ମଝି ଆକାଶରେ ହେଲା ଯାନ୍ତ୍ରିକ ତ୍ରୁଟି, ପାକିସ୍ତାନରେ ଜରୁରିକାଳୀନ ଅବତରଣ କଲା ସ୍ପାଇସଜେଟ୍ ବିମାନ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଜରୁରୀ ଅବତରଣ କଲା ସ୍ପାଇସଜେଟ୍ ବିମାନ । ଦିଲ୍ଲୀରୁ ଦୁବାଇ ଯାଉଥିବାବେଳେ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନଟି ପାକିସ୍ତାନରେ ଜରୁରୀ ଅବତରଣ କରିଛି । ପାକିସ୍ତାନର କରାଚିରେ ଏହି ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ସ୍ପାଇସ୍‌ଜେଟ୍‌ ର ଏକ ବିମାନ ଆଜି ସକାଳୁ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା। ତେବେ ଅଧାବାଟରେ ବିମାନର […]

ନୂଆଦିଲ୍ଲୀ: ପୁଣି ଜରୁରୀ ଅବତରଣ କଲା ସ୍ପାଇସଜେଟ୍ ବିମାନ । ଦିଲ୍ଲୀରୁ ଦୁବାଇ ଯାଉଥିବାବେଳେ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନଟି ପାକିସ୍ତାନରେ ଜରୁରୀ ଅବତରଣ କରିଛି । ପାକିସ୍ତାନର କରାଚିରେ ଏହି ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାନେଇ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୂଚନା ଅନୁସାରେ, ସ୍ପାଇସ୍‌ଜେଟ୍‌ ର ଏକ ବିମାନ ଆଜି ସକାଳୁ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା। ତେବେ ଅଧାବାଟରେ ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ ଏହାକୁ କରାଚି ବିମାନ ବନ୍ଦରରେ ପାଇଲଟ ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ। କରାଚୀ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏବେ ଆଉ ଏକ ବିମାନ କରାଚୀ ପଠାଯାଇଛି । ସେଥିରେ ଯାତ୍ରୀଙ୍କୁ ଦୁବାଇ ନିଆଯିବ ବୋଲି କମ୍ପାନୀ କହିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର