୭ଟି ରାଜ୍ୟର ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ

The Sakala Picture
Published On

ନୂଆଦିଲ୍ଲୀ: ଓଡ଼ିଶା ସମେତ ୭ ରାଜ୍ୟର ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ କଲେଜିୟମ ଓଡ଼ିଶା ସମେତ ବମ୍ବେ, ଗୁଜରାଟ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଣିପୁର ଏବଂ କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ୍ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ସୁପ୍ରିମକୋର୍ଟ କଲେଜିୟମ ଏହିସବୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପାଇଁ ସୁପାରିସ କରିଥିବା ବେଳେ […]

ନୂଆଦିଲ୍ଲୀ: ଓଡ଼ିଶା ସମେତ ୭ ରାଜ୍ୟର ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ କଲେଜିୟମ ଓଡ଼ିଶା ସମେତ ବମ୍ବେ, ଗୁଜରାଟ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଣିପୁର ଏବଂ କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ୍ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ସୁପ୍ରିମକୋର୍ଟ କଲେଜିୟମ ଏହିସବୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପାଇଁ ସୁପାରିସ କରିଥିବା ବେଳେ ଏହାକୁ ଯଦି କେନ୍ଦ୍ର ସରକାର ଅନୁମୋଦନ ଦିଅନ୍ତି ତେବେ କେବଳ ଗୁଜରାଟ ହାଇକୋର୍ଟରେ ଜଣେ ମହିଳା ମୁଖ୍ୟ ବିଚାରପତି ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି।ବର୍ତ୍ତମାନ ସମୟରେ କୌଣସି ହାଇକୋର୍ଟରେ ମହିଳା ମୁଖ୍ୟ ବିଚାରପତି ନାହାନ୍ତି । ଜଷ୍ଟିସ୍ ସୁନିତା ଅଗ୍ରଓ୍ବାଲଙ୍କୁ ନିଯୁକ୍ତି ମିଳିବା ପରେ ସେ ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

କଲେଜିୟମ ବୈଠକରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ସେହିପରି କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ତେଲଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯିବ। ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଧୀରଜ ସିଂହ ଠାକୁରଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି, ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମୁଦୁଲଙ୍କୁ ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପିତି, ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶୁଭାଶିଷଙ୍କୁ ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ୍‌ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଗୁଜୁରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଆଶିଷ ଜେ ଦେଶାଇଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିସ କରାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର