ଶ୍ରୀଲଙ୍କାରେ ଆକାଶ ଛୁଆଁ ପରିବା ଦର: ଆଳୁ କେଜି ପ୍ରତି ୨୦୦, କଞ୍ଚାଲଙ୍କା ୭୧୦ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ମୁଦ୍ରାସ୍ଫୀତି ଲୋକଙ୍କ ପାଇଁ ଜୀବନକୁ କଷ୍ଟକର କରିଦେଇଛି। ରାଷ୍ଟ୍ରପତି ଗୋଟାବାୟା ଦେଶରେ ଏକ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହା ଅଧୀନରେ ସରକାରଙ୍କୁ ସ୍ଥିର କରାଯାଇଥିବା ମୂଲ୍ୟରେ ଲୋକଙ୍କୁ ଖାଦ୍ୟ ଏବଂ ପାନୀୟ ଯୋଗାଇବା ପାଇଁ ସେନାକୁ କ୍ଷମତା ଦିଆଯାଇଛି। ଏଠାରେ ଲଙ୍କା କିଲୋ ପ୍ରତି ୭୧୦ ଟଙ୍କା, ଡାଲି ୩୨୦ ଟଙ୍କା, ଗାଜର ୨୦୦ ଟଙ୍କା, କଞ୍ଚା କଦଳୀ ୧୨୯ ଟଙ୍କା, ଭେଣ୍ଡି […]

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ମୁଦ୍ରାସ୍ଫୀତି ଲୋକଙ୍କ ପାଇଁ ଜୀବନକୁ କଷ୍ଟକର କରିଦେଇଛି। ରାଷ୍ଟ୍ରପତି ଗୋଟାବାୟା ଦେଶରେ ଏକ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହା ଅଧୀନରେ ସରକାରଙ୍କୁ ସ୍ଥିର କରାଯାଇଥିବା ମୂଲ୍ୟରେ ଲୋକଙ୍କୁ ଖାଦ୍ୟ ଏବଂ ପାନୀୟ ଯୋଗାଇବା ପାଇଁ ସେନାକୁ କ୍ଷମତା ଦିଆଯାଇଛି। ଏଠାରେ ଲଙ୍କା କିଲୋ ପ୍ରତି ୭୧୦ ଟଙ୍କା, ଡାଲି ୩୨୦ ଟଙ୍କା, ଗାଜର ୨୦୦ ଟଙ୍କା, କଞ୍ଚା କଦଳୀ ୧୨୯ ଟଙ୍କା, ଭେଣ୍ଡି ୨୦୦ ଟଙ୍କା ଏବଂ ଟମାଟୋ କିଲୋଗ୍ରାମ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି।

ଆହୁରି ପଢ଼ନ୍ତୁ: ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ପ୍ରଥମେ କେତନଙ୍କୁ ଅପାହିଜ କରିବାକୁ ଯୋଜନା କରିଥିଲେ ସିୟା ଓ ଚେତନ, ପରେ ରଚିଲେ ହତ୍ୟା ଷଡ଼ଯନ୍ତ୍ର

ଏକ ମାସ ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ଅନେକ ଜିନିଷର ଅଭାବ ଦେଖାଦେଇଛି ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବ ସାଧାରଣ ଜୀବନରେ ଦେଖାଯାଉଛି। ଟ୍ୟାକ୍ସି ଡ୍ରାଇଭର ଅନିରୁଦ୍ଧ ପାରାଗମା ଗାର୍ଡିଆନ୍ ନ୍ୟୁଜ୍ ପେପରକୁ କହିଛନ୍ତି ଯେ, ତାଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଋଣ ପରିଶୋଧ କରିବାକୁ ପର୍ଯ୍ୟାପ୍ତ ଅର୍ଥ ନାହିଁ, ତେଣୁ ସେ ତଙ୍କ ଖାଇବା କମ କରି ଉକ୍ତ ଟଙ୍କାକୁ ସଞ୍ଚୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଅବସ୍ଥା ପଛରେ ଶ୍ରୀଲଙ୍କାରେ କରୋନା ମହାମାରୀ, ସରକାରୀ ଖର୍ଚ୍ଚ ବଢାଇବା ଏବଂ ଟିକସ ହ୍ରାସ କରିବା ପ୍ରମୁଖ କାରଣ ଅଟେ। ଚୀନ୍‌ର ଋଣ ଜାଲରେ ପଡିଥିବା ଶ୍ରୀଲଙ୍କା ଚୀନକୁ ପୁଣିଥରେ ସାହାଯ୍ୟ ମାଗିଛି। ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶ୍ରୀଲଙ୍କା ଗସ୍ତ ସମୟରେ ରାଷ୍ଟ୍ରପତି ଗୋଟାବାୟା  ଏହି ସହାୟତା ଲୋଡିଛନ୍ତି।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ଶ୍ରୀଲଙ୍କା ଚୀନ୍ ଠାରୁ ବହୁତ ଅଧିକ ସୁଧ ହାରରେ ଋଣ ନେଇଛି। ବର୍ତ୍ତମାନ ଏହା ଶ୍ରୀଲଙ୍କ ପାଇଁ ଘୋର ବିପଦ ସୃଷ୍ଟି କରିବ ବୋଲି ମନେହଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଚଳିତ ବର୍ଷ ଚାଇନାକୁ  ୧.୫ ରୁ ୨ ବିଲିୟନ ଡଲାର ଫେରସ୍ତ କରିବାକୁ ପଡିବ। ଏହି ସମୟରେ ଶ୍ରୀଲଙ୍କାର ଜଣେ ସାଂସଦ ଚୀନ୍ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ଦେଶରେ ଆର୍ଥିକ ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି।

12 Jan 2022 By The Sakala

ଶ୍ରୀଲଙ୍କାରେ ଆକାଶ ଛୁଆଁ ପରିବା ଦର: ଆଳୁ କେଜି ପ୍ରତି ୨୦୦, କଞ୍ଚାଲଙ୍କା ୭୧୦ ଟଙ୍କା

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ମୁଦ୍ରାସ୍ଫୀତି ଲୋକଙ୍କ ପାଇଁ ଜୀବନକୁ କଷ୍ଟକର କରିଦେଇଛି। ରାଷ୍ଟ୍ରପତି ଗୋଟାବାୟା ଦେଶରେ ଏକ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହା ଅଧୀନରେ ସରକାରଙ୍କୁ ସ୍ଥିର କରାଯାଇଥିବା ମୂଲ୍ୟରେ ଲୋକଙ୍କୁ ଖାଦ୍ୟ ଏବଂ ପାନୀୟ ଯୋଗାଇବା ପାଇଁ ସେନାକୁ କ୍ଷମତା ଦିଆଯାଇଛି। ଏଠାରେ ଲଙ୍କା କିଲୋ ପ୍ରତି ୭୧୦ ଟଙ୍କା, ଡାଲି ୩୨୦ ଟଙ୍କା, ଗାଜର ୨୦୦ ଟଙ୍କା, କଞ୍ଚା କଦଳୀ ୧୨୯ ଟଙ୍କା, ଭେଣ୍ଡି ୨୦୦ ଟଙ୍କା ଏବଂ ଟମାଟୋ କିଲୋଗ୍ରାମ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି।

ଏକ ମାସ ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ଅନେକ ଜିନିଷର ଅଭାବ ଦେଖାଦେଇଛି ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବ ସାଧାରଣ ଜୀବନରେ ଦେଖାଯାଉଛି। ଟ୍ୟାକ୍ସି ଡ୍ରାଇଭର ଅନିରୁଦ୍ଧ ପାରାଗମା ଗାର୍ଡିଆନ୍ ନ୍ୟୁଜ୍ ପେପରକୁ କହିଛନ୍ତି ଯେ, ତାଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଋଣ ପରିଶୋଧ କରିବାକୁ ପର୍ଯ୍ୟାପ୍ତ ଅର୍ଥ ନାହିଁ, ତେଣୁ ସେ ତଙ୍କ ଖାଇବା କମ କରି ଉକ୍ତ ଟଙ୍କାକୁ ସଞ୍ଚୟ କରୁଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଅବସ୍ଥା ପଛରେ ଶ୍ରୀଲଙ୍କାରେ କରୋନା ମହାମାରୀ, ସରକାରୀ ଖର୍ଚ୍ଚ ବଢାଇବା ଏବଂ ଟିକସ ହ୍ରାସ କରିବା ପ୍ରମୁଖ କାରଣ ଅଟେ। ଚୀନ୍‌ର ଋଣ ଜାଲରେ ପଡିଥିବା ଶ୍ରୀଲଙ୍କା ଚୀନକୁ ପୁଣିଥରେ ସାହାଯ୍ୟ ମାଗିଛି। ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶ୍ରୀଲଙ୍କା ଗସ୍ତ ସମୟରେ ରାଷ୍ଟ୍ରପତି ଗୋଟାବାୟା  ଏହି ସହାୟତା ଲୋଡିଛନ୍ତି।

ଶ୍ରୀଲଙ୍କା ଚୀନ୍ ଠାରୁ ବହୁତ ଅଧିକ ସୁଧ ହାରରେ ଋଣ ନେଇଛି। ବର୍ତ୍ତମାନ ଏହା ଶ୍ରୀଲଙ୍କ ପାଇଁ ଘୋର ବିପଦ ସୃଷ୍ଟି କରିବ ବୋଲି ମନେହଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଚଳିତ ବର୍ଷ ଚାଇନାକୁ  ୧.୫ ରୁ ୨ ବିଲିୟନ ଡଲାର ଫେରସ୍ତ କରିବାକୁ ପଡିବ। ଏହି ସମୟରେ ଶ୍ରୀଲଙ୍କାର ଜଣେ ସାଂସଦ ଚୀନ୍ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ଦେଶରେ ଆର୍ଥିକ ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର