ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଏକେ ୪୭ରେ ଉଡାଇ ଦେବାକୁ ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌

The Sakala Picture
Published On

ମୁମ୍ବାଇ: ‘ତୁ ଦିଲ୍ଲୀରେ ଦେଖାଦେ, ତତେ ଏକେ ୪୭ରେ ଉଡ଼ାଇ ଦେବି’ । କିଛି ଏପରି ଧମକ ମିଳିଛି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ନେତା ତଥା ସାଂସଦ ସଞ୍ଜୟ ରାଓ୍ବତଙ୍କୁ । ଆଉ ଏହି ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏନେଇ ଅଭିଯୋଗ କରିଛନ୍ତି ସଞ୍ଜୟ । ଅଭିଯୋଗ ପାଇବା ପରେ ମହାରାଷ୍ଟ୍ର ପୋଲିସ ଏ ମାମଲାରେ ଯାଞ୍ଚ କରୁଛି । ସଞ୍ଜୟ ରାଓ୍ବତଙ୍କୁ ଜଣେ ହିନ୍ଦୁ ବିରୋଧୀ ବୋଲି ମଧ୍ୟ […]

ମୁମ୍ବାଇ: ‘ତୁ ଦିଲ୍ଲୀରେ ଦେଖାଦେ, ତତେ ଏକେ ୪୭ରେ ଉଡ଼ାଇ ଦେବି’ । କିଛି ଏପରି ଧମକ ମିଳିଛି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ନେତା ତଥା ସାଂସଦ ସଞ୍ଜୟ ରାଓ୍ବତଙ୍କୁ । ଆଉ ଏହି ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏନେଇ ଅଭିଯୋଗ କରିଛନ୍ତି ସଞ୍ଜୟ । ଅଭିଯୋଗ ପାଇବା ପରେ ମହାରାଷ୍ଟ୍ର ପୋଲିସ ଏ ମାମଲାରେ ଯାଞ୍ଚ କରୁଛି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସଞ୍ଜୟ ରାଓ୍ବତଙ୍କୁ ଜଣେ ହିନ୍ଦୁ ବିରୋଧୀ ବୋଲି ମଧ୍ୟ କହିଛି ଗ୍ୟାଙ୍ଗ । ସଞ୍ଜୟଙ୍କ ନିକଟକୁ ଆସିଥିବା ଧମକ ମେସେଜରେ ଦର୍ଶାଯାଇଛି- ଦିଲ୍ଲୀରେ ତାଙ୍କୁ ଏକେ-୪୭ରେ ଗୁଳି କରାଯିବ । ସେଠାରେ ତାଙ୍କୁ ସିଦ୍ଧୁ ମୋସେଓ୍ବାଲାଙ୍କ ପରି ସମଦଶା ଭୋଗିବାକୁ ପଡିବ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

କେବଳ ସଞ୍ଜୟ ନୁହଁନ୍ତି ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ମେସେଜରେ ଧମକ ଦିଆଯାଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୁଣେ ପୋଲିସ ଧରିବା ସହ ତାକୁ ମୁମ୍ବାଇ ପୋଲିସ ହାତରେ ହସ୍ତାନ୍ତର କରିଛି । ସେପଟେ ସଞ୍ଜୟ କହିଛନ୍ତି ଏକନାଥ ସିନ୍ଦେ କ୍ଷମତାକୁ ଆସିବା ପରଠାରୁ ଅନେକ ନେତାଙ୍କ ନିରାପତ୍ତାକୁ କମାଇ ଦିଆଯାଇଛି । ଗତବର୍ଷ ମେ ମାସରେ ପଞ୍ଜାବର ମାନସା ଜିଲ୍ଲାରେ ମୋସେଓ୍ବାଲାଙ୍କୁ ହତ୍ୟା କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଧମକ ସମ୍ପର୍କରେ ପୁଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ପୁଣେ ପୁଲିସ ଶୁକ୍ରବାର ରାତିରେ ଜଣେ ସନ୍ଦିଗ୍ଧକୁ କାବୁ କରିବା ସହ ମୁମ୍ବାଇ ପୁଲିସ୍‌କୁ ହସ୍ତାନ୍ତର କରିଛି। ଏବେ ତା’କୁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ଧମକପୂର୍ଣ୍ଣ ମେସେଜ ପାଇବା ପରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ସରକାରକୁ ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ତେବେ ମହାରାଷ୍ଟ୍ରରେ ନୂଆ ସରକାର ଆସିବା ପରେ ଆମ ସୁରକ୍ଷା ହଟାଇ ଦିଆଯାଇଛି । ଆଉ ଏହାପରେ ଧମକ ମିଳୁଛି ବୋଲି ସଞ୍ଜୟ ରାଉତ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର