ଶ୍ମାଶାନରେ ଆନ୍ତିମ ସଂସ୍କାର ପର୍ଯ୍ଯନ୍ତ ବସି ରହିଲା ବଗ

The Sakala Picture
Published On

ଅଲୱର: କୁହାଯାଏ ଜୀବ ଜଗତର ସବୁ ପ୍ରାଣୀଙ୍କ ମଧ୍ୟରେ ମଣିଷ ହିଁ ସବୁଠୁ ଚତୁର ଏବଂ ଭାବପ୍ରେମୀ । କିନ୍ତୁ କଥା କହି ନପାରିଲେ ବି ଅନେକ ଜୀବସତ୍ତାଙ୍କ ମଧ୍ୟରେ ବି ଭାବ ପ୍ରକାଶ କରିବାର କ୍ଷମତା ରହିଛି। ଯାହାକି ପ୍ରମାଣିତ ହୋଇଛି ରାଜସ୍ଥାନ ଅଲୱର ଅଞ୍ଚଳର ଏକ ଘଟଣାରୁ। ଏହି ଅଞ୍ଚଳରେ ଜଣେ ବୟୋବୃଦ୍ଧଙ୍କ ପରଲୋକରେ ଏକ ବଗ ତାଙ୍କ ଅନ୍ତିମ ସଂସ୍କାର ଶେଷ ଯାଏଁ ବସି ରହିବା ଘଟଣା ଏହାକୁ ପ୍ରମାଣିତ କରିଛି। ଏଭଳି […]

ଅଲୱର: କୁହାଯାଏ ଜୀବ ଜଗତର ସବୁ ପ୍ରାଣୀଙ୍କ ମଧ୍ୟରେ ମଣିଷ ହିଁ ସବୁଠୁ ଚତୁର ଏବଂ ଭାବପ୍ରେମୀ । କିନ୍ତୁ କଥା କହି ନପାରିଲେ ବି ଅନେକ ଜୀବସତ୍ତାଙ୍କ ମଧ୍ୟରେ ବି ଭାବ ପ୍ରକାଶ କରିବାର କ୍ଷମତା ରହିଛି। ଯାହାକି ପ୍ରମାଣିତ ହୋଇଛି ରାଜସ୍ଥାନ ଅଲୱର ଅଞ୍ଚଳର ଏକ ଘଟଣାରୁ। ଏହି ଅଞ୍ଚଳରେ ଜଣେ ବୟୋବୃଦ୍ଧଙ୍କ ପରଲୋକରେ ଏକ ବଗ ତାଙ୍କ ଅନ୍ତିମ ସଂସ୍କାର ଶେଷ ଯାଏଁ ବସି ରହିବା ଘଟଣା ଏହାକୁ ପ୍ରମାଣିତ କରିଛି। ଏଭଳି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକଙ୍କୁ ମଧ୍ୟ ଏହା ବିସ୍ମିତ କରିଛି।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମିଳିଥିବା ଖବର ଅନୁସାରେ ଅଲୱର କଦପୁରା ଗ୍ରାମରେ ବୃଦ୍ଧ ମୋତିଲାଲ ଲକବାଙ୍କ ଗତ ୭ ତାରିଖରେ ମୃତ୍ୟୁ ହେବା ପରେ ସମ୍ପୃକ୍ତ ଗ୍ରାମରେ ଶୋକ ଖେଳିଯାଇଥିଲା । ପରିବାର ବର୍ଗ କାନ୍ଦକଟା ଆରମ୍ଭ କରିଥିଲା ବେଳେ ଏହି ବଗଟି କେଉଁଆଡ଼ୁ ଉଡି ଆସି ବୃଦ୍ଧଙ୍କ ଘର ନିକଟସ୍ଥ ଏକ ଗଛ ଉପରେ ବସିରହିଥିଲା। ଏହାକୁ ସେତେବେଳେ କେହି ଗୁରୁତ୍ବ ଦେଇ ନଥିଲେ ବି ଶବ୍ଦ ଶଶ୍ମାନ ପାଇଁ ପ୍ରସ୍ତୁତ କରାଯିବା ବେଳେ ମହିଳାମାନେ ପୁଣି କାନ୍ଦିବାରୁ ବଗଟି ଗଛ ତଳକୁ ଓହ୍ଲାଇ ଆସି ଏବ ପ୍ରାଚୀର ଉପରେ ବସିଥିଲା। ଏହା ଦେଖି କିଛି ଲୋକ ବଗର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ହେଲେ ଶବକୁ ଶଶ୍ମାନ ନେବା ବେଳେ ମଧ୍ୟ ବଗଟି ଶବଯାତ୍ରା ପଛେ ପଛେ ଯାଇଥିଲା। ହେଲେ ଶମ୍ମାନରେ ଯାହା ଘଟିଲା ତାହା ଗ୍ରାମବାସୀଙ୍କୁ ବିସ୍ମିତ କରିଦେଇଥିଲା। ଶବଦାହ ସମୟରେ ବଗଟି କିଛି ଦୂରରେ ବସିରହିବା ସହିତ ପରେ ପରେ ପୁଣି ଦାହସ୍ଥଳ ନିକଟକୁ ଆସିଥିଲା।  ନିଆଁର ଧାସ ସତ୍ତ୍ବେ ବଗଟି ବସି ରହିଥିଲା। ଏପରିକି ଶବ ସମ୍ପୂର୍ଣ୍ଣ ଦାହ ହେବା ପରେ ଗ୍ରାମବାସୀ ଶଶାନସ୍ଥଳରୁ ଫେରି ଆସିଥିଲେ ହେଁ ବଗଟି ସେମିତି ବସିରହିଥିଲା।

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

ବାସ୍ତବରେ ମୃତ ମୋତିଲାଲ ପ୍ରତ୍ୟେକ ଦିନ ଗାଧେଇବା ପରେ ଗ୍ରାମ ନିକଟସ୍ଥ ଏକ ମନ୍ଦିର ଯାଇଥାନ୍ତି। ସେଠାରେ ବିଭିନ୍ନ ପକ୍ଷୀଙ୍କ ସମେତ ବହୁ ସଂଖ୍ୟାରେ ବଗ ମଧ୍ୟ ଆସିଥାଆନ୍ତି । ମୋତିଲାଲ ସେମାନଙ୍କୁ କିଛି କିଛି ଖାଦେ ଦାନା ଦେଇଥିବା ବେଳେ ପକ୍ଷୀଙ୍କ ଦେଖାରଖା ମଧ୍ୟ କରିଥାଆନ୍ତି। ମୋତିଲାଲଙ୍କ ଏଭଳି ଭାବକୁ ନେଇ ବୋଧହୁଏ ଏହି ବଗଟିର ଆତ୍ମୀୟତା ବଢି ଯାଇଥିଲା। ଆଉ ତାଙ୍କର ଅବର୍ତ୍ତମାନକୁ ନିଜ ଭାଷାରେ ପ୍ରକାଶ କରିବାକୁ ସମର୍ଥ ନ ଥିବା ଏହି ବଗଟି ଏଭଳି ଆଚରଣ ଦେଖାଇ ତାଙ୍କ ପ୍ରତି ରହିଥିବା ଭାବକୁ ପ୍ରକାଶ କରିପାରିଛି ବୋଲି ଏବେ ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ ପରେ ହୁଥି ବିଦ୍ରୋହୀଙ୍କ ବିରୋଧରେ ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ସାଉଦି ଆରବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର