ଏକାଥରକେ ୧୦ ଛୁଆ ଜନ୍ମ କରିଥିବା ନେଇ ଦାବି କଲେ ମହିଳା

The Sakala Picture
Published On

ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଦାବି କରିଛନ୍ତି ଯେ ସେ ଗୋଟିଏ ଗର୍ଭଧାରଣରେ ୧୦ ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି ବୋଲି। ଏହି ଦାବି କରିଛନ୍ତି ଦକ୍ଷିଣ ଆଫ୍ରିକାର ଜଣେ ୩୭ ବର୍ଷୀୟା ମହିଳା ଗେସିୟାମୋ ଥମରା ସିଥୋଲ । ଯଦି ଡାକ୍ତରଙ୍କ ଦ୍ୱାରା ଏହି ଦାବି ସତ୍ୟ ପ୍ରମାଣିତ ହୁଏ, ତେବେ ସେ ବିଶ୍ୱରେକର୍ଡ ଏବଂ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବେ । ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଏହି ଅପେରେଶନ […]

ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଦାବି କରିଛନ୍ତି ଯେ ସେ ଗୋଟିଏ ଗର୍ଭଧାରଣରେ ୧୦ ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି ବୋଲି। ଏହି ଦାବି କରିଛନ୍ତି ଦକ୍ଷିଣ ଆଫ୍ରିକାର ଜଣେ ୩୭ ବର୍ଷୀୟା ମହିଳା ଗେସିୟାମୋ ଥମରା ସିଥୋଲ । ଯଦି ଡାକ୍ତରଙ୍କ ଦ୍ୱାରା ଏହି ଦାବି ସତ୍ୟ ପ୍ରମାଣିତ ହୁଏ, ତେବେ ସେ ବିଶ୍ୱରେକର୍ଡ ଏବଂ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବେ । ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଏହି ଅପେରେଶନ ସଫଳ ହୋଇଥିଲା । ମାଆ ଏବଂ ଶିଶୁମାନେ ସୁସ୍ଥ ଅଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁମାନଙ୍କୁ ଇନକ୍ୟୁବେଟରରେ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ତାଙ୍କ ପୂର୍ବରୁ ମରକ୍କୋରେ ହଲିମା ସିସେ ଏକାଥରକେ ୯ଟି ଛୁଆ ଜନ୍ମ କରି ରେକର୍ଡ କରିଥିଲେ । ସିଥୋଲା ଏହି ରେକର୍ଡ ଭଙ୍ଗ କରିଥିବା ଦାବି କରିଥିଲେ ମଧ୍ୟ ଏହାର ଔପଚାରିକ ଘୋଷଣା ବାକି ରହିଛି ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ସିଥୋଲା ସୋମବାର ସିଜରିୟାନ ବିଭାଗ ଦ୍ୱାରା ସାତ ପୁଅ ଏବଂ ତିନି ଝିଅଙ୍କୁ ଜନ୍ମ ଦେଇଥିବା ଜଣାଯାଇଛି। ୩୭ ବର୍ଷିୟା ସିଥୋଲା ଏହି ଜନ୍ମକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ତାଙ୍କୁ ପ୍ରଥମେ ଡାକ୍ତରମାନେ କହିଥିଲେ ଯେ ସେ ଛଅଟି ସନ୍ତାନର ମା ହେବାକୁ ଯାଉଛନ୍ତି ବୋଲି ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର