ଡିଆରଡିଓ ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (VSHORADS) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

The Sakala Picture
Published On

ବାଲେଶ୍ବର :  ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି । ଆଜି ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି ଠାରେ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚର ବା ଉତକ୍ଷେପଣ ଯାନରୁ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା। ଭିଏସଏଚଓଆରଏଡିଏସ ହେଉଛି ଏକ ପୋର୍ଟେବଲ ବା ମାନବ ବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ […]

ବାଲେଶ୍ବର :  ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି । ଆଜି ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି ଠାରେ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚର ବା ଉତକ୍ଷେପଣ ଯାନରୁ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା। ଭିଏସଏଚଓଆରଏଡିଏସ ହେଉଛି ଏକ ପୋର୍ଟେବଲ ବା ମାନବ ବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ମ୍ୟାନପ୍ୟାଡ) ଯାହାକୁ ହାଇଦ୍ରାବାଦସ୍ଥିତ ଡିଆରଡିଓର ଗବେଷଣା କେନ୍ଦ୍ର ଇମାରତ (ଆରସିଆଇ) ଦ୍ବାରା ଡିଜାଇନ କରାଯାଇଛି । ଡିଆରଡିଓ ପ୍ରୟୋଗଶାଳା ଏବଂ ଭାରତୀୟ ଉଦ୍ୟୋଗ ଜଗତର ସହଭାଗିତାରେ ଏହି ସ୍ବଦେଶୀ କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବରେ ଥିବା ଆମେରିକା ଦୂତାବାସ ଉପରେ ଇରାନର ଡ୍ରୋନ୍ ଆକ୍ରମଣ; ବ୍ୟାପକ କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରକାଶ

ଭିଏସଏଚଓଆରଏଡିଏସରେ ରହିଛି କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (ଆରସିଏସ) ଏବଂ ସମନ୍ବିତ ଏଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ । ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଆଜିର ପରୀକ୍ଷଣ ସମୟରେ ସଫଳତା ପୂର୍ବକ ପ୍ରମାଣିତ ହୋଇଥିଲା । ଏହି କ୍ଷେପଣାସ୍ତ୍ରରେ ଥିବା ଦୁଇଟିକିଆ ସଲିଡ୍‌ ମୋଟର କ୍ଷମତା ଯାହାକି ଆକାଶମାର୍ଗରୁ ଆସୁଥିବା କମ ଉଚ୍ଚତା ବିଶିଷ୍ଟ ବିପଦକୁ ଅଳ୍ପ ଦୂରତାରେ ଧ୍ବଂସ କରିବାରେ ସକ୍ଷମ ହୋଇପାରିବ । ସହଜରେ ପରିବହନ କରିବା ଲାଗି ଏହି କ୍ଷେପଣାସ୍ତ୍ର ଓ ଏହାର ଲଞ୍ଚରକୁ ଅଧିକ ଅନୁକୂଳ କରାଯାଇଛି । ଆଜି ସମ୍ପାଦନ କରାଯାଇଥିବା ଦୁଇଟି ଯାକ ଆକାଶମାର୍ଗ ପରୀକ୍ଷଣ ବା ଫ୍ଲାଇଟ୍‌ ଟେଷ୍ଟ ମିଶନର ସବୁ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ହାସଲ କରିଥିଲା।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଅସ୍ତ୍ରବିରତି: ଇରାନରେ 'ଶାସନ ପରିବର୍ତ୍ତନ' ଦାବି କଲେ ଟ୍ରମ୍ପ

ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପରୀକ୍ଷଣ ପାଇଁ ଡିଆରଡିଓ ଏବଂ ଏହାର ଉଦ୍ୟୋଗ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ ଏହି ନୂଆ କ୍ଷେପଣାସ୍ତ୍ରରେ ଆଧୁନିକ ପ୍ରଯୁକ୍ତି ରହିଛି ଯାହାକି ସେନାବାହିନୀର ପ୍ରଯୁକ୍ତିଗତ ସାମର୍ଥ୍ୟକୁ ଆହୁରି ବଢ଼ାଇ ଦେବ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମ୍ପୂର୍ଣ୍ଣ ଭିଏସଏଚଓଆରଏଡିଏସ ଟିମ୍‌କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।

27 Sep 2022 By The Sakala

ଡିଆରଡିଓ ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (VSHORADS) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର :  ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି । ଆଜି ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି ଠାରେ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚର ବା ଉତକ୍ଷେପଣ ଯାନରୁ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା। ଭିଏସଏଚଓଆରଏଡିଏସ ହେଉଛି ଏକ ପୋର୍ଟେବଲ ବା ମାନବ ବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ମ୍ୟାନପ୍ୟାଡ) ଯାହାକୁ ହାଇଦ୍ରାବାଦସ୍ଥିତ ଡିଆରଡିଓର ଗବେଷଣା କେନ୍ଦ୍ର ଇମାରତ (ଆରସିଆଇ) ଦ୍ବାରା ଡିଜାଇନ କରାଯାଇଛି । ଡିଆରଡିଓ ପ୍ରୟୋଗଶାଳା ଏବଂ ଭାରତୀୟ ଉଦ୍ୟୋଗ ଜଗତର ସହଭାଗିତାରେ ଏହି ସ୍ବଦେଶୀ କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି ।

ଭିଏସଏଚଓଆରଏଡିଏସରେ ରହିଛି କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (ଆରସିଏସ) ଏବଂ ସମନ୍ବିତ ଏଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ । ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଆଜିର ପରୀକ୍ଷଣ ସମୟରେ ସଫଳତା ପୂର୍ବକ ପ୍ରମାଣିତ ହୋଇଥିଲା । ଏହି କ୍ଷେପଣାସ୍ତ୍ରରେ ଥିବା ଦୁଇଟିକିଆ ସଲିଡ୍‌ ମୋଟର କ୍ଷମତା ଯାହାକି ଆକାଶମାର୍ଗରୁ ଆସୁଥିବା କମ ଉଚ୍ଚତା ବିଶିଷ୍ଟ ବିପଦକୁ ଅଳ୍ପ ଦୂରତାରେ ଧ୍ବଂସ କରିବାରେ ସକ୍ଷମ ହୋଇପାରିବ । ସହଜରେ ପରିବହନ କରିବା ଲାଗି ଏହି କ୍ଷେପଣାସ୍ତ୍ର ଓ ଏହାର ଲଞ୍ଚରକୁ ଅଧିକ ଅନୁକୂଳ କରାଯାଇଛି । ଆଜି ସମ୍ପାଦନ କରାଯାଇଥିବା ଦୁଇଟି ଯାକ ଆକାଶମାର୍ଗ ପରୀକ୍ଷଣ ବା ଫ୍ଲାଇଟ୍‌ ଟେଷ୍ଟ ମିଶନର ସବୁ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ହାସଲ କରିଥିଲା।

ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପରୀକ୍ଷଣ ପାଇଁ ଡିଆରଡିଓ ଏବଂ ଏହାର ଉଦ୍ୟୋଗ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ ଏହି ନୂଆ କ୍ଷେପଣାସ୍ତ୍ରରେ ଆଧୁନିକ ପ୍ରଯୁକ୍ତି ରହିଛି ଯାହାକି ସେନାବାହିନୀର ପ୍ରଯୁକ୍ତିଗତ ସାମର୍ଥ୍ୟକୁ ଆହୁରି ବଢ଼ାଇ ଦେବ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମ୍ପୂର୍ଣ୍ଣ ଭିଏସଏଚଓଆରଏଡିଏସ ଟିମ୍‌କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର