ଅନ୍ତ୍ୟେଷ୍ଟି ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସୁଶାନ୍ତ ସିଂହ ରାଜପୁତଙ୍କ ୬ଜଣ ସଂପର୍କୀୟଙ୍କ ମୃତ୍ୟୁ

The Sakala Picture
Published On

ପାଟନା: ବିହାରର ଲଖିସରାଇରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ‌ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୬ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।ବିହାରର ପିପ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ୍ୟୁ ବରଣ କରିଥିବା ସମସ୍ତ ୬ଜଣ ଗୋଟିଏ ପରିବାର ବୋଲି ଜଣାପଡିଛି। ଏହି ଲୋକମାନେ ମଙ୍ଗଳବାର ସକାଳେ ସେମାନଙ୍କର ଜଣେ ସଂପର୍କୀୟଙ୍କର ଶେଷକୃତ୍ୟରେ ପାଟନାରେ ଯୋଗଦେଇ ନିଜ ଗ୍ରାମକୁ ଫେରୁଥିଲେ […]

ପାଟନା: ବିହାରର ଲଖିସରାଇରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ‌ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୬ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।ବିହାରର ପିପ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ୍ୟୁ ବରଣ କରିଥିବା ସମସ୍ତ ୬ଜଣ ଗୋଟିଏ ପରିବାର ବୋଲି ଜଣାପଡିଛି। ଏହି ଲୋକମାନେ ମଙ୍ଗଳବାର ସକାଳେ ସେମାନଙ୍କର ଜଣେ ସଂପର୍କୀୟଙ୍କର ଶେଷକୃତ୍ୟରେ ପାଟନାରେ ଯୋଗଦେଇ ନିଜ ଗ୍ରାମକୁ ଫେରୁଥିଲେ । ବାଟରେ ସେମାନଙ୍କ ଗାଡି ସହିତ ଏଲପିଜି ବୋଝେଇ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନା ମୁତାବକ, ଆଜି ସକାଳେ ଲଖିସରାଇ ଜିଲ୍ଲାର ସିକଚନ୍ଦ୍ର-ଶେଖପୁରା ଏନଏଚ-୩୩୩ର ହାଲସି ପୁଲିସ ଷ୍ଟେସନ ଅଞ୍ଚଳର ପିପ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ମଙ୍ଗଳବାର ସକାଳେ ସେମାନଙ୍କର ଜଣେ ସଂପର୍କୀୟଙ୍କର ଶେଷକୃତ୍ୟରେ ପାଟନାରେ ଯୋଗଦେଇ ନିଜ ଗ୍ରାମକୁ ଫେରୁଥିଲେ। ପିପ୍ରା ଗ୍ରାମ ନିକଟରେ ଖାଲିଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡର ନେଇ ଆସୁଥିବା ଏକ ଟ୍ରକ ସହ ସହିତ ଭୟଙ୍କର ଧକ୍କାରେ ସୁମୋ ଗ‌ାଡ଼ିରେ ଥିବ‌େ ଗୋଟେ ପରିବାରର ୬ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କର ଜାମୁଇର ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗାଡ଼ି ଭିତରେ ଥିବା ୧୦ଜଣ ଲୋକ ଅନ୍ତିମ ସଂସ୍କାରରେ ଯୋଗ ଦେଇ ଘରକୁ ଫେରୁଥିଲେ। ମୃତକଙ୍କ ମଧ୍ୟରେ ୬ଜଣ ସୁଶାନ୍ତଙ୍କ ଦୂର ସଂପର୍କୀୟ ଥିଲେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

16 Nov 2021 By The Sakala

ଅନ୍ତ୍ୟେଷ୍ଟି ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସୁଶାନ୍ତ ସିଂହ ରାଜପୁତଙ୍କ ୬ଜଣ ସଂପର୍କୀୟଙ୍କ ମୃତ୍ୟୁ

ପାଟନା: ବିହାରର ଲଖିସରାଇରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ‌ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୬ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।ବିହାରର ପିପ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ୍ୟୁ ବରଣ କରିଥିବା ସମସ୍ତ ୬ଜଣ ଗୋଟିଏ ପରିବାର ବୋଲି ଜଣାପଡିଛି। ଏହି ଲୋକମାନେ ମଙ୍ଗଳବାର ସକାଳେ ସେମାନଙ୍କର ଜଣେ ସଂପର୍କୀୟଙ୍କର ଶେଷକୃତ୍ୟରେ ପାଟନାରେ ଯୋଗଦେଇ ନିଜ ଗ୍ରାମକୁ ଫେରୁଥିଲେ । ବାଟରେ ସେମାନଙ୍କ ଗାଡି ସହିତ ଏଲପିଜି ବୋଝେଇ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନା ମୁତାବକ, ଆଜି ସକାଳେ ଲଖିସରାଇ ଜିଲ୍ଲାର ସିକଚନ୍ଦ୍ର-ଶେଖପୁରା ଏନଏଚ-୩୩୩ର ହାଲସି ପୁଲିସ ଷ୍ଟେସନ ଅଞ୍ଚଳର ପିପ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ମଙ୍ଗଳବାର ସକାଳେ ସେମାନଙ୍କର ଜଣେ ସଂପର୍କୀୟଙ୍କର ଶେଷକୃତ୍ୟରେ ପାଟନାରେ ଯୋଗଦେଇ ନିଜ ଗ୍ରାମକୁ ଫେରୁଥିଲେ। ପିପ୍ରା ଗ୍ରାମ ନିକଟରେ ଖାଲିଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡର ନେଇ ଆସୁଥିବା ଏକ ଟ୍ରକ ସହ ସହିତ ଭୟଙ୍କର ଧକ୍କାରେ ସୁମୋ ଗ‌ାଡ଼ିରେ ଥିବ‌େ ଗୋଟେ ପରିବାରର ୬ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କର ଜାମୁଇର ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗାଡ଼ି ଭିତରେ ଥିବା ୧୦ଜଣ ଲୋକ ଅନ୍ତିମ ସଂସ୍କାରରେ ଯୋଗ ଦେଇ ଘରକୁ ଫେରୁଥିଲେ। ମୃତକଙ୍କ ମଧ୍ୟରେ ୬ଜଣ ସୁଶାନ୍ତଙ୍କ ଦୂର ସଂପର୍କୀୟ ଥିଲେ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର