ଚାଟ୍‌ଜିପିଟି କଥାରେ ମା’ଙ୍କୁ ମାରିଦେଲେ ଆମେରିକୀୟ ଅଧିକାରୀ !

Madhusudan Das Picture
Published On

ହାର୍ଟଫର୍ଡ: ପୁଅକୁ ଉସୁକାଇଲା ଚାଟ୍‌ଜିପିଟି, ମା’ ତଣ୍ଟିଚିପି ମାରିଦେଲା ପୁଅ । ଆମେରିକାର ପୂର୍ବ ଉପକୂଳରେ ଥିବା କନେକ୍ଟିକଟ୍‌‌ ରାଜ୍ୟରେ ଜଣେ ବ୍ୟକ୍ତି ଏଭଳି ଏକ ଅଜବ କାଣ୍ଡ ଘଟାଇଛନ୍ତି। ସେ ନିଜ ମାଙ୍କୁ ଗଳାକାଟି ହତ୍ୟା କରିବା ପରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ଜଣାଶୁଣା ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟଜିପିଟି କହିବା ଅନୁସାରେ, ୫୬ ବର୍ଷର ପୂର୍ବତନ ଟେକ୍‌‌ କମ୍ପାନୀ ଅଧିକାରୀ ଷ୍ଟିଭ-ଏରିକ ସୋଲବର୍ଗ ଏହି କାଣ୍ଡ ଘଟାଇଛନ୍ତି। ଚାଟ୍‌‌ଜପିଟି କାରଣରୁ ତାଙ୍କ ମନ ଭିତରେ ଭୟ ବୃଦ୍ଧି ପାଇଥିଲା। ଏଥିପାଇଁ ଶେଷରେ ସେ ନିଜର ମାଙ୍କୁ ହତ୍ୟା କରିଥିଲେ । 

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସୋଲବର୍ଗ ଚାଟ୍‌‌ଜିପିଟ୍‌‌ର ନୂଆ ସଂସ୍କରଣ ଜିପିଟି-୪ଓ’ର ବ୍ୟବହାର କରୁଥିଲେ। ଏହି ଏଆଇ କହିବା ଅନୁସାରେ ସେ ତାଙ୍କ ମା’ଙ୍କୁ ତାଙ୍କର ସବୁଠାରୁ ବଡ଼ ଶତ୍ରୁ ବୋଲି ବିଚାର କରି ନେଇଥିଲେ। ଏଆଇ ତାଙ୍କ ମାଙ୍କୁ ଜଣେ ଗୁଇନ୍ଦା ଏଜେଣ୍ଟ ଓ ତାଙ୍କର ବଡ଼ ଶତ୍ରୁ ବୋଲି କହିଥିଲା। ଫଳରେ ଅଗଷ୍ଟ ୩ରେ ସେ ନିଜ ମାଙ୍କୁ ହତ୍ୟା କରିଥିଲେ। ଏହାପରେ ତାଙ୍କ ମା’ଙ୍କ ପରବାର ଲୋକେ ଚାଟ୍‌‌ଜିପିଟି ତିଆରି କରିଥିବା କମ୍ପାନୀ ଓପନଏଆଇ ବିରୋଧରେ ଏତଲା ଦାଏର କରିଛନ୍ତି। ଏହି ଘଟଣା ପାଇଁ ଚାଟଜିପିଟିକୁ ଦାୟୀ କରାଯାଇଛି। ତେବେ ଏହି ଘଟଣାରେ ଆମେ ମର୍ମାହତ ଓ ଚାଟଜିପିଟିକୁ ଆହୁରି ଅଧିକ ଉନ୍ନତ କରିବାକୁ ଆମେ ପ୍ରୟାସ କରୁଛୁ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର