ସ୍ପଷ୍ଟକଲା ନାସା: ୧୬ରେ ପୃଥିବୀ ଫେରିବେ ସୁନିତା, ୱିଲମୋର୍

The Sakala Picture
Published On

ୱାଶିଂଟନ୍: ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବେରି ୱିଲମୋର୍ ଦୀର୍ଘ ୯ ମାସ ଧରି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଫସି ରହିଛନ୍ତି। ୨୦୨୪ ଜୁନ୍ ୫ରେ ଯାତ୍ରା କରିଥିବା ଏହି ଦୁଇ ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବା ଲାଗି ବିଗତ ଦିନରେ ବହୁ ଉଦ୍ୟମ କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣକୁ ନେଇ ଏହା ସମ୍ଭବ ହୋଇନଥିଲା। ତେବେ ସୁନିତା ଏବଂ ୱିଲମୋରଙ୍କ […]

ୱାଶିଂଟନ୍: ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବେରି ୱିଲମୋର୍ ଦୀର୍ଘ ୯ ମାସ ଧରି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଫସି ରହିଛନ୍ତି। ୨୦୨୪ ଜୁନ୍ ୫ରେ ଯାତ୍ରା କରିଥିବା ଏହି ଦୁଇ ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବା ଲାଗି ବିଗତ ଦିନରେ ବହୁ ଉଦ୍ୟମ କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣକୁ ନେଇ ଏହା ସମ୍ଭବ ହୋଇନଥିଲା। ତେବେ ସୁନିତା ଏବଂ ୱିଲମୋରଙ୍କ ଫେରିବା ନେଇ ନାସା ପକ୍ଷରୁ ସ୍ପଷ୍ଟ କରାଯିବା ସହିତ ସେମାନେ ଚଳିତ ମାସ ୧୬ ତାରିଖରେ ପୃଥିବୀ ଫେରି ଆସିବେ ବୋଲି କୁହାଯାଇଛି। ସେମାନଙ୍କୁ ଆଣିବା ଲାଗି ଆସନ୍ତା ସପ୍ତାହରେ ସ୍ପେଶ ଏକ୍ସ ଡ୍ରାଗନ ମହାକାଶ ଯାନ ଯାତ୍ରା କରିବ ଏବଂ ଉଭୟ ମହାକାଶଚାରୀ ୧୬ ତାରିଖରେ ପୃଥିବୀକୁ ଫେରି ଆସିବେ ବୋଲି ସ୍ପଷ୍ଟ କରାଯାଇଛି। ଏହାମଧ୍ୟରେ ସୁନିତା ନିଜର ପ୍ରତିକ୍ରିୟା ରଖିବା ସହିତ ମହାକାଶରେ ସେ ବିତାଇଥିବା ଏହି ୯ ମାସ ସବୁଠୁ କଠିନ ସମୟ ଥିଲା ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର