ଆମେରିକା ସ୍କୁଲରେ ଆଖିବୁଜା ଗୁଳିମାଡ଼, ୩ ଶିଶୁଙ୍କ ସମେତ ୬ ମୃତ

The Sakala Picture
Published On

ୱାସିଂଟନ ଡିସି: ଆମେରିକାର ଏକ ସ୍କୁଲ ଭିତରେ ପ୍ରବଳ ଗୁଳିମାଡ଼ ହୋଇଛି । ସୋମବାର ଟେନେସିର ନ୍ୟାସଭିଲେରେ ଏକ ସ୍କୁଲରେ ଆକ୍ରମଣକାରୀ ଆଖିବୁଜା ଗୁଳିମାଡ଼ କରିଥିଲା ଯେଉଁଥିରେ ୩ ଶିଶୁଙ୍କ ସମେତ ମୋଟ ୬ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ପୋଲିସର ପାଲଟା ଗୁଳିରେ ନିହତ ହୋଇଛି । ଗୁଳିମାଡ଼ରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ […]

ୱାସିଂଟନ ଡିସି: ଆମେରିକାର ଏକ ସ୍କୁଲ ଭିତରେ ପ୍ରବଳ ଗୁଳିମାଡ଼ ହୋଇଛି । ସୋମବାର ଟେନେସିର ନ୍ୟାସଭିଲେରେ ଏକ ସ୍କୁଲରେ ଆକ୍ରମଣକାରୀ ଆଖିବୁଜା ଗୁଳିମାଡ଼ କରିଥିଲା ଯେଉଁଥିରେ ୩ ଶିଶୁଙ୍କ ସମେତ ମୋଟ ୬ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ପୋଲିସର ପାଲଟା ଗୁଳିରେ ନିହତ ହୋଇଛି । ଗୁଳିମାଡ଼ରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସ୍କୁଲରେ ପାଖାପାଖି ୨୦୦ ଛାତ୍ରଛାତ୍ରୀ ଥିଲେ । ଏକ କବାଟ ନିକଟରେ ଥାଇ ଗୁଳିମାଡ଼ କରିଥିଲା ଆତତାୟୀ। ଏହି ଘଟଣା ପରେ ବିଦ୍ୟାଳୟରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନଙ୍କୁ ପୁଲିସର ସୁରକ୍ଷା ଅନ୍ତର୍ଗତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଭୟଭୀତ ଛାତ୍ରମାନଙ୍କୁ ସେମାନଙ୍କ ବାପାମା’ଙ୍କ ସହ ଚର୍ଚ୍ଚକୁ ଅଣାଯାଇଥିଲା। ସେପଟେ ଆମେରିକା ରାଷ୍ଟ୍ରପତି ସ୍କୁଲ ଭିତରେ ଗୁଳିମାଡ଼ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ଏକ ରୋଗ ବୋଲି କହିଛନ୍ତି। ବନ୍ଧୁକ ହିଂସାକୁ ରୋକିବା ପାଇଁ ଆମେରିକା ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର