ତୈଳଦର ବୃଦ୍ଧି ନେଇ ମୋଦୀଙ୍କୁ ସୋନିଆଙ୍କ ଚିଠି

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ବଢିଚାଲିଛି ତୈଳଦର । କିଛି ସ୍ଥାନରେ ଶହେ ଟଙ୍କା ଛୁଇଁ ସାରିଲାଣି ପେଟ୍ରୋଲ । ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଏବେ ଖାଉଟିଙ୍କ ପକେଟ ଉପରେ ପଡିବାକୁ ଲଗିଲାଣି । ଏହାରି ମଧ୍ୟରେ ସରକାରଙ୍କୁ ଘେରିବାକୁ ସୁଯୋଗ ଖୋଜୁଥିବା ବିରୋଧୀଙ୍କୁ ଆହୁରି ଟାର୍ଗେଟ କରିବା ପାଇଁ ଦର ବୃଦ୍ଧି ଯୋଗାଉଛି ଇନ୍ଧନ । ତେବେ ଅହେତୁକ ତୈଳଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା […]

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ବଢିଚାଲିଛି ତୈଳଦର । କିଛି ସ୍ଥାନରେ ଶହେ ଟଙ୍କା ଛୁଇଁ ସାରିଲାଣି ପେଟ୍ରୋଲ । ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଏବେ ଖାଉଟିଙ୍କ ପକେଟ ଉପରେ ପଡିବାକୁ ଲଗିଲାଣି । ଏହାରି ମଧ୍ୟରେ ସରକାରଙ୍କୁ ଘେରିବାକୁ ସୁଯୋଗ ଖୋଜୁଥିବା ବିରୋଧୀଙ୍କୁ ଆହୁରି ଟାର୍ଗେଟ କରିବା ପାଇଁ ଦର ବୃଦ୍ଧି ଯୋଗାଉଛି ଇନ୍ଧନ । ତେବେ ଅହେତୁକ ତୈଳଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ଆହୁରି ପଢ଼ନ୍ତୁ: ଗାଜିଆବାଦର ଇନ୍ଦିରାପୁରମ୍ ସ୍ଥିତ ଗୌର ଗ୍ରୀନ୍ ଏଭେନ୍ୟୁ ସୋସାଇଟିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଫ୍ଲାଟ୍

ଆହୁରି ପଢ଼ନ୍ତୁ: ତାମିଲନାଡୁର ପରବର୍ତ୍ତୀ 'ଏମଜିଆର' ହେବେ କି ବିଜୟ? ଏକ୍‌ଜିଟ୍‌ ପୋଲ୍‌ରୁ ମିଳୁଛି ବଡ଼ ସଙ୍କେତ

କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ଦର ବୃଦ୍ଧିକୁ ପ୍ରତ୍ୟାହାର କରନ୍ତି । ଏହାସହ ଆମ ମଧ୍ୟବିତ୍ତ, ଚାଷୀ ଓ ଗରିବଙ୍କୁ ଲାଭ ପହଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି ସୋନିଆ ।

ଆହୁରି ପଢ଼ନ୍ତୁ: ବିଜେପି ନେତା ହତ୍ୟା ମାମଲା: ୬ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ, ୨୦୨୫ ଅକ୍ଟୋବରରେ ରୁଜୁ ହୋଇଥିଲା ଏଫଆଇଆର୍

ସୋନିଆ ଆହୁରି ଲେଖିଛନ୍ତି, ଜିଡିପି ଯେଉଁଭଳି ଭାବେ ଖସୁଛି ଏବଂ ତୈଳ ଦର ବୃଦ୍ଧି ହେଉଛି ସରକାର ନିଜର ଦୋଷକୁ ପୂର୍ବ ସରକାରଙ୍କ ଉପରେ ଲଦୁଛନ୍ତି। ଇନ୍ଧନ ଦାମ କମାଇ ଏହାର ଲାଭ ମଧ୍ୟମ, ବେତନଭୋଗୀ, କୃଷକ ଏବଂ ଗରିବଙ୍କୁ ଦିଅ ବୋଲି ସରକାରଙ୍କୁ ଜଣାଇଛନ୍ତି। ୟୁପିଏ କାର୍ଯ୍ୟକାଳ ଅପେକ୍ଷା କ୍ରୁଡ ଅଏଲର ଦାମ ପାଖାପାଖି ଅଧା ରହିଛି। ଏହା ପରେ ବି ଆପଣଙ୍କ ସରକାର ତୈଳ ଦର ଲଗାତାର ୧୨ ଦିନ ହେଲାଣି ବୃଦ୍ଧି କରାଇବାରେ ଲାଗିଛି ବୋଲି ସୋନିଆ ଚିଠିରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ଦେଶରେ କ୍ରମାଗତ ତୈଳଦର ବୃଦ୍ଧିକୁ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଛନ୍ତି ଯେ ଦେଶର ତୈଳଦର ବୃଦ୍ଧି ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ କମିଛି ତୈଳ ଉତ୍ପାଦନ । ଏହା ସହ ଉତ୍ପାଦକ ଦେଶଗୁଡିକ ଲାଭ ପାଇବାକୁ କମ ତେଲ ଉତ୍ପାଦନ କରୁଛନ୍ତି ।

ଏହା ଦ୍ବାରା ଉପଭୋକ୍ତା ଦେଶଗୁଡିକ ପ୍ରଭାବିତ ହେଉଥିବା କହିଛନ୍ତି ଧର୍ମେନ୍ଦ୍ର । ଏହାସହ ମହାମାରୀ କୋରୋନା ସମୟରେ ଆମେ ଅନେକ ବିକାଶ କାର୍ଯ୍ୟ ସରକାର କରିଛନ୍ତି ଯେଉଁଥିରେ ବହୁ ଅର୍ଥ ଖର୍ଚ୍ଚ କରାଯାଇଛି। ରାଜ୍ୟ ସରକାର ମଧ୍ୟ ଖର୍ଚ୍ଚ ବଢାଇଛନ୍ତି । ଏଥିପାଇଁ ଆମେ ଏହି କର ଆବଶ୍ୟକ କରୁଛୁ । ହେଲେ ଏଥିପାଇଁ ଭରସାମ୍ୟ ରହିବା ଦରକାର । ତେବେ ଏହାର ସମାଧାନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କୌଣସି ନା କୌଣସି ରାସ୍ତା ବାହାର କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

21 Feb 2021 By The Sakala

ତୈଳଦର ବୃଦ୍ଧି ନେଇ ମୋଦୀଙ୍କୁ ସୋନିଆଙ୍କ ଚିଠି

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ବଢିଚାଲିଛି ତୈଳଦର । କିଛି ସ୍ଥାନରେ ଶହେ ଟଙ୍କା ଛୁଇଁ ସାରିଲାଣି ପେଟ୍ରୋଲ । ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଏବେ ଖାଉଟିଙ୍କ ପକେଟ ଉପରେ ପଡିବାକୁ ଲଗିଲାଣି । ଏହାରି ମଧ୍ୟରେ ସରକାରଙ୍କୁ ଘେରିବାକୁ ସୁଯୋଗ ଖୋଜୁଥିବା ବିରୋଧୀଙ୍କୁ ଆହୁରି ଟାର୍ଗେଟ କରିବା ପାଇଁ ଦର ବୃଦ୍ଧି ଯୋଗାଉଛି ଇନ୍ଧନ । ତେବେ ଅହେତୁକ ତୈଳଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ଦର ବୃଦ୍ଧିକୁ ପ୍ରତ୍ୟାହାର କରନ୍ତି । ଏହାସହ ଆମ ମଧ୍ୟବିତ୍ତ, ଚାଷୀ ଓ ଗରିବଙ୍କୁ ଲାଭ ପହଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି ସୋନିଆ ।

ସୋନିଆ ଆହୁରି ଲେଖିଛନ୍ତି, ଜିଡିପି ଯେଉଁଭଳି ଭାବେ ଖସୁଛି ଏବଂ ତୈଳ ଦର ବୃଦ୍ଧି ହେଉଛି ସରକାର ନିଜର ଦୋଷକୁ ପୂର୍ବ ସରକାରଙ୍କ ଉପରେ ଲଦୁଛନ୍ତି। ଇନ୍ଧନ ଦାମ କମାଇ ଏହାର ଲାଭ ମଧ୍ୟମ, ବେତନଭୋଗୀ, କୃଷକ ଏବଂ ଗରିବଙ୍କୁ ଦିଅ ବୋଲି ସରକାରଙ୍କୁ ଜଣାଇଛନ୍ତି। ୟୁପିଏ କାର୍ଯ୍ୟକାଳ ଅପେକ୍ଷା କ୍ରୁଡ ଅଏଲର ଦାମ ପାଖାପାଖି ଅଧା ରହିଛି। ଏହା ପରେ ବି ଆପଣଙ୍କ ସରକାର ତୈଳ ଦର ଲଗାତାର ୧୨ ଦିନ ହେଲାଣି ବୃଦ୍ଧି କରାଇବାରେ ଲାଗିଛି ବୋଲି ସୋନିଆ ଚିଠିରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ଦେଶରେ କ୍ରମାଗତ ତୈଳଦର ବୃଦ୍ଧିକୁ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଛନ୍ତି ଯେ ଦେଶର ତୈଳଦର ବୃଦ୍ଧି ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ କମିଛି ତୈଳ ଉତ୍ପାଦନ । ଏହା ସହ ଉତ୍ପାଦକ ଦେଶଗୁଡିକ ଲାଭ ପାଇବାକୁ କମ ତେଲ ଉତ୍ପାଦନ କରୁଛନ୍ତି ।

ଏହା ଦ୍ବାରା ଉପଭୋକ୍ତା ଦେଶଗୁଡିକ ପ୍ରଭାବିତ ହେଉଥିବା କହିଛନ୍ତି ଧର୍ମେନ୍ଦ୍ର । ଏହାସହ ମହାମାରୀ କୋରୋନା ସମୟରେ ଆମେ ଅନେକ ବିକାଶ କାର୍ଯ୍ୟ ସରକାର କରିଛନ୍ତି ଯେଉଁଥିରେ ବହୁ ଅର୍ଥ ଖର୍ଚ୍ଚ କରାଯାଇଛି। ରାଜ୍ୟ ସରକାର ମଧ୍ୟ ଖର୍ଚ୍ଚ ବଢାଇଛନ୍ତି । ଏଥିପାଇଁ ଆମେ ଏହି କର ଆବଶ୍ୟକ କରୁଛୁ । ହେଲେ ଏଥିପାଇଁ ଭରସାମ୍ୟ ରହିବା ଦରକାର । ତେବେ ଏହାର ସମାଧାନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କୌଣସି ନା କୌଣସି ରାସ୍ତା ବାହାର କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର