‘ଆଇଡ଼ା’ ଘୂର୍ଣ୍ଣିଝଡ଼ର ପ୍ରଭାବରେ ସ୍ଥିତି ଉତ୍କଟ; ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା
ନ୍ୟୁୟର୍କ : ସଂପ୍ରତି ଆମେରିକାର ବିଭିନ୍ନ ସହର ଘୂର୍ଣ୍ଣିଝଡ଼ ‘ଆଇଡା’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୁରୁବାର ପ୍ରବଳ ବର୍ଷା ସହ ଆକସ୍ମିକ ବନ୍ୟା ଆସିବାରୁ ନ୍ୟୁୟର୍କ ଏବଂ ଏହାର ନିକଟସ୍ଥ ଅଞ୍ଚଳ ନ୍ୟୁଜର୍ସିରେ ସ୍ଥିତି ଉତ୍କଟ କରିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ନ୍ୟୁୟର୍କ ଗଭର୍ଣ୍ଣର୍ ଜେନେରାଲ୍ କ୍ୟାଥି ହୋକୁଲ୍ ଟ୍ବିଟ୍ କରି ଏହି ସୂଚନା ଜାରି କରିଛନ୍ତି। ଗତ ରବିବାର ଘୂର୍ଣ୍ଣିଝଡ଼ ‘ଆଇଡା’ ୪ର୍ଥ ବର୍ଗର ‘ହରିକେନ୍’ ଭାବେ […]
ନ୍ୟୁୟର୍କ : ସଂପ୍ରତି ଆମେରିକାର ବିଭିନ୍ନ ସହର ଘୂର୍ଣ୍ଣିଝଡ଼ ‘ଆଇଡା’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୁରୁବାର ପ୍ରବଳ ବର୍ଷା ସହ ଆକସ୍ମିକ ବନ୍ୟା ଆସିବାରୁ ନ୍ୟୁୟର୍କ ଏବଂ ଏହାର ନିକଟସ୍ଥ ଅଞ୍ଚଳ ନ୍ୟୁଜର୍ସିରେ ସ୍ଥିତି ଉତ୍କଟ କରିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ନ୍ୟୁୟର୍କ ଗଭର୍ଣ୍ଣର୍ ଜେନେରାଲ୍ କ୍ୟାଥି ହୋକୁଲ୍ ଟ୍ବିଟ୍ କରି ଏହି ସୂଚନା ଜାରି କରିଛନ୍ତି। ଗତ ରବିବାର ଘୂର୍ଣ୍ଣିଝଡ଼ ‘ଆଇଡା’ ୪ର୍ଥ ବର୍ଗର ‘ହରିକେନ୍’ ଭାବେ ଆମେରିକାର ଦକ୍ଷିଣ ଭାଗରେ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ଚକ୍ରବାତ ଓ ବନ୍ୟା ସୃଷ୍ଟି ହୋଇଥିଲା। ପବନର ବେଗ ଏତେ ତୀବ୍ର ଥିଲା ଯେ, ମିସିଶିପି ନଦୀର ଗତିପଥ ମଧ୍ୟ ବିପରୀତ ଦିଗକୁ ହୋଇପଡ଼ିଥିଲା। ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯିବା ସହିତ ନ୍ୟୁୟର୍କ ସହରରେ ଆକସ୍ମିକ ବନ୍ୟା ଆସିବାର ସୂଚନା ଜାରି କରାଯାଇଥିଲା। ଏହି ଘୋଷଣାର କିଛି ସମୟ ପରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ଏଭଳି ସତର୍କ ସୂଚନା ଜାରି ହେବା ନ୍ୟୁୟର୍କରେ ପ୍ରଥମ ଘଟଣା। ଏବେ ବିଭିନ୍ନ ସ୍ଥାନରେ ସୁଡ଼ଙ୍ଗ ମଧ୍ୟକୁ ପ୍ରବଳ ଜଳରାଶି ପ୍ରବେଶ କରିବାରୁ ନ୍ୟୁୟର୍କ ସହରର ପ୍ରାୟ ସମସ୍ତ ଭୂତଳ ରେଳ ଚଳାଚଳ ବନ୍ଦ କରି ଦିଆଯାଇଛି। ସହରରେ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଘୂର୍ଣ୍ଣିଝଡ଼ ପ୍ରଭାବରେ ମୋଟ ୭ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଇଛି।