କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ED ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଲାଗିଛି ସୁପ୍ରିମକୋର୍ଟଙ୍କ ଝଟକା । ଇଡି ନିର୍ଦ୍ଦେଶକ ସଂଜୟ ମିଶ୍ରଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡାଇରେକ୍ଟର ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବଢାଇବା ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ ଝଟକା ଲାଗିଛି । ସଞ୍ଜୟ କୁମାରଙ୍କ ସେବା ବିସ୍ତାରକୁ ସୁପ୍ରିମକୋର୍ଟ ବେଆଇନ ଦର୍ଶାଇଛନ୍ତି । ଏହାସହ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ ବୋଲି କୋର୍ଟ ତାଙ୍କ ନିଷ୍ପତ୍ତିରେ […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଲାଗିଛି ସୁପ୍ରିମକୋର୍ଟଙ୍କ ଝଟକା । ଇଡି ନିର୍ଦ୍ଦେଶକ ସଂଜୟ ମିଶ୍ରଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡାଇରେକ୍ଟର ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବଢାଇବା ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ ଝଟକା ଲାଗିଛି । ସଞ୍ଜୟ କୁମାରଙ୍କ ସେବା ବିସ୍ତାରକୁ ସୁପ୍ରିମକୋର୍ଟ ବେଆଇନ ଦର୍ଶାଇଛନ୍ତି । ଏହାସହ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ ବୋଲି କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି। ଏହାପରେ ଅବସର ନେବାକୁ ଡେଡଲାଇନ ଦେଇଛନ୍ତି । ସରକାରଙ୍କ ନିଯୁକ୍ତି ଅନୁଯାୟୀ ସଞ୍ଜୟ ମିଶ୍ର ନଭେମ୍ବର ୧୮ ରେ ଅବସର ନେଇଥାନ୍ତେ। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ମାନ୍ୟବର କୋର୍ଟ କହିଛନ୍ତି ଯେ ସରକାର ୧୫ ଦିନ ମଧ୍ୟରେ ଇଡିର ଜଣେ ନୂତନ ନିର୍ଦ୍ଦେଶକ ନିଯୁକ୍ତ କରିପାରିବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

କୋର୍ଟ କହିଛନ୍ତି ଯେ କାର୍ଯ୍ୟକାଳକୁ ତୃତୀୟ ଥର ପାଇଁ ବଢାଇବା ବେଆଇନ । ଅଦାଲତ ଆଦେଶ ଦେଇଛନ୍ତି ଯେ ସଞ୍ଜୟ କୁମାର ମିଶ୍ର ଜୁଲାଇ ୩୧ ଯାଏ ଦାୟିତ୍ୱ ସମ୍ଭାଳିପାରିବେ । ଏହି ସମୟ ଭିତରେ କେନ୍ଦ୍ର ସରକାରଙ୍କୁ ଅନ୍ୟ ବ୍ୟବସ୍ଥା ଦେଖିବାକୁ ପଡ଼ିବ । କୋର୍ଟ ସ୍ପଷ୍ଟ କହିଛନ୍ତି ଯେ ସଞ୍ଜୟ କୁମାର ମିଶ୍ରଙ୍କୁ ଜଲାଇ ୩୧ ସୁଦ୍ଧା ଅଫିସ୍ ଛାଡ଼ିବା ପାଇଁ ସମୟ ଦିଆଯାଇଛି । ନଭେମ୍ବର ୨୦୧୮ରେ ସଞ୍ଜୟ ମିଶ୍ରାଙ୍କୁ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା । ୨୦୨୦ରେ ସେ ଅବସର ନେବା କଥା । କିନ୍ତୁ ପରେ ଦୁଇ ଦୁଇ ଥର ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା । ଯାହାକୁ ବିରୋଧ କରିଥିଲେ ବିରୋଧୀ ଦଳ । ଏଥିସହ ଇଡିକୁ ବ୍ୟବହାର କରି ରାଜନୈତିକ ଦଳକୁ ଟାର୍ଟେଟ କରାଯାଉଥିଲା ବୋଲି ରାଜନୈତିକ ଦଳ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

11 Jul 2023 By The Sakala

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ED ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଲାଗିଛି ସୁପ୍ରିମକୋର୍ଟଙ୍କ ଝଟକା । ଇଡି ନିର୍ଦ୍ଦେଶକ ସଂଜୟ ମିଶ୍ରଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡାଇରେକ୍ଟର ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବଢାଇବା ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ ଝଟକା ଲାଗିଛି । ସଞ୍ଜୟ କୁମାରଙ୍କ ସେବା ବିସ୍ତାରକୁ ସୁପ୍ରିମକୋର୍ଟ ବେଆଇନ ଦର୍ଶାଇଛନ୍ତି । ଏହାସହ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ ବୋଲି କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି। ଏହାପରେ ଅବସର ନେବାକୁ ଡେଡଲାଇନ ଦେଇଛନ୍ତି । ସରକାରଙ୍କ ନିଯୁକ୍ତି ଅନୁଯାୟୀ ସଞ୍ଜୟ ମିଶ୍ର ନଭେମ୍ବର ୧୮ ରେ ଅବସର ନେଇଥାନ୍ତେ। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ମାନ୍ୟବର କୋର୍ଟ କହିଛନ୍ତି ଯେ ସରକାର ୧୫ ଦିନ ମଧ୍ୟରେ ଇଡିର ଜଣେ ନୂତନ ନିର୍ଦ୍ଦେଶକ ନିଯୁକ୍ତ କରିପାରିବେ।

କୋର୍ଟ କହିଛନ୍ତି ଯେ କାର୍ଯ୍ୟକାଳକୁ ତୃତୀୟ ଥର ପାଇଁ ବଢାଇବା ବେଆଇନ । ଅଦାଲତ ଆଦେଶ ଦେଇଛନ୍ତି ଯେ ସଞ୍ଜୟ କୁମାର ମିଶ୍ର ଜୁଲାଇ ୩୧ ଯାଏ ଦାୟିତ୍ୱ ସମ୍ଭାଳିପାରିବେ । ଏହି ସମୟ ଭିତରେ କେନ୍ଦ୍ର ସରକାରଙ୍କୁ ଅନ୍ୟ ବ୍ୟବସ୍ଥା ଦେଖିବାକୁ ପଡ଼ିବ । କୋର୍ଟ ସ୍ପଷ୍ଟ କହିଛନ୍ତି ଯେ ସଞ୍ଜୟ କୁମାର ମିଶ୍ରଙ୍କୁ ଜଲାଇ ୩୧ ସୁଦ୍ଧା ଅଫିସ୍ ଛାଡ଼ିବା ପାଇଁ ସମୟ ଦିଆଯାଇଛି । ନଭେମ୍ବର ୨୦୧୮ରେ ସଞ୍ଜୟ ମିଶ୍ରାଙ୍କୁ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା । ୨୦୨୦ରେ ସେ ଅବସର ନେବା କଥା । କିନ୍ତୁ ପରେ ଦୁଇ ଦୁଇ ଥର ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା । ଯାହାକୁ ବିରୋଧ କରିଥିଲେ ବିରୋଧୀ ଦଳ । ଏଥିସହ ଇଡିକୁ ବ୍ୟବହାର କରି ରାଜନୈତିକ ଦଳକୁ ଟାର୍ଟେଟ କରାଯାଉଥିଲା ବୋଲି ରାଜନୈତିକ ଦଳ ଅଭିଯୋଗ କରିଥିଲେ ।

https://www.thesakala.in/national-international/supreme-court-cancels-ed-chief-sanjay-mishras-3rd-extension-says-it-was-illegal/article-23396
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର