ଏଣିକି ହ୍ୱାଟସ୍‌ଆପରେ ହୋଇପାରିବ ଟିକା ପାଇଁ ସ୍ଲଟ ବୁକିଂ, ଜାଣନ୍ତୁ କିପରି କରିବେ ସ୍ଲଟ୍‌ ବୁକ୍‌

The Sakala Picture
Published On

ନୂଆଦିଲ୍ଲୀ : ମହାମାରୀ କରୋନା ବିରୋଧରେ ଚାଲିଛି ଟିକାକରଣ ଅଭିଯାନ। ସମଗ୍ର ଦେଶବାସୀ ଟିକା ନେଇ କରୋନାକୁ ପ୍ରତିହତ କରିବାକୁ ମଧ୍ୟ ଆଗଭର ହୋଇ ଆଗେଇ ଆସୁଛନ୍ତି। ତେବେ ଟିକା ନେବା ପାଇଁ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡୁଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ନେବାକୁ ଥିବା ଲୋକ କ୍ବୋଇନ୍‌ ଆପ୍‌ରେ ନିଜ ନାମ, ଆଧାରନମ୍ବର ,ମୋବାଇଲ୍‌ ନମ୍ବର ସହ ନିଜର ନାମ ପଞ୍ଜିକରଣ କରିବା ପରେ ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିପାରୁଥିଲେ। […]

ନୂଆଦିଲ୍ଲୀ : ମହାମାରୀ କରୋନା ବିରୋଧରେ ଚାଲିଛି ଟିକାକରଣ ଅଭିଯାନ। ସମଗ୍ର ଦେଶବାସୀ ଟିକା ନେଇ କରୋନାକୁ ପ୍ରତିହତ କରିବାକୁ ମଧ୍ୟ ଆଗଭର ହୋଇ ଆଗେଇ ଆସୁଛନ୍ତି। ତେବେ ଟିକା ନେବା ପାଇଁ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡୁଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ନେବାକୁ ଥିବା ଲୋକ କ୍ବୋଇନ୍‌ ଆପ୍‌ରେ ନିଜ ନାମ, ଆଧାରନମ୍ବର ,ମୋବାଇଲ୍‌ ନମ୍ବର ସହ ନିଜର ନାମ ପଞ୍ଜିକରଣ କରିବା ପରେ ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିପାରୁଥିଲେ। କିନ୍ତୁ ବହୁତ ଲୋକ ଟିକା ନେବା ପାଇଁ ଆପ୍‌କୁ ଯାଇ କିମ୍ବା ଗୁଗୁଲରେ କ୍ବୋଇନ୍‌ ସାଇଟ୍‌ ଖୋଲି ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏହାକୁ ନଜରରେ ରଖି ବର୍ତ୍ତମାନ କେନ୍ଦ୍ର ସରକାର ହ୍ୱାଟସ୍‌ଆପରେ କରୋନା ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିବାର ସୁବିଧା ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ସରକାର କହିଛନ୍ତି ଯେ, କୋଭିଡ -୧୯ ଟିକା ହିତାଧିକାରୀମାନେ ବର୍ତ୍ତମାନ ହ୍ୱାଟସ୍ ଆପରେ MyGov Corona  ହେଲ୍ପଡେସ୍କ ମାଧ୍ୟମରେ ସେମାନଙ୍କ ସ୍ଲଟ୍ ବୁକ୍ କରିପାରିବେ। ଏହା ବ୍ୟତୀତ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍‌ଆପ ମଧ୍ୟ ଉପଭୋକ୍ତାମାନଙ୍କୁ ସେମାନଙ୍କର ନିକଟତମ ଟୀକାକରଣ କେନ୍ଦ୍ର ଖୋଜିବାକୁ ସାହାର୍ଯ୍ୟ କରିବ।

ଜାଣନ୍ତୁ ହ୍ୱାଟସ୍‌ଆପରେ କିପରି କରିବେ ଟିକା ପାଇଁ ସ୍ଲଟ୍‌ ବୁକ୍‌

  •  ପ୍ରଥମେ ଆପଣଙ୍କୁ ଆପଣଙ୍କ ମୋବାଇଲ୍‌ରେ ୯୦୧୩୧୫୧୫୧୫ ହ୍ୱାଟସ୍‌ଆପ ନମ୍ବରକୁ ସେଭ୍‌ କରିବାକୁ ପଡିବ।
  •  ସେହି ନମ୍ବରକୁ ହ୍ୱାଟସ୍‌ଆପରେ ‘BOOK SLOT’ ଲେଖି ପଠାଇବାକୁ ପଡିବ ।
  • ଏହାପରେ ସମ୍ପୃକ୍ତ ମୋବାଇଲ୍ ଫୋନ୍‌କୁ ଏକ ୬ ଅଙ୍କ ବିଶିଷ୍ଟ ଓଟିପି (OTP) ଆସିବ
  • ଆପଣଙ୍କୁ ସେହି ଓଟିପିକୁ ଚାଟ୍‌ରେ ପଠାଇବା ପଡିବ
  • ଯଦି ପୂର୍ବରୁ ଆପଣ cowin ଆପ୍‌ରେ ଆପଣଙ୍କ ନାମ ପଞ୍ଜିକରଣ କରିନଥିବେ ତେବେ ସେହିଠାରେ cowin.gov.inର ଲିଙ୍କ୍‌ ଆସିବ
  • ଆପଣ ସେହି ଲିଙ୍କକୁ ଯାଇ ନାମ , ଆଧାର ନମ୍ବରକୁ ପଞ୍ଜିକରଣ କରିପାରିବେ
  • ପଞ୍ଜିକରଣ କରିବା ପରେ ୯୦୧୩୧୫୧୫୧୫ ହ୍ବାଟସ୍‌ଆପ୍‌ ନମ୍ବରକୁ ଯାଇ ଟିକା ନେବା ପାଇଁ ନିର୍ଦ୍ଧାରୀତ ତାରିଖ ନିଜ ପିନକୋଡ୍‌ ସହ ପ୍ରଦାନ କରିବେ
  • କେଉଁ ସ୍ଥାନରେ ଟିକା ନେବାକୁ ଚାହୁଁଛନ୍ତି, କେଉଁଟିକା(ଟିକାର ନାମ) ନେବେ ସେ ସମ୍ପର୍କରେ ଉଲ୍ଲେଖ କରିବାକୁ ପଡିବ।
  • ତା ପରେ ସ୍ଲଟ୍ ବୁକ୍‌ ହୋଇଯିବ।

ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି ଭାରତୀୟ ନାଗରିକଙ୍କ ସୁବିଧା ପାଇଁ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି।

24 Aug 2021 By The Sakala

https://www.thesakala.in/national-international/slot-booking-for-vaccines-can-be-done-on-whatsapp-learn-how-to-book-slots/article-4866
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର