ଚନ୍ଦ୍ରର ଦକ୍ଷିଣ ମେରୁରେ ହେଲାଣି ସକାଳ, ତଥାପି ନିଦରୁ ଉଠୁନି ବିକ୍ରମ ଓ ପ୍ରଜ୍ଞାନ; ଆକ୍ଟିଭ କରିବାକୁ ଆଜି ପୁଣି ପ୍ରୟାସ କରିବ ଇସ୍ରୋ

The Sakala Picture
Published On

ବେଙ୍ଗାଲୁରୁ: ଦୀର୍ଘ ୧୪ ଦିନର ରାତି ପରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟ ଉଦୟ ହୋଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଉପରେ ସୂର୍ଯ୍ୟକିରଣ ପଡ଼ିବାରେ ଲାଗିଛି। ନୂଆ କିରଣ ସହିତ ନିଦରୁ ଉଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ବିକ୍ରମ ଏବଂ ପ୍ରଜ୍ଞାନ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଛି। ଉଭୟଙ୍କ ସ୍ଥିତି ଜାଣିବାକୁ ସିଗ୍‌ନାଲ ପଠା ଯାଇଥିଲା। ମାତ୍ର ରାତି ସୁଦ୍ଧା ବିକ୍ରମ ଏବଂ ପ୍ରଜ୍ଞାନଠାରୁ କୌଣସି ସିଗ୍‌ନାଲ ମିଳିନାହିଁ। ଦୁହିଁଙ୍କ […]

ବେଙ୍ଗାଲୁରୁ: ଦୀର୍ଘ ୧୪ ଦିନର ରାତି ପରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟ ଉଦୟ ହୋଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଉପରେ ସୂର୍ଯ୍ୟକିରଣ ପଡ଼ିବାରେ ଲାଗିଛି। ନୂଆ କିରଣ ସହିତ ନିଦରୁ ଉଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ବିକ୍ରମ ଏବଂ ପ୍ରଜ୍ଞାନ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଛି। ଉଭୟଙ୍କ ସ୍ଥିତି ଜାଣିବାକୁ ସିଗ୍‌ନାଲ ପଠା ଯାଇଥିଲା। ମାତ୍ର ରାତି ସୁଦ୍ଧା ବିକ୍ରମ ଏବଂ ପ୍ରଜ୍ଞାନଠାରୁ କୌଣସି ସିଗ୍‌ନାଲ ମିଳିନାହିଁ। ଦୁହିଁଙ୍କ ସହ ଯୋଗାଯୋଗ ପ୍ରତିଷ୍ଠା କରିବାକୁ ପ୍ରୟାସ ଜାରି ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଚନ୍ଦ୍ରଯାନ-୩ ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରି ଦେଇଥିଲା। ଏହାର ୧୦ ଦିନ ପରେ ରାତି ହେବାରୁ ଇସ୍ରୋ ଗତ ୨ ତାରିଖରେ ରୋଭର ଏବଂ ୪ ତାରିଖରେ ଲ୍ୟାଣ୍ଡରକୁ ସୁରକ୍ଷିତ ସ୍ଥାନରେ ରଖି ‘ସ୍ଲିପ୍ ମୋଡ’କୁ ନେଇ ଯାଇଥିଲା। ତେବେ ଲ୍ୟାଣ୍ଡର ଏବଂ ରୋଭରର ରିସିଭରକୁ ଚାଲୁ ରଖାଯାଇଥିଲା। ସ୍ଲିପ୍ ମୋଡ୍ରେ ରଖିବା ପୂର୍ବରୁ ବ୍ୟାଟେରୀକୁ ଚାର୍ଜ କରାଯାଇଥିଲା। ସୌର ରଶ୍ମି ସିଧାସଳଖ ସୌର ପ୍ୟାନେଲ ଉପରେ ପଡ଼ିବ ଭଳି ଅଞ୍ଚଳରେ ରୋଭରକୁ ରଖା ଯାଇଥିଲା।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର