'ବାଂଲାଦେଶର ଭାରତ ବିରୋଧୀ ମନୋଭାବ ପାଇଁ ୟୁନୁସ୍ ସରକାର ଦାୟୀ': ଶେଖ ହସିନା

Madhusudan Das Picture
Published On

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ ବର୍ଷିଛନ୍ତି। ଦେଶରେ ଚାଲିଥିବା ଅଶାନ୍ତି ଏବଂ ହିଂସା ପାଇଁ ସେ ୟୁନୁସ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ସରକାର ଚରମପନ୍ଥୀ ଶକ୍ତିମାନଙ୍କୁ ସଶକ୍ତ କରୁଥିବା ଏବଂ ଭାରତ ବିରୋଧୀ ଭାବନାକୁ ଉସୁକାଉଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଏକ ସାକ୍ଷାତକାରରେ ଶେଖ ହସିନା କହିଛନ୍ତି ଯେ, ବାଂଲାଦେଶରେ ଭାରତ ପ୍ରତି ଯେଉଁ ଶତ୍ରୁତାପୂର୍ଣ୍ଣ ଆଚରଣ ଦେଖାଯାଉଛି, ତାହା ପଛରେ ୟୁନୁସ ସରକାରଙ୍କ ହାତ ରହିଛି। ସେ କହିଛନ୍ତି, "ଏହି ଶତ୍ରୁତା ସେହି ଚରମପନ୍ଥୀମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଛି, ଯେଉଁମାନଙ୍କୁ ୟୁନୁସ ଶାସନ ସାହସ ଯୋଗାଇଛି।" ଏହି ଲୋକମାନେ ହିଁ ଭାରତୀୟ ଦୂତାବାସ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ ବୋଲି ହସିନା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀର ଚିନ୍ତା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି ହସିନା କହିଛନ୍ତି। ସେ କହିଛନ୍ତି ଯେ, "ଗୋଟିଏ ଦାୟିତ୍ୱବାନ ସରକାର କୂଟନୀତିକ ମିଶନଗୁଡିକୁ ସୁରକ୍ଷା ଦେବା କଥା ଏବଂ ଧମକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା। କିନ୍ତୁ ଏହାର ଓଲଟା, ୟୁନୁସ ସରକାର ଗୁଣ୍ଡାମାନଙ୍କୁ 'ଯୋଦ୍ଧା' ବୋଲି କହି ସେମାନଙ୍କୁ ସୁରକ୍ଷା ଦେଉଛନ୍ତି।"

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ନିଜ ବିରୋଧରେ ଆସିଥିବା ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ (ICT)ର ରାୟକୁ ହସିନା ଖଣ୍ଡନ କରିଛନ୍ତି। ଏହା ନ୍ୟାୟ ନୁହେଁ ବରଂ "ରାଜନୈତିକ ଉଦ୍ଦେଶ୍ୟମୂଳକ" ବୋଲି ସେ ଦର୍ଶାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଆତ୍ମପକ୍ଷ ସମର୍ଥନ ପାଇଁ ସୁଯୋଗ କିମ୍ବା ଓକିଲ ନିଯୁକ୍ତି କରିବାର ଅଧିକାର ଦିଆଯାଇ ନାହିଁ। ଏହା କେବଳ ଆୱାମୀ ଲିଗ୍ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ଭାରତ-ବାଂଲାଦେଶ ସମ୍ପର୍କ ଉପରେ ହସିନା କହିଛନ୍ତି, "ଭାରତ ଦୀର୍ଘ ଦଶନ୍ଧି ଧରି ବାଂଲାଦେଶର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଏବଂ ସହଯୋଗୀ ହୋଇ ରହିଛି।" ଏହି ସମ୍ପର୍କ ଅତ୍ୟନ୍ତ ଗଭୀର ଏବଂ କୌଣସି ଅସ୍ଥାୟୀ ସରକାର ଏହାକୁ ଭାଙ୍ଗିପାରିବେ ନାହିଁ। ବର୍ତ୍ତମାନର ତିକ୍ତତା କେବଳ ୟୁନୁସଙ୍କ ସୃଷ୍ଟି ବୋଲି ସେ ସ୍ପଷ୍ଟ କରିଛନ୍ତି। ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର