ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏଟ୍, ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ମିଳିଲା ୧୦ ଖଣ୍ଡ ମାଂସ

The Sakala Picture
Published On

ନୂଆଦିଲ୍ଲୀ: ଶ୍ରଦ୍ଧା ୱକର ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏଟ କରିଛି ଦିଲ୍ଲୀ ପୁଲିସ। ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୁଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡବିଖଣ୍ଡିତ ଶରୀରକୁ  କେଉଁକେଉଁ ସ୍ଥାନରେ ଆଫତାବ ଫିଙ୍ଗିଥିଲା ତା’ର ତଦନ୍ତ ଚାଲିଛି। ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ୧୦ ଖଣ୍ଡ ମାଂସ ମିଳିଥିବା ପୁଲିସ କହିଛି। ଉଦ୍ଧାର ହୋଇଥିବା ସମସ୍ତ ମାଂସଖଣ୍ଡକୁ ପୁଲିସ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଇଛି। ସମସ୍ତ […]

ନୂଆଦିଲ୍ଲୀ: ଶ୍ରଦ୍ଧା ୱକର ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏଟ କରିଛି ଦିଲ୍ଲୀ ପୁଲିସ। ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୁଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡବିଖଣ୍ଡିତ ଶରୀରକୁ  କେଉଁକେଉଁ ସ୍ଥାନରେ ଆଫତାବ ଫିଙ୍ଗିଥିଲା ତା’ର ତଦନ୍ତ ଚାଲିଛି। ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ୧୦ ଖଣ୍ଡ ମାଂସ ମିଳିଥିବା ପୁଲିସ କହିଛି। ଉଦ୍ଧାର ହୋଇଥିବା ସମସ୍ତ ମାଂସଖଣ୍ଡକୁ ପୁଲିସ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଇଛି। ସମସ୍ତ ମାଂସଖଣ୍ଡ ମାନବ ଅଙ୍ଗ ବୋଲି କୁହାଯାଉଛି। ଏଥିସହ ଏହି ମାଂସଖଣ୍ଡର ଶ୍ରଦ୍ଧାଙ୍କ ବାପାଙ୍କ ସହ ଡିଏନ୍ ମେଳ ପାଇଁ ନମୁନା ପଠାଯିବ। ଅନ୍ୟ ମାଂସ ଖଣ୍ଡର ସନ୍ଧାନ ଜାରି ରହିଥିବା ପୁଲିସ କହିଛି।  ବର୍ତ୍ତମାନ ପର୍ଯ୍ଯନ୍ତ ଗାର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ ମୁଣ୍ଡକୁ ଉଦ୍ଧାର କରିପାରିନାହି ଦିଲ୍ଲୀ ପୁଲିସ । ମୁଣ୍ଡକୁ ଖୋଜିବାକୁ ଅଭିଯୁକ୍ତକୁ ଧରି ଆଖପାଖ ଜଙ୍ଗଲରେ ପୁଲିସର ଖୋଜାଖୋଜି ଜାରି ରହିଛି।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

ଶ୍ରଦ୍ଧା ଓ ଆଫତାବ୍ ପରସ୍ପରକୁ ଭଲ ପାଉଥିଲେ। କିଛି ଦିନ ଲିଭି-ଇନ୍‌ରେ ରହିଥିଲେ। ପରେ ଶ୍ରଦ୍ଧା ବିବାହ କରିବାକୁ ଅଫତାବଙ୍କ ଉପରେ ଚାପ ପକାଇଥିଲେ। ଏଥିରେ ଉତ୍ତେଜିତ ହୋଇ ପ୍ରେମିକ ଶ୍ରଦ୍ଧାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ଏହାକୁ ସେ ଫ୍ରିଜ୍‌ରେ ଦୀର୍ଘ ୧୮ ଦିନ ରଖି ପ୍ରତ୍ୟେକ ଦିନ କିଛି ଅଂଶ ଦିଲ୍ଲୀସ୍ଥିତ ମେହରୋଲି ଜଙ୍ଗଲରେ ଫିଙ୍ଗୁଥିଲା।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

15 Nov 2022 By The Sakala

ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏଟ୍, ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ମିଳିଲା ୧୦ ଖଣ୍ଡ ମାଂସ

ନୂଆଦିଲ୍ଲୀ: ଶ୍ରଦ୍ଧା ୱକର ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏଟ କରିଛି ଦିଲ୍ଲୀ ପୁଲିସ। ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୁଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡବିଖଣ୍ଡିତ ଶରୀରକୁ  କେଉଁକେଉଁ ସ୍ଥାନରେ ଆଫତାବ ଫିଙ୍ଗିଥିଲା ତା’ର ତଦନ୍ତ ଚାଲିଛି। ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ୧୦ ଖଣ୍ଡ ମାଂସ ମିଳିଥିବା ପୁଲିସ କହିଛି। ଉଦ୍ଧାର ହୋଇଥିବା ସମସ୍ତ ମାଂସଖଣ୍ଡକୁ ପୁଲିସ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଇଛି। ସମସ୍ତ ମାଂସଖଣ୍ଡ ମାନବ ଅଙ୍ଗ ବୋଲି କୁହାଯାଉଛି। ଏଥିସହ ଏହି ମାଂସଖଣ୍ଡର ଶ୍ରଦ୍ଧାଙ୍କ ବାପାଙ୍କ ସହ ଡିଏନ୍ ମେଳ ପାଇଁ ନମୁନା ପଠାଯିବ। ଅନ୍ୟ ମାଂସ ଖଣ୍ଡର ସନ୍ଧାନ ଜାରି ରହିଥିବା ପୁଲିସ କହିଛି।  ବର୍ତ୍ତମାନ ପର୍ଯ୍ଯନ୍ତ ଗାର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ ମୁଣ୍ଡକୁ ଉଦ୍ଧାର କରିପାରିନାହି ଦିଲ୍ଲୀ ପୁଲିସ । ମୁଣ୍ଡକୁ ଖୋଜିବାକୁ ଅଭିଯୁକ୍ତକୁ ଧରି ଆଖପାଖ ଜଙ୍ଗଲରେ ପୁଲିସର ଖୋଜାଖୋଜି ଜାରି ରହିଛି।

ଶ୍ରଦ୍ଧା ଓ ଆଫତାବ୍ ପରସ୍ପରକୁ ଭଲ ପାଉଥିଲେ। କିଛି ଦିନ ଲିଭି-ଇନ୍‌ରେ ରହିଥିଲେ। ପରେ ଶ୍ରଦ୍ଧା ବିବାହ କରିବାକୁ ଅଫତାବଙ୍କ ଉପରେ ଚାପ ପକାଇଥିଲେ। ଏଥିରେ ଉତ୍ତେଜିତ ହୋଇ ପ୍ରେମିକ ଶ୍ରଦ୍ଧାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ଏହାକୁ ସେ ଫ୍ରିଜ୍‌ରେ ଦୀର୍ଘ ୧୮ ଦିନ ରଖି ପ୍ରତ୍ୟେକ ଦିନ କିଛି ଅଂଶ ଦିଲ୍ଲୀସ୍ଥିତ ମେହରୋଲି ଜଙ୍ଗଲରେ ଫିଙ୍ଗୁଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର