧ୍ୟ ଖାଲି କରିବାକୁ ପଡିଥିଲା।ତାପରେ ରାହୁଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

21 Jul 2023 By The Sakala

ମୋଦୀ ସରନେମ୍ ମାମଲାରେ ଅଭିଯୋଗକାରୀ ଓ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ଗୁଜରାଟ ସରକାରଙ୍କୁ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି। ନୋଟିଶର ଜବାବ ଦାଖଲ କରିବା ପାଇଁ ପୂର୍ଣ୍ଣେଶ କୋର୍ଟକୁ ୨୧ ଦିନ ମାଗିଥିଲେ, କିନ୍ତୁ କୋର୍ଟ ତାଙ୍କୁ ୧୦ ଦିନ ଅନୁମତି ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ ରେ ହେବ।

ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଗୁଜରାଟ ହାଇକୋର୍ଟରେ ବି ସଜା କାଏମ ରହିଥିଲା । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିବା ବେଳେ ତତ୍କାଳ ଶୁଣାଣି ପାଇଁ ରାଜି ହୋଇଥିଲେ କୋର୍ଟ। ମୋଦୀ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।

ସୂଚନା ଥାଉକି, ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳିନଥିଲା। ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ। ମାର୍ଚ୍ଚ ୨୩ ରେ, ନିମ୍ନ ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରଦିନ ରାହୁଲ ଲୋକସଭା ସଦସ୍ୟତା ହରାଇଲେ। ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ମଧ୍ୟ ଖାଲି କରିବାକୁ ପଡିଥିଲା।ତାପରେ ରାହୁଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର