ମୁସଲିମ ଛାତ୍ରଙ୍କୁ ଚାପୁଡ଼ା ମାମଲା: ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଦ୍ବାରା ତଦନ୍ତ କରିବାକୁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ମୁସଲିମ ଛାତ୍ରଙ୍କୁ ତାର ସହପାଠୀଙ୍କ ଦ୍ବାରା ଚାପୁଡ଼ା ମାରିବା ଘଟଣାକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି। ମୁଜାଫରନଗରର ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ମୁସଲିମ ଛାତ୍ରଙ୍କୁ ତାର ସହପାଠୀ ଚାପୁଡ଼ା ମାରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହା ଶିକ୍ଷା ଅଧିକାର ଆଇନ ପାଳନ କରିବାରେ ଉତ୍ତର ପ୍ରଦେଶ ସରକାରଙ୍କ ବିଫଳତା ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ  ଏହି ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତ […]

ନୂଆଦିଲ୍ଲୀ: ମୁସଲିମ ଛାତ୍ରଙ୍କୁ ତାର ସହପାଠୀଙ୍କ ଦ୍ବାରା ଚାପୁଡ଼ା ମାରିବା ଘଟଣାକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି। ମୁଜାଫରନଗରର ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ମୁସଲିମ ଛାତ୍ରଙ୍କୁ ତାର ସହପାଠୀ ଚାପୁଡ଼ା ମାରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହା ଶିକ୍ଷା ଅଧିକାର ଆଇନ ପାଳନ କରିବାରେ ଉତ୍ତର ପ୍ରଦେଶ ସରକାରଙ୍କ ବିଫଳତା ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ  ଏହି ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କୋର୍ଟ ସୋମବାର ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିହାରର ବୈଶାଳୀରେ ନକଲି ଅଫିସରଙ୍କ କାରନାମା: ନିଜ କାର୍ ଚୋରିର ମିଥ୍ୟା ରିପୋର୍ଟ ଦେଇ ବୀମା ଠକେଇ, ପରେ ମଦ ମାଫିଆଙ୍କଠାରୁ ବଟି ଆଦାୟ

ସୋମବାର ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅଭୟ ଏସ୍ ଓକା ଏବଂ ପଙ୍କଜ ମିତ୍ତଲଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ଆଇପିଏସ୍ ଅଧିକାରୀ ସର୍ବୋଚ୍ଚ ନ୍ୟାୟାଳୟରେ ତଦନ୍ତ ରିପୋର୍ଟ ଦାଖଲ କରିବେ। ଏହାଛଡ଼ା ପେସାଦାର କାଉନସେଲରଙ୍କ ଦ୍ବାରା ପୀଡିତ ଛାତ୍ର ଓ ଏହି ଘଟଣାର ଶିକାର ଅନ୍ୟ ଛାତ୍ରମାନଙ୍କର କାଉନସେଲିଂ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ବିଡ୍‌ରେ ଲଜ୍ଜା: ୧୭ ବର୍ଷୀୟା ବିବାହିତାଙ୍କୁ ଅପହରଣ ପରେ ଦୁଷ୍କର୍ମ, ରାତିସାରା ଖୁଣ୍ଟରେ ବାନ୍ଧିଲା ଅଭିଯୁକ୍ତ

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ମାମଲା ଶିକ୍ଷା ଅଧିକାର ଆଇନ ପାଳନ କରିବାରେ ଉତ୍ତର ପ୍ରଦେଶ ସରକାରଙ୍କ ବିଫଳତାର ଉଦାହରଣ । ଏହି ଆଇନ ଜାତି, ଧର୍ମ କିମ୍ବା ଲିଙ୍ଗ ଆଧାରରେ ଭେଦଭାବ ନକରି ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଗୁଣାତ୍ମକ, ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ସହ ଜଡ଼ିତ । ଖଣ୍ଡପୀଠ ଏହି ଘଟଣାକୁ ଗମ୍ଭୀର ବୋଲି ବର୍ଣ୍ଣନା କରିବା ସହ ଚାରି ସପ୍ତାହ ମଧ୍ୟରେ ରାଜ୍ୟର ସ୍କୁଲ ଗୁଡିକରେ ଶିକ୍ଷା ଅଧିକାର ଆଇନ କିପରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଶିକ୍ଷକଙ୍କ ନିଆରା ଉପହାର: ନିଜ ଖର୍ଚ୍ଚରେ ୩ ଟପ୍ପର ଛାତ୍ରୀଙ୍କୁ କରାଇଲେ ହେଲିକପ୍ଟର ଯାତ୍ରା

ମହାତ୍ମା ଗାନ୍ଧୀଙ୍କ ନାତି ତୁଷାର ଗାନ୍ଧୀଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ । ଆବେଦନରେ ଏହି ମାମଲାର ଶୀଘ୍ର ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା। ଏହାପୂର୍ବରୁ ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟ ମୁଜାଫରନଗରର ପୁଲିସ ଅଧୀକ୍ଷକ (ଏସପି) ଙ୍କୁ ଏହି ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତ ଛାତ୍ର ତଥା ତାର ବାପା-ମାଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବାକୁ ମଧ୍ୟ ସୁପ୍ରିମକୋର୍ଟ ଏସପିଙ୍କୁ କହିଥିଲେ ।

ଏହାଛଡ଼ା ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରି ସେପ୍ଟେମ୍ବର ୨୫ ସୁଦ୍ଧା ଏହାର ଜବାବ ମାଗିଥିଲେ। ସାମ୍ପ୍ରଦାୟିକ ଟିପ୍ପଣୀ କରିବା ଏବଂ ହୋମୱାର୍କ ନକରିବାରୁ ଜଣେ ମୁସଲିମ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ ଅନ୍ୟ ପିଲାମାନଙ୍କୁ ନିର୍ଦ୍ଦେଶ ଦେବା ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କ ବିରୋଧରେ ମୁଜାଫରନଗର ପୁଲିସ ମାମଲା ରୁଜୁ କରିଥିଲା । ରାଜ୍ୟ ଶିକ୍ଷା ବିଭାଗ ମଧ୍ୟ ଏ ସମ୍ପର୍କରେ ସମ୍ପୃକ୍ତ ସ୍କୁଲକୁ ନୋଟିସ ପଠାଇଥିଲା। ସ୍କୁଲ ଶିକ୍ଷୟତ୍ରୀଙ୍କ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବାର ଦିନକ ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଭିଡିଓରେ ଶିକ୍ଷୟିତ୍ରୀ ଜଣକ ଖୁବାପୁର ଗ୍ରାମର ଏକ ସ୍କୁଲ ଛାତ୍ରମାନଙ୍କୁ ଶ୍ରେଣୀର ଜଣେ ମୁସଲିମ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ । ଏହାଛଡ଼ା ସେ ମୁସଲିମ ଛାତ୍ରଙ୍କ ପ୍ରତି ସାମ୍ପ୍ରଦାୟିକ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା ।

25 Sep 2023 By The Sakala

ମୁସଲିମ ଛାତ୍ରଙ୍କୁ ଚାପୁଡ଼ା ମାମଲା: ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଦ୍ବାରା ତଦନ୍ତ କରିବାକୁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୁସଲିମ ଛାତ୍ରଙ୍କୁ ତାର ସହପାଠୀଙ୍କ ଦ୍ବାରା ଚାପୁଡ଼ା ମାରିବା ଘଟଣାକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି। ମୁଜାଫରନଗରର ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ମୁସଲିମ ଛାତ୍ରଙ୍କୁ ତାର ସହପାଠୀ ଚାପୁଡ଼ା ମାରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହା ଶିକ୍ଷା ଅଧିକାର ଆଇନ ପାଳନ କରିବାରେ ଉତ୍ତର ପ୍ରଦେଶ ସରକାରଙ୍କ ବିଫଳତା ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ  ଏହି ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କୋର୍ଟ ସୋମବାର ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୋମବାର ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅଭୟ ଏସ୍ ଓକା ଏବଂ ପଙ୍କଜ ମିତ୍ତଲଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ଆଇପିଏସ୍ ଅଧିକାରୀ ସର୍ବୋଚ୍ଚ ନ୍ୟାୟାଳୟରେ ତଦନ୍ତ ରିପୋର୍ଟ ଦାଖଲ କରିବେ। ଏହାଛଡ଼ା ପେସାଦାର କାଉନସେଲରଙ୍କ ଦ୍ବାରା ପୀଡିତ ଛାତ୍ର ଓ ଏହି ଘଟଣାର ଶିକାର ଅନ୍ୟ ଛାତ୍ରମାନଙ୍କର କାଉନସେଲିଂ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ମାମଲା ଶିକ୍ଷା ଅଧିକାର ଆଇନ ପାଳନ କରିବାରେ ଉତ୍ତର ପ୍ରଦେଶ ସରକାରଙ୍କ ବିଫଳତାର ଉଦାହରଣ । ଏହି ଆଇନ ଜାତି, ଧର୍ମ କିମ୍ବା ଲିଙ୍ଗ ଆଧାରରେ ଭେଦଭାବ ନକରି ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଗୁଣାତ୍ମକ, ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ସହ ଜଡ଼ିତ । ଖଣ୍ଡପୀଠ ଏହି ଘଟଣାକୁ ଗମ୍ଭୀର ବୋଲି ବର୍ଣ୍ଣନା କରିବା ସହ ଚାରି ସପ୍ତାହ ମଧ୍ୟରେ ରାଜ୍ୟର ସ୍କୁଲ ଗୁଡିକରେ ଶିକ୍ଷା ଅଧିକାର ଆଇନ କିପରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ନାତି ତୁଷାର ଗାନ୍ଧୀଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ । ଆବେଦନରେ ଏହି ମାମଲାର ଶୀଘ୍ର ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା। ଏହାପୂର୍ବରୁ ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟ ମୁଜାଫରନଗରର ପୁଲିସ ଅଧୀକ୍ଷକ (ଏସପି) ଙ୍କୁ ଏହି ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତ ଛାତ୍ର ତଥା ତାର ବାପା-ମାଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବାକୁ ମଧ୍ୟ ସୁପ୍ରିମକୋର୍ଟ ଏସପିଙ୍କୁ କହିଥିଲେ ।

ଏହାଛଡ଼ା ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରି ସେପ୍ଟେମ୍ବର ୨୫ ସୁଦ୍ଧା ଏହାର ଜବାବ ମାଗିଥିଲେ। ସାମ୍ପ୍ରଦାୟିକ ଟିପ୍ପଣୀ କରିବା ଏବଂ ହୋମୱାର୍କ ନକରିବାରୁ ଜଣେ ମୁସଲିମ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ ଅନ୍ୟ ପିଲାମାନଙ୍କୁ ନିର୍ଦ୍ଦେଶ ଦେବା ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କ ବିରୋଧରେ ମୁଜାଫରନଗର ପୁଲିସ ମାମଲା ରୁଜୁ କରିଥିଲା । ରାଜ୍ୟ ଶିକ୍ଷା ବିଭାଗ ମଧ୍ୟ ଏ ସମ୍ପର୍କରେ ସମ୍ପୃକ୍ତ ସ୍କୁଲକୁ ନୋଟିସ ପଠାଇଥିଲା। ସ୍କୁଲ ଶିକ୍ଷୟତ୍ରୀଙ୍କ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବାର ଦିନକ ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଭିଡିଓରେ ଶିକ୍ଷୟିତ୍ରୀ ଜଣକ ଖୁବାପୁର ଗ୍ରାମର ଏକ ସ୍କୁଲ ଛାତ୍ରମାନଙ୍କୁ ଶ୍ରେଣୀର ଜଣେ ମୁସଲିମ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ । ଏହାଛଡ଼ା ସେ ମୁସଲିମ ଛାତ୍ରଙ୍କ ପ୍ରତି ସାମ୍ପ୍ରଦାୟିକ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର