ଛତିଶଗଡ଼ ସୁକ୍‌ମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ; ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଏନ୍‌କାଉଣ୍ଟରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି। ଚିନ୍ତାଗୁମ୍ଫା ପୋଲିସ ଷ୍ଟେସନ ଅନ୍ତର୍ଗତ ମିନପା ଗାଁରେ ଏହି ଏନ୍‌କାଉଣ୍ଟର ଘଟିଛି । ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି । ସର୍ଚ୍ଚ ଅପରେସନ୍ ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୁକ୍‌ମା ଏସ୍‌ପି ସୁନିଲ ଶର୍ମା କହିଛନ୍ତି । ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ […]

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଏନ୍‌କାଉଣ୍ଟରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି। ଚିନ୍ତାଗୁମ୍ଫା ପୋଲିସ ଷ୍ଟେସନ ଅନ୍ତର୍ଗତ ମିନପା ଗାଁରେ ଏହି ଏନ୍‌କାଉଣ୍ଟର ଘଟିଛି । ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି । ସର୍ଚ୍ଚ ଅପରେସନ୍ ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୁକ୍‌ମା ଏସ୍‌ପି ସୁନିଲ ଶର୍ମା କହିଛନ୍ତି । ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଏହି ଏନ୍‌କାଉଣ୍ଟର ଘଟିଛି । ଡିଷ୍ଟିର୍ଟ ରିଜର୍ଭ ପୋଲିସ ଏବଂ ସେଣ୍ଟ୍ରୋଲ ରିଜର୍ଭ ପୋଲିସ ଏବଂ ସିଆରପିଏଫ୍ ଯବାନ ଏହି ଅପରେସନରେ ସାମିଲ ଅଛନ୍ତି । ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିକାଣ୍ଡ ଜାରି ରହିଥିଲା । ଏହା ପରେ ଜଣେ ପୁରୁଷ ନକ୍ସଲଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରେ ପ୍ରବଳ ରକ୍ତ ଛିଟା ପଡ଼ିଥିବା ଅନ୍ୟ କିଛି ନକ୍ସଲ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ସାଥି ନକ୍ସଲ ସେମାନଙ୍କୁ ଜଙ୍ଗଲ ଭିତରକୁ ନେବାରେ ସଫଳ ହୋଇଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ସୂଚନା ଅନୁସାରେ, ମାଓବାଦୀମାନଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖ୍ ଯବାନମାନେ ସେହି ଅଞ୍ଚଳରେ କୁମ୍ବି ଅପରେଶନ କରୁଥିବା ବେଳେ ଯବାନମାନଙ୍କୁ ଦେଖୁ ଦେଖୁ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ତେବେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବରେ ଗୁଳିଚାଳନା କରିଥିଲେ। ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

25 Jul 2021 By The Sakala

ଛତିଶଗଡ଼ ସୁକ୍‌ମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ; ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଏନ୍‌କାଉଣ୍ଟରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି। ଚିନ୍ତାଗୁମ୍ଫା ପୋଲିସ ଷ୍ଟେସନ ଅନ୍ତର୍ଗତ ମିନପା ଗାଁରେ ଏହି ଏନ୍‌କାଉଣ୍ଟର ଘଟିଛି । ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି । ସର୍ଚ୍ଚ ଅପରେସନ୍ ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୁକ୍‌ମା ଏସ୍‌ପି ସୁନିଲ ଶର୍ମା କହିଛନ୍ତି । ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଏହି ଏନ୍‌କାଉଣ୍ଟର ଘଟିଛି । ଡିଷ୍ଟିର୍ଟ ରିଜର୍ଭ ପୋଲିସ ଏବଂ ସେଣ୍ଟ୍ରୋଲ ରିଜର୍ଭ ପୋଲିସ ଏବଂ ସିଆରପିଏଫ୍ ଯବାନ ଏହି ଅପରେସନରେ ସାମିଲ ଅଛନ୍ତି । ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିକାଣ୍ଡ ଜାରି ରହିଥିଲା । ଏହା ପରେ ଜଣେ ପୁରୁଷ ନକ୍ସଲଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରେ ପ୍ରବଳ ରକ୍ତ ଛିଟା ପଡ଼ିଥିବା ଅନ୍ୟ କିଛି ନକ୍ସଲ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ସାଥି ନକ୍ସଲ ସେମାନଙ୍କୁ ଜଙ୍ଗଲ ଭିତରକୁ ନେବାରେ ସଫଳ ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ମାଓବାଦୀମାନଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖ୍ ଯବାନମାନେ ସେହି ଅଞ୍ଚଳରେ କୁମ୍ବି ଅପରେଶନ କରୁଥିବା ବେଳେ ଯବାନମାନଙ୍କୁ ଦେଖୁ ଦେଖୁ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ତେବେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବରେ ଗୁଳିଚାଳନା କରିଥିଲେ। ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି ।

https://www.thesakala.in/national-international/shootout-between-security-forces-and-the-naxals-in-sukma-one-naxal-killed-in-encounter/article-4081
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର