ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ନିଷିଦ୍ଧ ହେଉ: ମାଡ୍ରାସ ହାଇକୋର୍ଟ

Madhusudan Das Picture
Published On

ଚେନ୍ନଇ: ସାମାଜିକ ଗଣମାଧ୍ୟମ ନେଇ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୧୬ ବର୍ଷରୁ କମ୍‌‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମଗୁଡିକ ନିଷିଦ୍ଧ ହେବା ଉଚିତ। ଅଷ୍ଟ୍ରେଲିଆରେ ଏହି ନିୟମ ଲାଗୁ ହୋଇଛି। ଏବେ ଭାରତରେ ଏହାକୁ ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି। ଏ ସଂକ୍ରାନ୍ତରେ ଗୁରୁତର ସହ ବିଚାର କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ମଦୁରାଇ ହାଇକୋର୍ଟର ବିଚାରପତି ଜି ଜୟଚନ୍ଦ୍ରନ ଓ କେକେ ରାମକୃଷ୍ଣନଙ୍କ ବେଞ୍ଚ୍‌‌ ନାବାଳକମାନଙ୍କ ପାଇଁ ଅନଲାଇନ୍‌‌ରେ ପର୍ଣ୍ଣୋଗ୍ରାଫିକ୍‌‌ ବିଷୟବସ୍ତୁ ସହଜରେ ଉପଲବ୍ଧ ହେଉଥିବା ନେଇ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ମନ୍ତବ୍ୟ ଦେଇଛନ୍ତି। ଆବେଦନକାରୀ ଏସ ବିଜୟକୁମାରଙ୍କ ଓକିଲ କେପିଏସ୍‌‌ ପାଲନେଭେଲ ରାଜନ ଅଷ୍ଟ୍ରେଲିଆରେ ଜାରି ହୋଇଥିବା ନିୟମର ଉଦାହରଣ ଦେଇଥିଲେ। ଇଣ୍ଟରନେଟ ସେବା ପ୍ରଦାନକାରୀ (ଆଇଏସ୍‌‌ପି)ଙ୍କ ଉପରେ କଡ଼ା ନିୟମ ଲାଗୁ କରିବାକୁ କୋର୍ଟ ସୁପାରିସ କରିଛନ୍ତି। ପିଲାମାନଙ୍କ ଅନ୍‌‌ଲାଇନ କାର୍ଯ୍ୟକଳାପ ଉପରେ ଅଭିଭାବକ ତଥା ପିତାମାତାଙ୍କ ନିୟନ୍ତ୍ରଣ ରହିବା ବାଧ୍ୟତାମୂଳକ ହେବା ଉଚିତ ବୋଲି କୋର୍ଟ କହିଛନ୍ତି। ଏହି ମାମଲା ଏକ ପୁରୁଣା ଆବେଦନ ସହିତ ଜଡିତ। ଅନେକ ସମୟରେ ଛୋଟପିଲାଙ୍କୁ ଇଣ୍ଟରନେଟ୍‌‌ରେ ଅଶ୍ଳୀଳ କଣ୍ଟେଣ୍ଟ ସହଜରେ ମିଳିଯାଉଛି। ଏହାକୁ ରୋକିବା ପାଇଁ ଉଚିତ ବ୍ୟବସ୍ଥା ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆରେ ଡିସେମ୍ବର ୯ରୁ ୧୬ ବର୍ଷରୁ କମ୍‌‌ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ତିଆରି କରିବାକୁ ନିଷେଧ କରିଛି। ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ଏହି ନିୟମ ଲାଗୁ କରିଛି। ଏଥିପାଇଁ ଅଷ୍ଟ୍ରେଲିଆ ଗତବର୍ଷ ‘ଅନ୍‌‌ଲାଇନ୍‌‌ ସେଫ୍ଟି ଆମେଣ୍ଡମେଣ୍ଟ ବିଲ୍‌‌’ ଆଗତ କରିଥିଲା। ଏଥିରେ ୧୬ ବର୍ଷରୁ କମ୍‌‌ ପିଲା ଟିକ୍‌‌ଟକ, ଏକ୍ସ, ଫେସବୁକ, ଇନ୍‌‌ଷ୍ଟାଗ୍ରାମ, ସ୍ନାପଚାଟ, ୟୁଟ୍ୟୁବ ଭଳି ସାମାଜିକ ଗଣମାଧ୍ୟମଗୁଡିକଠାରୁ ଦୂରେଇ ରଖିବାର ବ୍ୟବସ୍ଥା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ୯୬ ପ୍ରତିଶତ ୧୦ରୁ ୧୫ ବର୍ଷର ପିଲା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛନ୍ତି। ଏ ପର୍ଯ୍ୟନ୍ତ ଭାରତରେ ସାମାଜିକ ଗଣମାଧ୍ୟମ ନେଇ କୌଣସି ଆଇନ୍‌‌ ଜାରି ହୋଇନାହିଁ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

27 Dec 2025 By Madhusudan Das

ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ନିଷିଦ୍ଧ ହେଉ: ମାଡ୍ରାସ ହାଇକୋର୍ଟ

ଚେନ୍ନଇ: ସାମାଜିକ ଗଣମାଧ୍ୟମ ନେଇ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୧୬ ବର୍ଷରୁ କମ୍‌‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମଗୁଡିକ ନିଷିଦ୍ଧ ହେବା ଉଚିତ। ଅଷ୍ଟ୍ରେଲିଆରେ ଏହି ନିୟମ ଲାଗୁ ହୋଇଛି। ଏବେ ଭାରତରେ ଏହାକୁ ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି। ଏ ସଂକ୍ରାନ୍ତରେ ଗୁରୁତର ସହ ବିଚାର କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ମଦୁରାଇ ହାଇକୋର୍ଟର ବିଚାରପତି ଜି ଜୟଚନ୍ଦ୍ରନ ଓ କେକେ ରାମକୃଷ୍ଣନଙ୍କ ବେଞ୍ଚ୍‌‌ ନାବାଳକମାନଙ୍କ ପାଇଁ ଅନଲାଇନ୍‌‌ରେ ପର୍ଣ୍ଣୋଗ୍ରାଫିକ୍‌‌ ବିଷୟବସ୍ତୁ ସହଜରେ ଉପଲବ୍ଧ ହେଉଥିବା ନେଇ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ମନ୍ତବ୍ୟ ଦେଇଛନ୍ତି। ଆବେଦନକାରୀ ଏସ ବିଜୟକୁମାରଙ୍କ ଓକିଲ କେପିଏସ୍‌‌ ପାଲନେଭେଲ ରାଜନ ଅଷ୍ଟ୍ରେଲିଆରେ ଜାରି ହୋଇଥିବା ନିୟମର ଉଦାହରଣ ଦେଇଥିଲେ। ଇଣ୍ଟରନେଟ ସେବା ପ୍ରଦାନକାରୀ (ଆଇଏସ୍‌‌ପି)ଙ୍କ ଉପରେ କଡ଼ା ନିୟମ ଲାଗୁ କରିବାକୁ କୋର୍ଟ ସୁପାରିସ କରିଛନ୍ତି। ପିଲାମାନଙ୍କ ଅନ୍‌‌ଲାଇନ କାର୍ଯ୍ୟକଳାପ ଉପରେ ଅଭିଭାବକ ତଥା ପିତାମାତାଙ୍କ ନିୟନ୍ତ୍ରଣ ରହିବା ବାଧ୍ୟତାମୂଳକ ହେବା ଉଚିତ ବୋଲି କୋର୍ଟ କହିଛନ୍ତି। ଏହି ମାମଲା ଏକ ପୁରୁଣା ଆବେଦନ ସହିତ ଜଡିତ। ଅନେକ ସମୟରେ ଛୋଟପିଲାଙ୍କୁ ଇଣ୍ଟରନେଟ୍‌‌ରେ ଅଶ୍ଳୀଳ କଣ୍ଟେଣ୍ଟ ସହଜରେ ମିଳିଯାଉଛି। ଏହାକୁ ରୋକିବା ପାଇଁ ଉଚିତ ବ୍ୟବସ୍ଥା ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। 

ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆରେ ଡିସେମ୍ବର ୯ରୁ ୧୬ ବର୍ଷରୁ କମ୍‌‌ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ତିଆରି କରିବାକୁ ନିଷେଧ କରିଛି। ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ଏହି ନିୟମ ଲାଗୁ କରିଛି। ଏଥିପାଇଁ ଅଷ୍ଟ୍ରେଲିଆ ଗତବର୍ଷ ‘ଅନ୍‌‌ଲାଇନ୍‌‌ ସେଫ୍ଟି ଆମେଣ୍ଡମେଣ୍ଟ ବିଲ୍‌‌’ ଆଗତ କରିଥିଲା। ଏଥିରେ ୧୬ ବର୍ଷରୁ କମ୍‌‌ ପିଲା ଟିକ୍‌‌ଟକ, ଏକ୍ସ, ଫେସବୁକ, ଇନ୍‌‌ଷ୍ଟାଗ୍ରାମ, ସ୍ନାପଚାଟ, ୟୁଟ୍ୟୁବ ଭଳି ସାମାଜିକ ଗଣମାଧ୍ୟମଗୁଡିକଠାରୁ ଦୂରେଇ ରଖିବାର ବ୍ୟବସ୍ଥା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ୯୬ ପ୍ରତିଶତ ୧୦ରୁ ୧୫ ବର୍ଷର ପିଲା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛନ୍ତି। ଏ ପର୍ଯ୍ୟନ୍ତ ଭାରତରେ ସାମାଜିକ ଗଣମାଧ୍ୟମ ନେଇ କୌଣସି ଆଇନ୍‌‌ ଜାରି ହୋଇନାହିଁ।

https://www.thesakala.in/national-international/social-media-should-be-banned-for-children-says-madras-high-court/article-43803
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର