ତାଲିବାନୀ କ୍ରୂରତାରେ ସପ୍ତାହକରେ ବଦଳିଗଲା ସାମାଜିକ ସ୍ଥିତି; କଫିନ୍‌ରେ ଯୁବତୀଙ୍କୁ ନିଆଯାଇ କରାଯାଉଛି ଯୌନଦାସୀ

The Sakala Picture
Published On

କାବୁଲ: ମାତ୍ର ସପ୍ତାହକ ମଧ୍ୟରେ ଆଫଗାନିସ୍ତାନର ସାମାଜିକ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। କାବୁଲ ଦଖଲ କରି ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ସଂଗଠନ ହାତକୁ ଯିବା ପରେ ଏଠାରେ ସବୁକିଛିରେ ପରିବର୍ତ୍ତନ ଘଟିଛି। ବିଗତ ୨୦ ବର୍ଷ ଧରି ଶିକ୍ଷା ,ସଂସ୍କାର ଏବଂ ବିକାଶ ଆଡକୁ ମୁହାଁଇଥିବା ଆଫଗାନିସ୍ତାନ ପୁଣିଥରେ ତାଲିବାନର ସେହି କ୍ରୁର ଏବଂ କଠୋର ଯୁଗକୁ ଫେରିଆସିଛି। ସବୁଠାରୁ ଚିନ୍ତାଜନକ ହୋଇପଡ଼ିଛି ସାଧାରଣ ଆଫଗାନବାସୀଙ୍କ ଜୀବନଧାରଣ। ତାଲିବାନ କ୍ରୁରତାରେ ଏଠାକାର ଅଧିବାସୀ ଏଭଳି ଅତିଷ୍ଠ […]

କାବୁଲ: ମାତ୍ର ସପ୍ତାହକ ମଧ୍ୟରେ ଆଫଗାନିସ୍ତାନର ସାମାଜିକ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। କାବୁଲ ଦଖଲ କରି ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ସଂଗଠନ ହାତକୁ ଯିବା ପରେ ଏଠାରେ ସବୁକିଛିରେ ପରିବର୍ତ୍ତନ ଘଟିଛି। ବିଗତ ୨୦ ବର୍ଷ ଧରି ଶିକ୍ଷା ,ସଂସ୍କାର ଏବଂ ବିକାଶ ଆଡକୁ ମୁହାଁଇଥିବା ଆଫଗାନିସ୍ତାନ ପୁଣିଥରେ ତାଲିବାନର ସେହି କ୍ରୁର ଏବଂ କଠୋର ଯୁଗକୁ ଫେରିଆସିଛି। ସବୁଠାରୁ ଚିନ୍ତାଜନକ ହୋଇପଡ଼ିଛି ସାଧାରଣ ଆଫଗାନବାସୀଙ୍କ ଜୀବନଧାରଣ। ତାଲିବାନ କ୍ରୁରତାରେ ଏଠାକାର ଅଧିବାସୀ ଏଭଳି ଅତିଷ୍ଠ ହୋଇପଡ଼ିଛନ୍ତି ଯେ ସେମାନେ ବଞ୍ଚିବା ଠାରୁ ମୃତ୍ୟୁକୁ ହିଁ ଶ୍ରେୟ ମନେ କରୁଛନ୍ତି। ଏଠାକାର ନର୍କ ଜୀବନଯାପନ ତୁଳନାରେ ସେମାନେ ନିଜର ଭିଟାମାଟି ଛାଡିବାକୁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି। ଏପରିକି ଆମେରିକା ଓ ବ୍ରିଟେନକୁ ଯାଉଥିବା ବିମାନର ଛାତ ଓ ଡେଣା ଉପରେ ବସି ଆଫଗାନିସ୍ତାନରୁ ପଳାଇବାକୁ ଚେଷ୍ଟା କରୁଛନ୍ତି। କେବଳ ସେତିକି ନୁହେଁ, ଜନ୍ମ ଦେଇଥିବା ମାଆ ନିଜ ପିଲାଙ୍କୁ ଆମେରିକୀୟ ସେନା ହାତରେ ଫୋପାଡି ଦେଇ ଚାଲିଯିବାର ଦୃଶ୍ୟ ମଧ୍ୟ ସାରା ବିଶ୍ବସମାଜକୁ ହତଚକିତ କରିଦେଇଛି। ଏଭଳି ମହିଳାମାନଙ୍କ ଅନୁରୋଧ ରକ୍ଷା କରି ଆମେରିକା ସେନା ବର୍ତ୍ତମାନ ସୁଦ୍ଧା ୧୮୩ ଶିଶୁଙ୍କୁ ଗ୍ରହଣ କରିସାରିଥିବା ଜଣାପଡ଼ିଛି। ଦିନକୁ ଦିନ ତାଲିବାନୀ କ୍ରୁରତା ବଢି ଚାଲଇଥିବା ବେଳେ କଥା କଥାକେ ଲୋକଙ୍କୁ ଗୁଳି କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ବୁର୍ଖା ନପିନ୍ଧିବା କିମ୍ବା ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ଲୋକଙ୍କୁ ଗୁଳି କରି ତାଲିବାନ ସେନା ହତ୍ୟା କରୁଥିବା ବେଳେ ଏବେ ଆହୁରି ଅନେକ ଜଘନ୍ୟ ଘଟଣା ପଦକୁ ଆସିଛି। ଉତ୍ତର ଆଫଗାନିସ୍ତାନରେ ତାଲିବାନୀ ସେନା ପାଇଁ ସୁସ୍ବାଦୁ ରୋଷେଇ କରିନଥିବା ଜଣେ ମହିଳାଙ୍କୁ ତାଲିବାନ ନିଆଁ ଲଗାଇ ପୋଡି ଦେଇଛି। କେବଳ ସେତିକି ନୁହେଁ, ଆଫଗାନ୍‌ ମହିଳାମାନଙ୍କୁ ତାଲିବାନ ସେନା କଫିନ୍‌ରେ ଭର୍ତ୍ତି କରି ପଡୋଶୀ ରାଷ୍ଟ୍ରମାନଙ୍କୁ ପଠାଇ ଯୌନଦାସ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରୁଛି ବୋଲି ଆଫଗାନିସ୍ତାନ ଛାଡି ଆମେରିକା ପଳାଇଥିବା ଏଠାକାର ଜଷର ଆଇନଜୀବୀ ନଜଲା ଆୟୁବି କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବା ଏବଂ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା ନେଇ ତାଲିବାନ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ସବୁକିଛି ଓଲଟା ବୋଲି ସେ କହିଛନ୍ତି। ଆମେରିକାର ଏକ ଗଣମାଧ୍ୟମକୁ ସୂଚନା ଦେଇ ଆୟୁବି କହିଛନ୍ତି ଯେ, ଦେଶର ବିଭିନ୍ନ ପ୍ରାନ୍ତରରେ ତାଲିବାନ ଯୋଦ୍ଧାଙ୍କୁ ମହିଳାମାନେ ରୋଷେଇ କରି ସୁସ୍ବାଦ ଖାଦ୍ୟ ଦେବାକୁ ବାଧ୍ୟ କରାଯାଉଛି। ଏହାବ୍ୟତୀତ କମ୍‌ ବୟସ୍କା ଯୁବତୀମାନଙ୍କୁ ସେମାନଙ୍କ ସହ ବିବାହ କରିବାକୁ ମଧ୍ୟ ବାଧ୍ୟ କରାଯାଉଛି। ପୂର୍ବରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ସେମାନଙ୍କ କାର୍ଯ୍ୟରୁ ବିରତ କରାଯାଇଛି ଏବଂ କେତେକ ସ୍ଥଳରେ ହତ୍ୟା କରାଯାଉଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର