ମଧ୍ୟପ୍ରଦେଶକୁ ଲଜ୍ଜା , ପୋଡ଼ିଗଲା ୨୫ ଲକ୍ଷ ଟଙ୍କାର କରୋନା ଔଷଧ

The Sakala Picture
Published On

ଇନ୍ଦୋର : ଦେଶରେ କରୋନାର ଦ୍ବିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁଁ କରୋନା ରୋଗୀଙ୍କ ସଂଖ୍ୟା ବଢିବା ସହିତ ମେଡିକାଲରେ ବେଡ, ଅମ୍ଳଜାନ ଏବଂ ଔଷଧ ଅଭାବ ଦେଖାଦେଇଛି। ଏପରି ସଙ୍କଟ ସମୟରେ ରବିବାର ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏକ ଔଷଧ ଗୋଦାମରେ ନିଆଁ ଲାଗିଯାଇଛି। ଏଥିଯୋଗୁଁ ପ୍ରାୟ ୨୫ ଲକ୍ଷ ଟଙ୍କାର କରୋନା ଟିକା ଏବଂ ଔଷଧ ପୋଡି ଧ୍ବଂସ ହୋଇଯାଇଛି ବୋଲି ଅଗ୍ନିଶମ ଅଧିକାରୀ ସନ୍ତୋଷ ଦୁବେ କହିଛନ୍ତି। ସେ କହିଛନ୍ତି […]

ଇନ୍ଦୋର : ଦେଶରେ କରୋନାର ଦ୍ବିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁଁ କରୋନା ରୋଗୀଙ୍କ ସଂଖ୍ୟା ବଢିବା ସହିତ ମେଡିକାଲରେ ବେଡ, ଅମ୍ଳଜାନ ଏବଂ ଔଷଧ ଅଭାବ ଦେଖାଦେଇଛି। ଏପରି ସଙ୍କଟ ସମୟରେ ରବିବାର ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏକ ଔଷଧ ଗୋଦାମରେ ନିଆଁ ଲାଗିଯାଇଛି। ଏଥିଯୋଗୁଁ ପ୍ରାୟ ୨୫ ଲକ୍ଷ ଟଙ୍କାର କରୋନା ଟିକା ଏବଂ ଔଷଧ ପୋଡି ଧ୍ବଂସ ହୋଇଯାଇଛି ବୋଲି ଅଗ୍ନିଶମ ଅଧିକାରୀ ସନ୍ତୋଷ ଦୁବେ କହିଛନ୍ତି। ସେ କହିଛନ୍ତି ଯେ ଇନ୍ଦୋର ସ୍ଥିତ ଭାରତ ସେରମସ ଆଣ୍ଡ ଭ୍ୟାକ୍ସିନ ଲିମିଟେଡର ପଣ୍ୟଗାର (ୱେରହାଉସ)ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହି ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ନିଆଁ ଲାଗିବାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ପଣ୍ୟଗାରରେ ବ୍ଲାକ ଫଙ୍ଗସ ସଂକ୍ରମଣରେ ବ୍ୟବହାର ହେଉଥିବା ଟିକା, କରୋନା ଚିକିତ୍ସାରେ ଲାଗୁଥିବା ଔଷଧ ଏବଂ ମେଡିକାଲ ସାମଗ୍ରୀ ରଖାଯାଇଥିଲା। ଏବେ ନିଆଁ ନିୟନ୍ତ୍ରଣରେ ରହିଛି। ଅନେକ ମେଡିକାଲ ଉତ୍ପାଦକୁ ସେଠାରୁ ବାହାର କରାଯାଇ ଶୀତଳ ଭଣ୍ଡାରରେ ରଖାଯାଇଛି। ଡ୍ରଗ୍ସ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର