ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ବାଂଲାଦେଶ ଛାଡ଼ି ଭାରତରେ ପହଞ୍ଚିଲେ ଶେଖ୍ ହସିନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଭାରତରେ ପହଞ୍ଚିଲେ ଶେଖ୍ ହସିନା । ହିଣ୍ଡନ ଏୟାରବେସ୍ରେ ପହଞ୍ଚିଥିବା ସୂଚନା । ବାଂଲାଦେଶ ଏୟାରଫୋର୍ସ ବିମାନରେ ପହଞ୍ଚିଥିଲେ। ଢାକାରୁ ପଳାଇ ଆସି ଭାରତରେ ପହଞ୍ଚିଥିଲେ ଶେଖ୍ ହସିନା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଦେଶ ଛାଡ଼ିଛନ୍ତି ହସିନା । ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଭାରତରେ ପହଞ୍ଚିଲେ ଶେଖ୍ ହସିନା । ହିଣ୍ଡନ ଏୟାରବେସ୍ରେ ପହଞ୍ଚିଥିବା ସୂଚନା । ବାଂଲାଦେଶ ଏୟାରଫୋର୍ସ ବିମାନରେ ପହଞ୍ଚିଥିଲେ। ଢାକାରୁ ପଳାଇ ଆସି ଭାରତରେ ପହଞ୍ଚିଥିଲେ ଶେଖ୍ ହସିନା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଦେଶ ଛାଡ଼ିଛନ୍ତି ହସିନା ।
ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ
ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କରିଛି ବାଂଲା ସେନା ମୁଖ୍ୟ ।
ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ
ବାଂଲାଦେଶ ହିଂସା ନେଇ ବିଏସ୍ଏଫ୍କୁ ହାଇ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ସୀମାରେ ମୁତୟନ ବିଏସ୍ଏଫ୍ର ସବୁ ୟୁନିଟ୍କୁ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶକୁ ଲାଗିଥିବା ଭାରତର ୪୦୯୬ କିମି ସୀମାରେ ଆଲର୍ଟ ଜାରି ହୋଇଛି।
ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଖବର ଅନୁଯାୟୀ, ଶେଖ ହସିନା ଭାରତ ଦେଇ ଲଣ୍ଡନ ଯାଇପରନ୍ତି।






