ସେଲ୍ଫି ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି, ଟିମ୍‌ ସହ ଦୁର୍ବ୍ୟବହାର ହୋଇଥିବା ଥାନାରେ ଅଭିଯୋଗ

The Sakala Picture
Published On

ମୁମ୍ବାଇ: ସୋମବାର ଦିନ ମୁମ୍ବାଇର ଚେମ୍ବୁରଠାରେ ଏକ କନସର୍ଟ ଚାଲିଥିବାବେଳେ ସେଲ୍ଫି ନେବା ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ସୋନୁଙ୍କ ଟିମ୍‌ ସହ ମଧ୍ୟ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚିଛନ୍ତି ନିଜେ କଣ୍ଠଶିଳ୍ପୀ ସୋନୁ ନିଗମ। ସୂଚନା ଅନୁସାରେ, ଇଭେଣ୍ଟ ଶେଷ ହେବା ପରେ ସୋନୁ ନିଗମ ମଞ୍ଚରୁ ଓହ୍ଲାଉଥିବା ବେଳେ ଜଣେ ଫ୍ୟାନ୍ ତାଙ୍କ ସହ ଜବରଦସ୍ତି […]

ମୁମ୍ବାଇ: ସୋମବାର ଦିନ ମୁମ୍ବାଇର ଚେମ୍ବୁରଠାରେ ଏକ କନସର୍ଟ ଚାଲିଥିବାବେଳେ ସେଲ୍ଫି ନେବା ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ସୋନୁଙ୍କ ଟିମ୍‌ ସହ ମଧ୍ୟ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚିଛନ୍ତି ନିଜେ କଣ୍ଠଶିଳ୍ପୀ ସୋନୁ ନିଗମ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସୂଚନା ଅନୁସାରେ, ଇଭେଣ୍ଟ ଶେଷ ହେବା ପରେ ସୋନୁ ନିଗମ ମଞ୍ଚରୁ ଓହ୍ଲାଉଥିବା ବେଳେ ଜଣେ ଫ୍ୟାନ୍ ତାଙ୍କ ସହ ଜବରଦସ୍ତି ସେଲଫି ନେବା ପାଇଁ ତାଙ୍କୁ ଧରି ପକାଇଥିଲେ । ସୋନୁଙ୍କ ଦୁଇ ଜଣ ଷ୍ଟାଫ୍ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲାବେଳେ ଫ୍ୟାନ୍ ଜଣକ ଧକ୍କା ଦେବାରୁ ଉଭୟ ତଳେ ପଡ଼ିଯାଇଥିଲେ । ଧସ୍ତାଧସ୍ତିରେ ସୋନୁ ମଧ୍ୟ ମଞ୍ଚ ସିଡ଼ିରେ ପଡିଯାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଏହି ଘଟଣା ପରେ ସୋନୁଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋନୁଙ୍କ ସହ ଧସ୍ତାଧସ୍ତି କରିଥିବା ବ୍ୟକ୍ତି ଜଣକ ଜଣେ ସ୍ଥାନୀୟ ନେତାଙ୍କ ପୁଅ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର