ନାଳ ସଫା ନ ହୋଇଥିବାରୁ ରାଗିଗଲେ ଶିବସେନା ବିଧାୟକ, ସଫେଇ କାମ କରୁଥିବା ଠିକାଦାରକୁ ନାଳରେ ବସାଇ ତାଙ୍କ ଉପରେ ଢାଳିଲେ ଅବାର୍ଜନା

The Sakala Picture
Published On

ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ଠିକାଦାରକୁ ଅଳିଆ ଗଦା ଉପରେ ବସାଇବା ଏବଂ ଡ୍ରେନ୍ ସଠିକ୍ ପରିଷ୍କାର ନହେଲେ ଏହା ଉପରେ ଅଳିଆ ଫିଙ୍ଗିଥିବାର ଦେଖାଯାଉଛି । ସୂଚନାନୁଯାୟୀ, ଚାନ୍ଦିବାଲୀ ଅଞ୍ଚଳରେ ନାଳ ଠିକରେ ସଫା ନହେବା କାରଣରୁ ଲୋକମାନଙ୍କ ଘରେ ନାଳ ପାଣି ପଶୁଥିବା ନେଇ ବାରମ୍ବାର ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଠାରେ ଅଭିଯୋଗ କରୁଥିଲେ […]

ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ଠିକାଦାରକୁ ଅଳିଆ ଗଦା ଉପରେ ବସାଇବା ଏବଂ ଡ୍ରେନ୍ ସଠିକ୍ ପରିଷ୍କାର ନହେଲେ ଏହା ଉପରେ ଅଳିଆ ଫିଙ୍ଗିଥିବାର ଦେଖାଯାଉଛି ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ସୂଚନାନୁଯାୟୀ, ଚାନ୍ଦିବାଲୀ ଅଞ୍ଚଳରେ ନାଳ ଠିକରେ ସଫା ନହେବା କାରଣରୁ ଲୋକମାନଙ୍କ ଘରେ ନାଳ ପାଣି ପଶୁଥିବା ନେଇ ବାରମ୍ବାର ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଠାରେ ଅଭିଯୋଗ କରୁଥିଲେ । ଏଥିରେ ରାଗିଯାଇ ବିଧାୟକ ତାଙ୍କ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ନାଳ ଠିକରେ ସଫା ନହେବା ଦେଖି ବିଧାୟକ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ସହ ସଫେଇ କରି ଏବଂ ସେଠାକାର ସଫେଇ ଠିକାଦାରଙ୍କୁ ଡକାଇ ଥିଲେ । ଠିକାଦାରଙ୍କୁ କାମ କାହିଁକି ଠିକରେ ହୋଇନାହିଁ ବୋଲି ପଚାରିଥିଲେ । ହେଲେ ଠିକାଦାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ନାଳ ନିକଟରେ ବସାଇ ତାଙ୍କ ଉପରେ ନାଳରୁ ବାହାରିଥିବା ଅବର୍ଜନା କୁଢାଇ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

କଣ୍ଟ୍ରାକ୍ଟରଙ୍କ ଉପରେ ଅଳିଆ ପକାଇବା ଘଟଣା ପରେ ସୋସିଆଲ ମିଡିଆରେ ତାଙ୍କୁ କଡା ସମାଲୋଚନା କରାଯାଇଛି । ସମାଲୋଚିତ ହେବା ପରେ ବି ବିଧାୟକ କ୍ଷମା ନମାଗି ସଫେଇ ଦେଇଛନ୍ତି କି ‘ଲୋକଙ୍କ ଦୁଖ ଦୂର କରିବା ପାଇଁ କଣ୍ଟ୍ରାକ୍ଟର କାମ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ ଦୁଖ ଦୂର କରିବା ଆମର ଦାୟିତ୍ବ ହୋଇଯାଏ । ମୋ ପାଖରେ ବାରମ୍ବାର ଅଭିଯୋଗ ପହଂଚିବାରୁ ମୁଁ ଦଳୀୟ କର୍ମୀମାନଙ୍କୁ ଡାକି ନାଳ ସଫା କରାଇଲି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର