ପାକିସ୍ତାନର ଏକ ମସଜିଦରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ; ୬୩ ମୃତ, ୧୫୦ରୁ ଉର୍ଦ୍ଧ୍ୱ ଆହତ

The Sakala Picture
Published On

ଇସଲାମାବାଦ: ପାକିସ୍ତାନର ପେଶାୱାରରେ ଥିବା ଏକ ମସଜିଦରେ ବଡ଼ ଧରଣ ଆତ୍ମଘାତୀ ବିସ୍ଫୋରଣ । ବିସ୍ଫୋରଣରେ ପ୍ରାୟ ୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ମସ୍‌ଜିଦ୍‌ରେ ମଧ୍ୟାହ୍ନ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ଆତ୍ମଘାତୀ ହାମଲାରେ ନିଜକୁ ଉଡ଼ାଇ ଦେବାରୁ ଏପରି ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ନିମିଷେକ ମଧ୍ୟରେ ମସ୍‌ଜିଦ୍‌ଟି ଧ୍ୱସଂସ୍ତୁପରେ ପାଲଟି ଯାଇଥିଲା ଏବଂ ତା’ […]

ଇସଲାମାବାଦ: ପାକିସ୍ତାନର ପେଶାୱାରରେ ଥିବା ଏକ ମସଜିଦରେ ବଡ଼ ଧରଣ ଆତ୍ମଘାତୀ ବିସ୍ଫୋରଣ । ବିସ୍ଫୋରଣରେ ପ୍ରାୟ ୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ମସ୍‌ଜିଦ୍‌ରେ ମଧ୍ୟାହ୍ନ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ଆତ୍ମଘାତୀ ହାମଲାରେ ନିଜକୁ ଉଡ଼ାଇ ଦେବାରୁ ଏପରି ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ନିମିଷେକ ମଧ୍ୟରେ ମସ୍‌ଜିଦ୍‌ଟି ଧ୍ୱସଂସ୍ତୁପରେ ପାଲଟି ଯାଇଥିଲା ଏବଂ ତା’ ଭିତରେ ବହୁ ସଂଖ୍ୟାରେ ଲୋକେ ଚାପି ହୋଇ ଯାଇଥିଲେ । ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା ବେଳେ ମୃତକଙ୍କ ମଧ୍ୟରେ ସର୍ବାଧିକ ସୁରକ୍ଷାକର୍ମୀ ରହିଥିବା ଜଣାପଡିଛି । ଘଟଣା ପରେ ପୂରା ସହରରେ ମେଡିକାଲ ଏମରଜେନ୍ସି ଘୋଷଣା କରାଯାଇଛି । ବିସ୍ଫୋରଣ ପରେ ପାକିସ୍ତାନରେ ହାଇଆଲର୍ଟ ଜାରି ହୋଇଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏହି ଜଘନ୍ୟ ଓ ବର୍ବର ହମଲା ପାଇଁ ଆତଙ୍କବାଦୀ ସଂଗଠନ ତେହରିକ୍‌-ଇ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି । ଗତବର୍ଷ ଅଗଷ୍ଟରରେ ଟିଟିପିର ଜଣେ କମାଣ୍ଡରଙ୍କୁ ପାକିସ୍ତାନ ସେନା ହତ୍ୟା କରିଥିବାବେଳେ ଏହାର ପ୍ରତିଶୋଧ ନେବା ପାଇଁ ଏଭଳି ଆକ୍ରମଣ କରାଯାଇଛି । ବିସ୍ଫୋରଣ ପରେ ପେଶାଓ୍ଵର ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ତେବେ ଆକ୍ରମଣକାରୀ କିଭଳି ସୁରକ୍ଷାକର୍ମୀଙ୍କ ନଜରରୁ ଖସି ଏଭଳି କାଣ୍ଡ କଲା ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ଶେହବାଜ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର