ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ନାକରୁ ରକ୍ତସ୍ରାବ ପରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

The Sakala Picture
Published On

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସଦ୍ୟତମ ସୂଚନା ଜାରି କରିଛନ୍ତି ଦଳର ମିଡିଆ ମୁଖ୍ୟ ଜୟରାମ ରମେଶ । ସୋନିଆଙ୍କ ନାକରୁ ରକ୍ତସ୍ରାବ ହେବା ପରେ ଜୁନ୍ ୧୨ରେ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗୁରୁବାର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କ ଶ୍ୱାସନଳୀରେ ଫଙ୍ଗଲ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ତେବେ ସୋନିଆଙ୍କ ଚିକିତ୍ସା ବର୍ତ୍ତମାନ […]

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସଦ୍ୟତମ ସୂଚନା ଜାରି କରିଛନ୍ତି ଦଳର ମିଡିଆ ମୁଖ୍ୟ ଜୟରାମ ରମେଶ । ସୋନିଆଙ୍କ ନାକରୁ ରକ୍ତସ୍ରାବ ହେବା ପରେ ଜୁନ୍ ୧୨ରେ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗୁରୁବାର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କ ଶ୍ୱାସନଳୀରେ ଫଙ୍ଗଲ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ତେବେ ସୋନିଆଙ୍କ ଚିକିତ୍ସା ବର୍ତ୍ତମାନ ଚାଲିଛି । ତାଙ୍କର କୋଭିଡ ପରବର୍ତ୍ତୀ ଜଟିଳତା ରହିଛି । ଡାକ୍ତରମାନେ ତାଙ୍କ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଜୟରାମ ରମେଶ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୂଚନା ଅନୁଯାୟୀ, ନ୍ୟାସନାଲ ହେରଲ୍ଡ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଯାଞ୍ଚ ଏବେ ଜାରି ରହିଛି। ମାମଲାରେ ପଚରା ଉଚରା ଲାଗି ଇଡି ସୋନିଆଙ୍କ ସହ ରାହୁଲ ଗାନ୍ଧିଙ୍କୁ ମଧ୍ୟ ସମନ କରିଥିଲେ। ତେବେ କୋଭିଡ ଯୋଗୁ ସୋନିଆ ଇଡିରେ ହାଜର ହୋଇ ପାରିନଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଇଡି ଏବେ ଜେରା କରୁଛି। ସୋନିଆଙ୍କୁ ଜୁନ ୨୩ ତାରିଖ ଦିନ ହାଜର ହେବା ପାଇଁ ଇଡି ସମନ କରିଛନ୍ତି। ତେବେ ସ୍ୱାସ୍ଥ୍ୟଗତ କାରଣରୁ ସୋନିଆ ସେଦିନ ହାଜର ହୋଇ ପାରିବେ କି ନା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର