ମହାରାଷ୍ଟ୍ରରେ ଡାକ୍ତରାଣୀଙ୍କ ଆତ୍ମହତ୍ୟା; ପାପୁଲିରେ ସୁଇସାଇଡ୍‌‌ ନୋଟ, ଏସ୍‌‌ଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ...

Deviprasad Mohanty Picture
Published On

ସତାରା: ମହାରାଷ୍ଟ୍ର ସତାରାର ଫଲଟାନ ଜିଲ୍ଲା ହସ୍ପିଟାଲରେ ମହିଳା ଡାକ୍ତର ସମ୍ପଦା ମୁଣ୍ଡେ ଆତ୍ମହତ୍ୟା କରିଛନ୍ତି। ନିଜ ପାପୁଲିରେ ସେ ସୁଇସାଇଡ୍‌‌ ନୋଟ ଲେଖିଛନ୍ତି। ପୁଲିସ ଅଧିକାରୀଙ୍କ ନିର୍ଯାତନା ଏବଂ ଯୋନ ଉତ୍ପୀଡ଼ନ ପାଇଁ ସେ ଆତ୍ମହତ୍ୟା କରିଥିବା ଲେଖିଛନ୍ତି। ପାପୁଲିରେ ସେ ପୁଲିସ ଏସ୍‌ଆଇ ଗଣେଶ ବଡନେ ତାଙ୍କୁ ୪ଥର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ସମ୍ପଦା ଓ ଜିଲ୍ଲା ପୁଲିସ ମଧ୍ୟରେ ଏକ ମେଡିକାଲ ପରୀକ୍ଷାକୁ ନେଇ ପୂର୍ବରୁ ବିବାଦ ହୋଇଥିଲା। ପୁଲିସ କର୍ମଚାରୀ ପ୍ରଶାନ୍ତ ବାଙ୍କରଙ୍କ ବିରୋଧରେ ସେ ଶାରୀରୀକ ଓ ମାନସିକ ନିର୍ଯାତନା ଦେବାର ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଏହି ମାମଲାରେ ନିରପେକ୍ଷ ଯାଞ୍ଚ୍‌‌ କରାଯିବ ଓ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସ୍ଥାନୀୟ ମନ୍ତ୍ରୀ ଶମ୍ଭୁରାଜ ଦେଶାଇ କହିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏସ୍‌‌ଆଇ ଗଣେଶଙ୍କୁ ନିଲମ୍ବନ କରାଯାଇଛି। ଏହି ମାମଲାରେ ସମ୍ପଦା ପୁଲିସ ବିଭାଗ ତରଫରୁ ହେଉଥିବା ନିର୍ଯାତନା ନେଇ ଏକାଧିକବାର ନିଜ ବରିଷ୍ଠ ଡାକ୍ତରଙ୍କ ନିକଟରେ ଅଭିଯୋଗ କରିଥିଲେ।  ମୋ ସହିତ ଖରାପ ବ୍ୟବହାର କରାଯାଉଛି। ଯଦି ମୋ କଥା ଶୁଣା ଯିବନି ତେବେ ଆତ୍ମହତ୍ୟା କରିବି ବୋଲି ସମ୍ପଦାକହିଥିଲେ। ଜଣେ ଡିଏସପିଙ୍କୁ ମଧ୍ୟ ଅଭିଯୋଗ ଦେଇଥିଲେ। ଏହା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ସମ୍ପଦା ମହାରାଷ୍ଟ୍ରର ବିଡ୍‌‌ରେ ରହି ଫଲଟାନ ଜିଲ୍ଳା ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଅଭିଯୁକ୍ତଙ୍କ ସୁସ୍ଥ ପ୍ରମାଣପତ୍ର ଦେବାକୁ ସମ୍ପଦାଙ୍କ ଉପରେ ପ୍ରବଳ ଚାପ ପକାଯାଉଥିଲା। ଏଥିପାଇଁ ସେ  ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ। ମହାରାଷ୍ଟ୍ର ମହିଳା କମିଶନ ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନିରପେକ୍ଷ ତଦନ୍ତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମ୍ପଦାଙ୍କ ଆଉ ଏକ ଚିଛି ସାମ୍‌ନାକୁ ଆସିଛି। ଏଥିରେ ଜଣେ ସାଂସଦ ଏବଂ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ବିଷୟରେ କୁହାଯାଇଛି। ତେବେ କାହାର ନାମ ଲେଖାଯାଇନାହିଁ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର