ଫାଇଜର ଟିକାକୁ ଭାରତରେ ଖୁବ ଶୀଘ୍ର ମିଳିପାରେ ଅନୁମତି

The Sakala Picture
Published On

ନୂଆଦିଲ୍ଲୀ: ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଟିକା । ଖୁବଶୀଘ୍ର ଭାରତ ସରକାର ଆମେରିକା ଫାର୍ମୀ କମ୍ପାନୀ ଦ୍ବାରା ପ୍ରସ୍ତୁତ ଫାଇଜର ଟିକାର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି । ଭାରତରେ ଫାଇଜର ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି । ଏ ନେଇ ଶେଷ ପର୍ଯ୍ୟାୟରେ ଆଲୋଚନା ପହଞ୍ଚିଥିବା କହିଛନ୍ତି ଫାଇଜର୍ ସିଇଓ ଆଲବର୍ଟ ବୋଉର୍ଲା । କମ୍ପାନୀ ଯେଉଁ କିଛି ସର୍ତ୍ତ ରଖିଛି ତାହା ଉପରେ ଆଲୋଚନା ଜାରି ରହିଛି । […]

ନୂଆଦିଲ୍ଲୀ: ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଟିକା । ଖୁବଶୀଘ୍ର ଭାରତ ସରକାର ଆମେରିକା ଫାର୍ମୀ କମ୍ପାନୀ ଦ୍ବାରା ପ୍ରସ୍ତୁତ ଫାଇଜର ଟିକାର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି । ଭାରତରେ ଫାଇଜର ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି । ଏ ନେଇ ଶେଷ ପର୍ଯ୍ୟାୟରେ ଆଲୋଚନା ପହଞ୍ଚିଥିବା କହିଛନ୍ତି ଫାଇଜର୍ ସିଇଓ ଆଲବର୍ଟ ବୋଉର୍ଲା ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କମ୍ପାନୀ ଯେଉଁ କିଛି ସର୍ତ୍ତ ରଖିଛି ତାହା ଉପରେ ଆଲୋଚନା ଜାରି ରହିଛି । ଭାରତ ସରକାର ଫାଇଜରକୁ ଅନୁମତି ଦେଲେ କମ୍ପାନୀ ଚଳିତବର୍ଷ ୫ କୋଟି ଟିକା ଯୋଗାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଆଲବର୍ଟ । ଆମେରିକା ସମେତ ଅନ୍ୟ ଦେଶରେ ଏବେ ଫାଇଜର ଟିକାର ବ୍ୟବହାର ଜାରି ରହିଛି । କରୋନା କ୍ଷେତ୍ରରେ ଫାଇଜର ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ ହେଉଛି । ଭାରତରେ ଏବେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନର ବ୍ୟବହାର ହେଉଥିବା ବେଳେ ସ୍ପୁଟିନିକ୍-ଭିକୁ ଅନୁମତି ମିଳିସାରିଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର