ସୁପ୍ରିମକୋର୍ଟ : ମିଡିଆ ଦ୍ବାରା ସରକାରଙ୍କୁ ସମାଲୋଚନା ଦେଶଦ୍ରୋହ ନୁହେଁ

The Sakala Picture
Published On

ନୂଆଦିଲ୍ଲୀ : ମିଡିଆ ମାଧ୍ୟମରେ ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ବର୍ତ୍ତମାନ ଦେଶଦ୍ରୋହର ସୀମା ନିର୍ଦ୍ଧାରଣ କରିବାର ସମୟ ଆସିଯାଇଛି। ସୁପ୍ରିମକୋର୍ଟ ସୋମବାର ଏହି ମନ୍ତବ୍ୟ ଦେଇଛନ୍ତି। ଏହା ସହିତ ଦେଶଦ୍ରୋହ ମାମଲାରେ ଟିଭି ଚ୍ୟାନେଲ ଗୁଡିକ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ କୋର୍ଟ ରୋକ ଲଗାଇ ଦେଇଛନ୍ତି। କରୋନା ପରିଚାଳନାକୁ ନେଇ ଆନ୍ଧ୍ରସରକାରଙ୍କ ବିରୋଧରେ ଦଳୀୟ(ୱାଇଏସଆରସିପି) ବିଦ୍ରୋହୀ ସାଂସଦ କେ ରଘୁରାମ କ୍ରୀଷ୍ଣା ରାଜୁ ଅତ୍ୟନ୍ତ ସାଂଘାତିକ ବୟାନ ଦେଇଥିଲେ। […]

ନୂଆଦିଲ୍ଲୀ : ମିଡିଆ ମାଧ୍ୟମରେ ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ବର୍ତ୍ତମାନ ଦେଶଦ୍ରୋହର ସୀମା ନିର୍ଦ୍ଧାରଣ କରିବାର ସମୟ ଆସିଯାଇଛି। ସୁପ୍ରିମକୋର୍ଟ ସୋମବାର ଏହି ମନ୍ତବ୍ୟ ଦେଇଛନ୍ତି। ଏହା ସହିତ ଦେଶଦ୍ରୋହ ମାମଲାରେ ଟିଭି ଚ୍ୟାନେଲ ଗୁଡିକ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ କୋର୍ଟ ରୋକ ଲଗାଇ ଦେଇଛନ୍ତି। କରୋନା ପରିଚାଳନାକୁ ନେଇ ଆନ୍ଧ୍ରସରକାରଙ୍କ ବିରୋଧରେ ଦଳୀୟ(ୱାଇଏସଆରସିପି) ବିଦ୍ରୋହୀ ସାଂସଦ କେ ରଘୁରାମ କ୍ରୀଷ୍ଣା ରାଜୁ ଅତ୍ୟନ୍ତ ସାଂଘାତିକ ବୟାନ ଦେଇଥିଲେ। ଏହାକୁ ଦୁଇଟି ତେଲୁଗୁ ନ୍ୟୁଜ ଚ୍ୟାନେଲ ଟିଭି୫ ଏବଂ ଏବିଏନ ଆନ୍ଧ୍ରଜ୍ୟୋତି ପ୍ରସାରଣ କରିଥିଲେ। ତେଣୁ ସେମାନଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ସରକାର ଦେଶଦ୍ରୋହ ମାମଲା ରୁଜୁ କରି ଏଫଆଇଆର କରିଥିଲେ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି କହିଥିଲେ ଯେ ଟିଭି ଚ୍ୟାନେଲ ଦ୍ବାରା କାର୍ଯ୍ୟକ୍ରମ ପ୍ରସାରଣ ଏବଂ ପ୍ରିଣ୍ଟ ମିଡିଆରେ ମତ ପ୍ରକାଶ କରି ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ମିଡିଆ ବିରୋଧରେ ଲାଗୁଥିବା ଏପରି ଦେଶଦ୍ରୋହ ଅଭିଯୋଗର ବାଖ୍ୟା କରିବାକୁ ମଧ୍ୟ ପ୍ରୟାସ କରାଯିବ। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଅନୁଧ୍ୟାନ କରିଥିଲେ ଯେ ଦେଶଦ୍ରୋହର ସୀମା ଧାର୍ଯ୍ୟ କରିବାର ସମୟ ଆସିଯାଇଛି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଜଷ୍ଟିସ ଏଲ ନାଗେଶ୍ବର ରାଓ ଏବଂ ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଦେଶଦ୍ରୋହ ମାମଲାରେ ଟିଭି ଚ୍ୟାନେଲ ଗୁଡିକ ବିରୋଧରେ ଲାଗିଥିବା ବିଭିନ୍ନ ଦଫାକୁ ନେଇ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହି ଏଫଆଇଆରକୁ ନେଇ ନ୍ୟୁଜ ଚ୍ୟାନେଲର କର୍ମଚାରୀଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥରା ଏଫଆଇଆର ରଦ୍ଦ ହେବା ଉଚିତ ବୋଲି ସୁପ୍ରିମକୋର୍ଟରେ କହିଥିଲେ। ଏହାକୁ ନେଇ ଖଣ୍ଡପୀଠ କହିଥିଲେ ଯେ ପ୍ରାଥମିକ ଦୃଷ୍ଟିକୋଣରୁ ଏଫଆଇଆର ମିଡିଆର ସ୍ବାଧୀନତାକୁ ଦବାଇବା ଭଳି ଲାଗୁଛି। ଦେଶଦ୍ରୋହର ଧାରା ୧୨୪ଏ ଏବଂ ୧୫୩ଏ ( ଦୁଇଟି ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରୁଥିବା) ସୀମା ଧାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ମିଡିଆର ସ୍ବାଧୀନତା ଏବଂ ମତ ପ୍ରକାଶ କରିବାର ସ୍ବାଧୀନତା ଦୃଷ୍ଟିକୋଣରୁ ଏହି ଦୁଇ ଧାରାକୁ ବାଖ୍ୟା କରିବା ଜରୁରୀ। ଏଥିରେ ଅଭିଯୋଗ କରାଯାଇଥିଲା ଯେ ରାଜୁଙ୍କ ପ୍ରେସ ବିବୃତ୍ତି ପ୍ରସାରଣ କରିବାରୁ ଏହି ଏଫଆଇଆର ରୁଜୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର