ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । କିଛି ଦିନ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ସୋନିଆ। କରୋନା ଜନିତ ସମସ୍ଯା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ବର୍ତ୍ତମା ସେ ସୁସ୍ଥ ହୋଇ ସାରିଛନ୍ତି। ତାଙ୍କୁ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି । ସୋନିଆ ଗାନ୍ଧୀ ସୁସ୍ଥ ହେବା ଖବର ଜୟରାମ ରମେଶ ଟ୍ବିଟ କରି ଜଣାଇଛନ୍ତି । ସୂଚନା ଅନୁଯାୟୀ, ନ୍ୟାଶନାଲ ହେରାଲ୍ଡ […]

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । କିଛି ଦିନ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ସୋନିଆ। କରୋନା ଜନିତ ସମସ୍ଯା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ବର୍ତ୍ତମା ସେ ସୁସ୍ଥ ହୋଇ ସାରିଛନ୍ତି। ତାଙ୍କୁ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି । ସୋନିଆ ଗାନ୍ଧୀ ସୁସ୍ଥ ହେବା ଖବର ଜୟରାମ ରମେଶ ଟ୍ବିଟ କରି ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ସୂଚନା ଅନୁଯାୟୀ, ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ଜୁନ ୨୩ରେ ହାଜର ହେବାକୁ କହିଛି । ତେବେ ସେ ଇଡି ନିକଟକୁ ଯିବେ କି ନାହିଁ ତାହା ସ୍ପଷ୍ଟ ନାହିଁ । ଏବେ ଇଡି ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମାରାଥନ ଜେରା କରିବାରେ ଲାଗିଛି। ଗତ ସପ୍ତାହରେ ତିନି ଦିନ ପଚରା ଉଚୁରା ପରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣି ଥରେ ପଚରାଉଚୁରା କରିଛି । ମଙ୍ଗଳବାର ପୁଣି ଥରେ ପଚରାଉଚୁରା ପାଇଁ କାର୍ଯ୍ଯାଳୟରେ ହାଜର ହେବାକୁ କହିଛନ୍ତି ଅଧିକାରୀ । ଲମ୍ବା ପଚରାଉଚୁରା ପରେ ବି ରାହୁଲଙ୍କୁ ଆଶ୍ୱସ୍ତି ମିଳୁ ନ ଥିବା ବେଳେ ପୁଣି ମଙ୍ଗଳବାର ଆସିବାକୁ କହିଛନ୍ତି ଇଡି ଅଧିକାରୀ ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର